ETV Bharat / city

ଉପନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ, ବିଜେଡିରେ ମିଶିଲେ ବିଜେପି କର୍ମୀ

author img

By

Published : Apr 3, 2021, 12:22 PM IST

ଉପନିର୍ବାଚନ ପୂର୍ବରୁ ଦଳ ଛାଡ଼ୁଛନ୍ତି ବରିଷ୍ଠ ନେତା ଓ କର୍ମୀ । ଆଜି ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ପିପିଲି ବ୍ଳକର ପୁରୁଖା ନେତା । ଅଧିକ ପଢନ୍ତୁ...

ବିଜେଡିରେ ମିଶିଲେ ବିଜେପି କର୍ମୀ
ବିଜେଡିରେ ମିଶିଲେ ବିଜେପି କର୍ମୀ

ଭୁବନେଶ୍ବର: ବିଜେପି ଲାଗି ସତର୍କ ଘଣ୍ଟି । ଉପନିର୍ବାଚନ ପୂର୍ବରୁ ଦଳ ଛାଡ଼ୁଛନ୍ତି ବରିଷ୍ଠ ନେତା ଓ କର୍ମୀ । ଆଜି(ଶନିବାର) ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ପିପିଲି ବ୍ଳକର ପୁରୁଖା ନେତା । ପିପିଲି ଉପ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ବାରି ହୋଇପଡୁଛି । ଦଳ ଡିଆଁ ନେତା ଓ କର୍ମୀଙ୍କ ସଂଖ୍ୟା ବି ବଢୁଛି । ଆଜି ସେହିପରି ବିଜେପିରୁ ଫେଡ଼ି ହୋଇ ବିଜେଡ଼ିରେ ଯୋଡି ହେଲେ ପିପିଲି ବ୍ଲକର ବରିଷ୍ଠ ନେତା ପୁରୀ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଈଶ୍ୱର ପ୍ରସାଦ ଦାଶ ମହତାବ ।

ସେହିପରି ପୂର୍ବତନ ବ୍ଲକ ମହିଳା ମୋର୍ଚ୍ଚା ସଭାପତି ଓ ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମମତା ମଞ୍ଜରୀ ମହାନ୍ତି ବଜେପି ଛାଡି ବିଜେଡିରେ ମିଶିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ପିପିଲିର ବରିଷ୍ଠ ବିଜେପି ନେତା ଶଙ୍କର୍ଷଣ ସ୍ୱାଇଁ, ଧୀରେନ୍ଦ୍ରନାଥ ଦଳେଇ, ଅଭିରାମ ବେହେରା ଓ ବୈକୁଣ୍ଠନାଥ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି ନେତା ଓ କର୍ମୀ । ସେପଟେ ବିଜେପି କହିଛି ନିର୍ବାଚନ ଓ ଫଳାଫଳ ଉପରେ ଏହା କିଛି ପ୍ରଭାବ ପକାଇବନି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.