ETV Bharat / city

ଡରାଉଛି ଡେଙ୍ଗୁ, ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ନାରାବାଜି - bjp targets state govt

ରାଜ୍ୟ ରାଜଧାନୀରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ ଜ୍ବର । ଯାହାକୁ ନେଇ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ କରିଛି ବିଜେପି । ଅଧିକ ପଢନ୍ତୁ...

ଡରାଉଛି ଡେଙ୍ଗୁ, ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ନାରାବାଜି

author img

By

Published : Jul 31, 2021, 8:01 AM IST

ଭୁବନେଶ୍ବର: କୋରୋନା ମହାମାରୀ ମଧ୍ୟରେ କାୟା ମେଲାଇଛି ଡେଙ୍ଗୁ । ରାଜ୍ୟ ରାଜଧାନୀରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ ଜ୍ବର । ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ । ସରକାରଙ୍କ ଅବହେଳା ଯୋଗୁଁ ରାଜଧାନୀରେ ଡେଙ୍ଗୁ ଆତଙ୍କ ଖେଳାଇଥିବା ଅଭିଯୋଗ କରି ଶୁକ୍ରବାର ବିଜେପି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ଡରାଉଛି ଡେଙ୍ଗୁ, ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ନାରାବାଜି

କଳ୍ପନା ଛକ, ମାଷ୍ଟରକ୍ୟାଣ୍ଟିନ, ସିଆରପି, ଡମଣା, ଇନ୍ଦ୍ରଧନୁ ମାର୍କେଟ ଆଦି 12ଟି ସ୍ଥାନରେ ଦଳ ପକ୍ଷରୁ ବିକ୍ଷୋଭ କରାଯାଇଛି । ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଉଛି । ଯେତେବେଳେ ସରକାର ସ୍ଥାଣୁ ପାଲଟିଛନ୍ତି ସେତେବେଳେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଲୋକଙ୍କୁ ସଚେତନତା କରିବା ସହିତ ସେବା ଓ ଚିକିତ୍ସାର ଦାୟିତ୍ୱ ନେବ ବୋଲି ଦଳ କହିଛି ।

ସେପଟେ ଡେଙ୍ଗୁର ମୁକାବିଲା ଲାଗି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଆହ୍ୱାନ କ୍ରମେ ରାଜଧାନୀର 8 ନମ୍ବର ୱାର୍ଡରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିଜୁ ଜନତା ଦଳର ସାଙ୍ଗଠନିକ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ଓ ୱାର୍ଡ ସଭାପତି ଲଷ୍ମୀଧର ସାହୁ ପ୍ରମୁଖ ଯୋଗଦାନ କରି ଘର ଘର ବୁଲି ଲୋକଙ୍କୁ ସଚେତନ କରାଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.