ETV Bharat / city

'ଜଳ ବିହୁନେ ମାଛ, କ୍ଷମତା ବିହୁନେ କଂଗ୍ରେସ ଛଟପଟ' - କଂଗ୍ରେସ ଶାସିତ କେନ୍ଦ୍ର ସରକାର

ଦେଶରେ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ସମୀର ମହାନ୍ତି। ଅଧିକ ପଢନ୍ତୁ...

'ଜଳ ବିହୁନେ ମାଛ, କ୍ଷମତା ବିହୁନେ କଂଗ୍ରେସ ଛଟପଟ'

author img

By

Published : Jan 3, 2020, 9:12 PM IST

ଭୁବନେଶ୍ବର: ଜଳ ବିହୁନେ ମାଛ ପରି କଂଗ୍ରେସ କ୍ଷମତା ବିହୁନେ ଛଟପଟ ହେଉଛି। ତେଣୁ ସେ ଦେଶରେ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛି ବିଜେପି।

ଦେଶର ହିତ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ଦେଶରେ ସିଏଏ(CAA) ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଜାତୀୟ ଜନସଂଖ୍ୟା ପଞ୍ଜିକା ମଧ୍ୟ ତତ୍କାଳୀନ କଂଗ୍ରେସ ଶାସିତ କେନ୍ଦ୍ର ସରକାରଙ୍କ ଦ୍ବାରା ଜନଗଣନାର ଏକ ଅଂଶବିଶେଷ। ଯାହାକୁ ଏବେ କଂଗ୍ରେସ ମଧ୍ୟ ବିରୋଧ କରିବା ସହିତ ଲୋକଙ୍କ ମନରେ ଭୟ ସୃଷ୍ଟି କରାଉଥିବା ପ୍ରେସମିଟ୍‌ରେ ବିଜେପି ନେତା ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

'ଜଳ ବିହୁନେ ମାଛ, କ୍ଷମତା ବିହୁନେ କଂଗ୍ରେସ ଛଟପଟ'

ଦେଶରେ ଆଇନ ଶୃଙ୍ଖଳାକୁ ବିଶୃଙ୍ଖଳ କରିବା ସହ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି। ଏପରିକି ଦଳର ନେତ୍ରୀ ସୋନିଆ ଗାନ୍ଧୀ ସିଧାସଳଖ ଲୋକଙ୍କୁ ଉସୁକେଇବା ସହ ଏଥିରେ ସାମିଲ ହେବା ପାଇଁ କହୁଥିବା ଲୋକେ ଦେଖିଛନ୍ତି। ସେହିପରି ଦଳର ନେତା ରାହୁଲ ଓ ପ୍ରିୟଙ୍କା ମଧ୍ୟ ଏପରି କରୁଥିବା ସେ ଅଭିଯୋଗ କରିଛନ୍ତି।

ଏହା ଏକ ସାମ୍ବିଧାନିକ ପ୍ରକ୍ରିୟା ହୋଇ ଥିବାବେଳେ ଦେଶର ସ୍ବାର୍ଥ ଦୃଷ୍ଟିରୁ ଏହାକୁ ଲାଗୁ କରିବା ସରକାରଙ୍କ ଅଧିକାର। ଯାହାକୁ ବିଜେପି ସ୍ବାଗତ କରୁଥିବା ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ଜଳ ବିହୁନେ ମାଛ ପରି କଂଗ୍ରେସ କ୍ଷମତା ବିହୁନେ ଛଟପଟ ହେଉଛି।ତେଣୁ ସେ ଦେଶରେ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଥିବା ବିଜେପି ଅଭିଯୋଗ କରିଛି।

Body:ଦେଶର ହିତ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ଦେଶରେ ସି ଏ ଏ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ସେହିପରି ଜାତୀୟ ଜନସଂଖ୍ୟା ପଞ୍ଜିକା ମଧ୍ୟ ତତ୍କାଳୀନ କଂଗ୍ରେସ ଶାସିତ କେନ୍ଦ୍ର ସରକାରଙ୍କ ଦ୍ବାରା ଜନଗଣନାର ଏକ ଅଂଶବିଶେଷ।ଯାହାକୁ ଏବେ କଂଗ୍ରେସ ମଧ୍ୟ ବିରୋଧ କରିବା ସହିତ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରାଉଥିବା ବିଜେପି ଅଭିଯୋଗ କରିଛି।ଦେଶରେ ଆଇନ ଶୃଙ୍ଖଳାକୁ ବିଶୃଙ୍ଖଳ କରିବା ସହ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି।ଏପରିକି ଦଳର ନେତ୍ରୀ ସୋନିଆ ଗାନ୍ଧୀ ସିଧାସଳଖ ଲୋକମାନଙ୍କୁ ଉସୁକେଇବା ସହ ଏଥିରେ ସାମିଲ ହେବା ପାଇଁ କହୁଥିବା ଲୋକମାନେ ଦେଖିଛନ୍ତି।ସେହିପରି ଦଳର ନେତା ରାହୁଲ ଓ ପ୍ରିୟଙ୍କା ମଧ୍ୟ ଏପରି କରୁଥିବା ବିଜେପି ଅଭିଯୋଗ କରିଛି।ତେବେ ଏହା ଏକ ସାମ୍ବିଧାନିକ ପ୍ରକ୍ରିୟା ହୋଇ ଥିବାବେଳେ ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏହାକି ଲାଗୁ କରିବାରେ ସରକାରଙ୍କ ଅଧିକାର ରହିଛି ।ଯାହାକୁ ବିଜେପି ସ୍ୱାଗତ କରୁଥିବା ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରକାଶ କରିଛନ୍ତି।
ବାଇଟ -ସମୀର ମହାନ୍ତି
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.