ETV Bharat / city

ମାଗଣା ଟିକାକୁ ମାଗଣା ରାସନ, ସଂକଟ ସମୟରେ ଦେଶବାସୀଙ୍କୁ ଆଶ୍ଵସ୍ତି: ସମୀର ମହାନ୍ତି

author img

By

Published : Jun 7, 2021, 10:11 PM IST

ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମାଗଣା କୋଭିଡ୍ ଟିକା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଦେଶବାସୀଙ୍କ କୋଭିଡ୍ ଟୀକାକରଣର ସମସ୍ତ ଦାୟିତ୍ବ କେନ୍ଦ୍ର ସରକାର ବହନ କରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ଖୁସି ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ...

ମାଗଣା କୋଭିଡ୍ ଟିକା ସହ ମାଗଣା ରାସନ ସାମଗ୍ରୀ: ସଂକଟ ସମୟରେ ଦେଶବାସୀଙ୍କୁ ଆଶ୍ଵସ୍ତି

ଭୁବନେଶ୍ବର: ଶତାବ୍ଦୀର ସବୁଠୁ ବଡ ମହାମାରୀ କୋରୋନା ଲଢେଇରେ ଟିକା ହେଉଛି ସୁରକ୍ଷା କବଚ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଦେଶବାସୀଙ୍କୁ ମାଗଣା କୋଭିଡ୍ ଟିକା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଦେଶବାସୀଙ୍କ କୋଭିଡ୍ ଟୀକାକରଣର ସମସ୍ତ ଦାୟିତ୍ବ କେନ୍ଦ୍ର ସରକାର ବହନ କରିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ଖୁସି ବ୍ୟକ୍ତ କରିଛନ୍ତି ।

କୋରୋନା ସଂକ୍ରମଣରେ ଲକଡାଉନ ଓ ସଟଡାଉନ କାରଣରୁ ବହୁ ଲୋକ ଜୀବନ ଜୀବିକା ହରାଇଛନ୍ତି । ଜୀବିକା ହରାଇଥିବା ୮୦ କୋଟି ଦେଶବାସୀଙ୍କ ପାଇଁ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ୍ ସାମଗ୍ରୀ ଯୋଗାଇ ଦେବେ ସରକାର । ସଙ୍କଟ ସମୟ ଦେଇ ଗତି କରୁଥିବା ଦେଶବାସୀଙ୍କୁ ବହୁ ଆଶ୍ଵସ୍ତି ପ୍ରଦାନ କରିଛି ବୋଲି ସମୀର ମହାନ୍ତି କହିଛନ୍ତି । ଆଜିର ଏହି ଐତିହାସିକ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ତରଫରୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ମାଗଣା ଟିକା ସହ ମାଗଣା ରାସନ୍ । ଏଣିକି ରାଜ୍ୟ ସରକାରଙ୍କ ଉପରେ ଆଉ ଅଧିକ ଆର୍ଥିକ ବୋଝ ପଡିବନାହିଁ ବୋଲି ସମୀର କହିଛନ୍ତି । ଶିଶୁମାନଙ୍କ ପାଇଁ ୨ଟି କୋଭିଡ଼ ଟିକାର ପରୀକ୍ଷା ଦେଶରେ ଜାରୀ ରହିଛି । ବହୁ ଶୀଘ୍ର ଶିଶୁମାନଙ୍କୁ ମଧ୍ୟ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଆଜିର ଦୃଢୋକ୍ତି ଦେଶବାସୀଙ୍କୁ ନିଶ୍ଚିତ ଭାବେ ଆଶ୍ଵସ୍ତି ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ଆମ ଦେଶ ସଫଳତାର ସହ କୋରୋନା ବିରୁଦ୍ଧ ଲଢେଇରେ ବିଜୟୀ ହେବ ବୋଲି ସମୀର ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.