ETV Bharat / city

ପିଏମ ଆବାସ କାର୍ଯ୍ୟକାରିତାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

author img

By

Published : Aug 25, 2022, 10:56 PM IST

ଆଜି ଦଳୀୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସମୀର । ବନ୍ୟା ଅଞ୍ଚଳ ବୁଲିବା ପରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଫଟୋ ଦେଖାଇ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ଆଜି ଦଳୀୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସମୀର । ବନ୍ୟା ଅଞ୍ଚଳ ବୁଲିବା ପରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଫଟୋ ଦେଖାଇ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି । ବନ୍ୟା ଓ ଲଗାଣ ବର୍ଷା ସମୟରେ ମୟୁରଭଞ୍ଜ ଜିଲ୍ଲାରେ କଚ୍ଚା ଘର ଭାଙ୍ଗି 6 ଜଣ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଏବେ ବି ସରକାର ଯୋଗ୍ୟ ଲୋକଙ୍କୁ ପକ୍କା ଘର ଯୋଗାଇ ଦେଇ ନାହାନ୍ତି । ଯେଉଁ ସ୍ଥାନରେ ପକ୍କା ଘର ମିଳିଛି ସେଠି ବିଜୁ ପକ୍କା ଘର ର ଲୋଗୋ ଲାଗିଛି । ତଳେ କାଳୀ ସାହାଯ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁ ଲେଖା ଯାଇଛି । ମାତ୍ର କେବେ କେବେ ଘର ମିଳିଲା କେବେ ନିର୍ମାଣ ସରିଲା ତାହାର ତଥ୍ୟ ଲେଖା ଯାଇନାହିଁ । କେବଳ ବୋର୍ଡ ମରା ଯାଉଛି ମାତ୍ର ଲୋକଙ୍କୁ ଘର ମିଳୁନି ।

ମୟୂରଭଞ୍ଜ ଜିଲ୍ଲାର ବନ୍ୟା ହୋଇନାହିଁ ମାତ୍ର ଲଗାଣ ବର୍ଷା ରେ ଜିରୋ କଜୁଆଲିଟିର ସତ ସାମ୍ନା କୁ ଆସିଛି । ଜିରୋ କାଜୁଆଳିଟି କାହିଁକି ତୃଣମୂଳ ସ୍ତରରେ ପାଳନ ହେଲାନାହିଁ । କାହିଁକି ସରକାରି ଅଧିକାରୀ ମାନେ ଏହାକୁ ପାଳନ କଲେ ନାହିଁ । ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କୁ ରାଜ୍ୟବାସୀଙ୍କ ନିକଟରେ ଉତ୍ତର ଦାୟୀ କରି ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କଲା ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.