ETV Bharat / city

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ ନେଇ BJPର ଚେତାବନୀ - odisha bjp protest news

ଭୁବନେଶ୍ବରରେ ସ୍ବାସ୍ଥ୍ୟକ୍ଷେତ୍ରରେ ସମସ୍ୟା ନେଇ କିଡନୀ ପ୍ରତିରୋପଣ କରିଥିବା ଶତାଧିକ ରୋଗୀଙ୍କ ଧାରଣା । ୭୨ ଘଣ୍ଟାରେ ସମାଧାନ ନହେଲେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ କରିବାକୁ ବିଜେପିର ଚେତାବନୀ । ଅଧିକ ପଢ଼ନ୍ତୁ

bjp warning for protest in front of health minister residence
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ ନେଇ ବିଜେପିର ଚେତାବନୀ
author img

By

Published : Aug 17, 2022, 7:46 AM IST

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ କରିବାକୁ ବିଜେପିର ଚେତାବନୀ । ୭୨ ଘଣ୍ଟାରେ ପ୍ରତିରୋପଣ ରୋଗୀଙ୍କ ଦାବି ପୂରଣ ନହେଲେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବିଜେପି । ଦୀର୍ଘ ଦିନ ଧରି ଲୋୟର ପିଏମଜିରେ ବସିଥିବା କିଡନୀ ପ୍ରତିରୋପଣ ରୋଗୀଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ବିଜେପି ଭୁବନେଶ୍ଵର ଜିଲ୍ଲା ସଭାପତି ବାବୁ ସିଂ ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ ନେଇ ବିଜେପିର ଚେତାବନୀ

କିଡନୀ ପ୍ରତିରୋପଣ କରିଥିବା ଶତାଧିକ ରୋଗୀମାନେ ମାସେରୁ ଅଧିକ ସମୟ ଧରି ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ଏସସିବି ବଡ ମେଡିକାଲରେ ଜଣେ ସ୍ଥାୟୀ ପ୍ରଫେସର ନିଯୁକ୍ତି ଏବଂ ମାଗଣା ମେଡିସିନ ପାଇଁ ସେମାନେ ଦାବି କରିଛନ୍ତି । ଏସସିବି ନେଫ୍ରୋଲୋଜି ବିଭାଗରେ ଅଭିଜ୍ଞ ଓ ସ୍ଥାୟୀ ପ୍ରଫେସର ନଥିବାରୁ ଚିକିତ୍ସାରେ ବିଳମ୍ବ ହେଉଛି । ନିମ୍ନମାନର ମେଡିସିନ ଫଳରେ ଅନେକ ରୋଗୀ ପ୍ରତିରୋପଣ ପରେ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହୋଇଛି ।

ବିଜେପି ଭୁବନେଶ୍ଵର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, "୩ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କୁ ଭେଟି ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ସହ କଥା ହୋଇ ଖୁବଶୀଘ୍ର ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏନେଇ ଟୁଇଟ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରି ୭୨ ଘଣ୍ଟା ସମୟ ମଧ୍ୟରେ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ସମାଧାନ ହୋଇପାରିନାହିଁ । ଲୋକଙ୍କୁ ବିଶ୍ବ ସ୍ତରୀୟ ସୁବିଧା ଯୋଗାଉଥିବା କଥା କହୁଛନ୍ତି ରାଜ୍ୟ ସରକାର । କିନ୍ତୁ ଏଠାରେ ବିଶ୍ବ ସ୍ତରୀୟ ସୁବିଧାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ।" ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେପିର ଏକ ଟିମ ସେମାନଙ୍କୁ ଭେଟି ଆଲୋଚନା କରିଥିଲେ । ୭୨ ଘଣ୍ଟା ମଧ୍ୟରେ ସେମାନଙ୍କ ଦାବି ପୂରଣ ନହେଲେ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ଆଗାମୀ ଦିନରେ ବଡ ଆନ୍ଦୋଳନ ହେବ ବୋଲି ବିଜେପି ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.