ETV Bharat / city

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ: ପୃଥ୍ବୀରାଜ ହରିଚନ୍ଦନ

ସର୍ବଦଳୀୟ ବୈଠକରେ ଯାହା ଅନୁରୋଧ ଆସିଥିଲା ଯାହା ଆଲୋଚନା ହୋଇଥିଲା ସେହି କଥାକୁ ରାଜ୍ୟ ସରକାର ରଖିନାହାନ୍ତି । ସର୍ବଦଳୀୟ ବୈଠକରେ ବିଜେପି ଯୋଗ ଦେବ କି ନାହିଁ ପୁନଃବିଚାର କରାଯିବ । ଅଧିକ ପଢ଼ନ୍ତୁ

author img

By

Published : Dec 15, 2021, 7:46 PM IST

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ: ପୃଥ୍ବୀରାଜ ହରିଚନ୍ଦନ
ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଖୁବଶୀଘ୍ର ବସିବ ସର୍ବଦଳୀୟ ବୈଠକ । ଗତ ସର୍ବଦଳୀୟ ବୈଠକରେ ଯାହା ଅନୁରୋଧ ଆସିଥିଲା ଯାହା ଆଲୋଚନା ହୋଇଥିଲା ସେହି କଥାକୁ ରାଜ୍ୟ ସରକାର ରଖିନାହାନ୍ତି । ବାରମ୍ବାର କେବଳ ବିଧିରକ୍ଷା କରିବାକୁ ସର୍ବଦଳୀୟ ବୈଠକ ଯଦି ବସିବ ତାହାର କିଛି ମୂଲ୍ଯ ନାହିଁ ବୋଲି କହିଛି ବିଜେପି। ଯଦି କିଛି ଗଠନମୂଳକ ପରାମର୍ଶକୁ ରାଜ୍ୟ ସରକାର କିମ୍ବା ନିର୍ଵାଚନ କମିଶନ ଗ୍ରହଣ କରିବେ ତାହେଲେ କିଛି ଲାଭ ହେବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ରାଜ୍ୟ ସରକାର ଏକତରଫା ଭାବେ ଦଳୀୟ ଲୋକମାନଙ୍କୁ ନେଇ ବିଜୁ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବା ଆରମ୍ଭ କରିଛନ୍ତି । ସେପଟେ ନିର୍ବାଚନ କରିବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟ ଅବହେଳାରୁ ଆଜି ଆବାସ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ସେପଟେ ବିଜେପିକୁ ଦୋଷ ଦେଉଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଏହି ରାଜନୈତିକ ଡ୍ରାମା ବନ୍ଦ କରନ୍ତୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ସରକାର ଯଦି ନିରପେକ୍ଷ ନିର୍ବାଚନ ଚାହୁଁଛନ୍ତି ତେବେ ଯାହା ମତାମତ ଆସୁଛି ତଦନୁଯାୟୀ ସର୍ବଦଳୀୟ ବୈଠକ ପାଇଁ କିଛି ନିଷ୍ପତ୍ତି ନିଅନ୍ତୁ । ଏହା ଯଦି ନହୁଏ ତେବେ ସର୍ବଦଳୀୟ ବୈଠକରେ ବିଜେପି ଯୋଗ ଦେବ କି ନାହିଁ ପୁନଃବିଚାର କରିବ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ଅଛି । ମମିତା ହତ୍ୟାକାଣ୍ଡରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଯେଉଁ ସବୁ ଯୋଜନା ଅଛି ସବୁଥିରେ ଦୁର୍ନୀତି ହୋଇଛି । କେନ୍ଦ୍ର ସରକାରଙ୍କ ଯୋଜନାକୁ ଲାଗୁ କରିପାରୁନାହାନ୍ତି ରାଜ୍ୟ ସରକାର । ଏହି ସବୁ ପ୍ରସଙ୍ଗ ନେଇ ଲୋକମାନଙ୍କ ପାଖକୁ ଯିବ ବିଜେପି ସାଧାରଣ ସମ୍ପାଦକ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.