ETV Bharat / city

ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ହତ୍ୟା ଧମକ ଘଟଣା: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ବିଜେପି - Bjp team meet central minister

ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ବରୀ ବିଧାୟିକାଙ୍କ ସ୍ବାମୀ ମାଡ ମାରିବା ତଥା ହତ୍ୟା ଧମକ ଦେବା ଅଭିଯୋଗରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱଲେଙ୍କୁ ଭେଟିଲା ବିଜେପି । ବିଜେପିର ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ଭେଟି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ କହିବା ସହ ରଞ୍ଜନଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 22, 2019, 10:26 PM IST

ଭୁବନେଶ୍ବର: ଯାଜପୁର ଜିଲ୍ଲା ବରି ବ୍ଲକ ଔପଦା ଗାଁର ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ବରୀ ବିଧାୟିକାଙ୍କ ସ୍ବାମୀ ମାଡ ମାରିବା ତଥା ହତ୍ୟା ଧମକ ଦେବା ଅଭିଯୋଗରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱଲେଙ୍କୁ ଭେଟିଲା ବିଜେପି । ବିଜେପିର ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ଭେଟି ଅଭିଯୁକ୍ତଙ୍କୁ ପ୍ରିଭେନସନ ଅଫ ଆଟ୍ରୋସିଟିସ ଆକ୍ଟ,୧୯୮୯ ଅନୁଯାୟୀ ତୁରନ୍ତ ଗିରଫ କରିବାକୁ କହିବା ସହ ରଞ୍ଜନଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଧାୟିକାଙ୍କ ସ୍ବାମୀ ଦେବେନ୍ଦ୍ର ଦାସଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଓ ସରପଞ୍ଚ ସନ୍ତୋଷ ସାମଲ ହୋମଗାର୍ଡଙ୍କୁ ହତ୍ୟା ଧମକ ଦେବା ସହିତ ଜାତିଆଣ ଆକ୍ଷେପ କରିଥିବାରୁ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପି, ମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛି ।

ସେହିପରି ରଞ୍ଜନଙ୍କ ବିରୋଧରେ ପୋଲିସ ମିଥ୍ୟା ମକଦ୍ଦମା ଲଗାଇଥିବାରୁ ଏହାକୁ ତୁରନ୍ତ ହଟାଇ ତାଙ୍କୁ ନ୍ୟାୟ ଦେବାକୁ ବିଜେପି କହିଛି । ପୂର୍ବରୁ ପ୍ରତିନିଧି ଦଳ ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟ ମାନବଧିକାର କମିଶନ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଏହା ସତ୍ତ୍ବେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ବିଷୟକୁ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କ ଆଗରେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନର୍ଦଶୀ ସାହୁ, ଇଟିଭି ଭାରତ

Intro:ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା ଗାଁର ଜଣେ ଅନୁସୁଚିତ ଜାତିର ଗରିବ ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଏବଂ ସେହି ପଂଚାୟତର ସରପଂଚ ସନ୍ତୋଷ ସାମଲ ହତ୍ୟା ଧମକ ଦେଇ ମାଡ ମାରିଛନ୍ତି । ଏପରିକି ଶାସକ ଦଳର ନେତାମାନେ ଗତ ୯ ତାରିଖ ଦିନ ତାଙ୍କୁ ଆକ୍ରମଣ କରିବା ପରେ ବି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ । ରାଜ୍ୟ ସରକାର ୫-ଟି, ମୋ ସରକାର କଥା କହୁଥିବା ବେଳେ ଶାସକ ଦଳର ବିଧାୟିକାଙ୍କ ସ୍ୱାମୀ ଆଇନକୁ ହାତକୁ ନେଇ ଏକ ଅନୁସୂଚିତ ଜାତିର ହୋମଗାର୍ଡକୁ ହତ୍ୟା ଧମକ ଦେବା ସହ ଜାତିଆଣ ଆପେକ୍ଷ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏହା ବିରୁଦ୍ଧରେ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱଲେଙ୍କୁ ଭେଟି ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ନ୍ୟାୟ ଏବଂ ପ୍ରିଭେନସନ ଅଫ ଆଟ୍ରୋସିଟିସ ଆକ୍ଟ,୧୯୮୯ ଅନୁଯାୟୀ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ହୋମଗାର୍ଡଙ୍କୁ ସୁରକ୍ଷା \nଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ନବୀନ ବାବୁଙ୍କ ସରକାର ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାଙ୍କ ଉପରେ ଅତ୍ୟାଚାର କରିଚାଲିଛି । ଅନ୍ୟପଟେ ରାଜ୍ୟସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ହୋଇଥିବା ପ୍ରିଭେନସନ ଅଫ ଆଟ୍ରୋସିଟିସ ଆକ୍ଟକୁ କାର୍ଯ୍ୟକାରୀ କରୁନାହାଁନ୍ତି \nା ହୋମଗାର୍ଡର ଜୀବନ ପ୍ରତି ଏବେବି ବିପଦ ରହିଛି । ଶାସକ ଦଳର ଗୁଣ୍ଡାମାନେ ଏବେ ବିଧାୟିକାଙ୍କ ଇଙ୍ଗିତରେ ହୋମଗାର୍ଡକୁ ହତ୍ୟା କରିବା ପାଇଁ ଯୋଜନା କରୁଛନ୍ତି । ସମ୍ବିଧାନର ଧାରା ୧୮ ଅନୁଯାୟୀ ଏତଲା ଆଧାରରେ ଥାନା ଅଧିକାରୀ ଅଭିଯୁକ୍ତକୁ ଗିରଫ କରିବା କଥା । କିନ୍ତୁ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରି ଓଲଟା ହୋମଗାର୍ଡଙ୍କ ବିରୁଦ୍ଧରେ ମିଥ୍ୟା ମକୋଦ୍ଦମା ଲଗାଇଛି । ଏଠି ନିରୀହ, ଦଳିତ ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି । ହୋମଗାର୍ଡଙ୍କୁ ହତ୍ୟା ଧମକ ଦେଇ ଆକ୍ରମଣ କରିଥିବା ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଏବଂ ସରପଂଚ ସନ୍ତୋଷ ସାମଲଙ୍କୁ ତୁରନ୍ତ ଗିରଫ କରାଯିବା ସହ ହୋମଗାର୍ଡ ରଂଜନ ମଲ୍ଲିକଙ୍କ ନାଁରେ ଥିବା ମିଥ୍ୟା ମକୋଦ୍ଦମାକୁ ହଟାଇ ତାଙ୍କୁ ରାଜ୍ୟସରକାର ତୁରନ୍ତ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ପ୍ରତିନିଧୀ ଦଳ ଦାବି କରିଛି । ପୂର୍ବରୁ ପ୍ରତିନିଧୀ ଦଳ ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟ ମାନବଧିକାର କମିଶନ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଏହା ସତ୍ୱେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ବିଷୟକୁ ପ୍ରତିନିଧୀ ଦଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱଲେଙ୍କ ଆଗରେ ରଖିଥିଲେ । ଏହି ପ୍ରତିନିଧୀ ଦଳରେ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ବିଶ୍ୱଜିତ ନାୟକ, ଯୁବମୋର୍ଚ୍ଚା ରଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ଏବଂ ବରି ବ୍ଲକ ଚେୟାରମ୍ୟାନ ସୁବାଶିନୀ ଶର୍ମା , ବ୍ଲକ ଉପାଧ୍ୟକ୍ଷ ରମେଶ ଭଂଜ, ଜିଲ୍ଲା ପରିଷଦ ସଦସ୍ୟା ରଂଜିତା ସାମଲ, ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।Body:KkConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.