ETV Bharat / city

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ - irregularity in pradhan mantri awas yojana

ପୁଣି ବିଜେପିର ଟାର୍ଗେଟରେ ରାଜ୍ୟ ସରକାର । ଆଉ ଏଥର ଟାର୍ଗେଟର ବିଷୟ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।

ବିଜେପି ଟାର୍ଗେଟରେ ରାଜ୍ୟ ସରକାର
author img

By

Published : Oct 28, 2019, 1:40 PM IST

ଭୁବନେଶ୍ବର: ପୁଣି ବିଜେପିର ଟାର୍ଗେଟରେ ରାଜ୍ୟ ସରକାର । ଆଉ ଏଥର ଟାର୍ଗେଟର ବିଷୟ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ରାଜ୍ୟରେ ଏହି ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଛି ବିଜେପି । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର 3 ପଞ୍ଚାୟତର ତଥ୍ୟ ରଖି ରାଜ୍ୟ ସରକାରଙ୍କୁ ନିଶାନା କରିଛି ବିଜେପି ।

ବିଜେପି ଟାର୍ଗେଟରେ ରାଜ୍ୟ ସରକାର

ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଦାଉଦପୁର ପଞ୍ଚାୟତରେ ସମୁଦାୟ ପରିବାର ଯେତିକି ତା’ଠାରୁ ଅଧିକ ପରିବାରକୁ ଘର ଦିଆଯାଉଥିବା ଅଭିଯୋଗ ଆଣିଛି ବିଜେପି । 2011 ସାମାଜିକ-ଅର୍ଥନୈତିକ ସର୍ଭେ ଅନୁଯାୟୀ ପଞ୍ଚାୟତରେ 768 ଜଣ ଯୋଗ୍ୟ ହିତାଧିକାରୀ ଥିବା ବେଳେ 2018-19 ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଛନ୍ତି 1421 ପରିବାର । ଏଥିସହ ଅଧିକ 212 ପରିବାରକୁ ପୁଣି ଘର ଦେବା ପାଇଁ ମଧ୍ୟ ଚିହ୍ନଟ କରାଯାଇଛି ।

ସେହିପରି ଯମରା ପଞ୍ଚାୟତର ଚିହ୍ନଟ ହୋଇଥିବା 226 ପରିବାର ମଧ୍ୟରୁ 166 ଅଯୋଗ୍ୟ ବୋଲି ଅଭିଯୋଗ ଆଣିଛି ବିଜେପି । ଯେଉଁ ତାଲିକାରେ ସାମିଲ ରହିଛନ୍ତି ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କ ସମେତ ଅନେକ ସମିତି ସଭ୍ୟ । ଏଥିସହ ମାହାଙ୍ଗା ବ୍ଲକ ମଉଦା ପଞ୍ଚାୟତରେ 2018-19ରେ ଅଯୋଗ୍ୟ 15 ପରିବାର 2019-20ରେ ଯୋଗ୍ୟ ବିବେଚିତ ହେଲେ କେମିତି ହେଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ଶାରଦା ପ୍ରଧାନ ।

ତାଙ୍କ କହିବା ମୁତାବକ ବାତ୍ୟା ଫନି ପରେ 19 ଜୁଲାଇରେ 3 ଲକ୍ଷ 89 ହଜାର ଲୋକଙ୍କୁ ପକ୍କା ଘର ଦେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ । ଏହାପରେ 14 ଅକ୍ଟୋବରରେ 12 ଲକ୍ଷ 75 ହଜାର ଲୋକଙ୍କୁ ଘର ଦେବା ପାଇଁ ପୁଣି ଚିଠି ଲେଖାଗଲା । ବିଜେଡି କର୍ମୀ ଓ ଦଲାଲଙ୍କୁ ଘର ଦେବା ପାଇଁ ଏପରି ସଂଖ୍ୟା ବଢାଯାଇଥିବା ଅଭିଯୋଗ କରିଛନ୍ତି ଶାରଦା । ଯେଉଁ ଅଭିଯୋଗ ଆଧାରରେ 10 ଲକ୍ଷ ଅଯୋଗ୍ୟଙ୍କୁ ଆବାସ ଯୋଜନାରେ ସାମିଲ କରିଥିବା କହିଛନ୍ତି ନେତା ଶାରଦା ପ୍ରଧାନ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଦୁର୍ନୀତି ଅଭିଯୋଗ ଆଣି ସରକାର ଙ୍କୁ ଟାର୍ଗେଟ କଲା ବିଜେପି। ପଞ୍ଚାୟତ ରାଜ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ର ୩ ପଞ୍ଚାୟତ ର ତଥ୍ୟ ରଖି ନିଶାନା କଲା ବିଜେପି। ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ଦାଉଦ୍ ପୁର ପଞ୍ଚାୟତରେ ସମୁଦାୟ ପରିବାର ଯେତିକି ତା ଠାରୁ ଅଧିକ ପରିବାରକୁ ଦିଆଯାଇଛି ଘର। ପରିବାର ସଂଖ୍ୟା ୧୨୦୮। ୨୦୧୧ ସାମାଜିକ- ଅର୍ଥନୈତିକ ସର୍ଭେ ଅନୁସାରେ ୭୬୮ ଯୋଗ୍ୟ ହିତାଧିକାରୀ। କିନ୍ତୁ ୨୦୧୮-୧୯ ସୁଦ୍ଧା ବିଭିନ୍ନ ଆବାସ ଯୋଜନାରେ ଘର ପାଇଛନ୍ତି ୧୪୨୧ ପରିବାର। ପୁଣି ୨୧୨ ପରିବାର କୁ ଘର ଦେବାକୁ ଚିହ୍ନଟ କରିଛନ୍ତି।
Body:ସେହିପରି ଯମରା ପଞ୍ଚାୟତ ର ଚିହ୍ନଟ ୨୨୬ ପରିବାର ଭିତରୁ ୧୬୬ ଅଯୋଗ୍ୟ ଥିବା ଅଭିଯୋଗ। ପରିବାର ର ଏକାଧିକ ଲୋକଙ୍କ ସହ ସମିତି ସଭ୍ୟ ବି ଅଛନ୍ତି। ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତାଶାରଦା ପ୍ରଧାନ।

Conclusion:ଏହା ସହ ମାହାଙ୍ଗା ବ୍ଲକ ମ‌ଉଦା ପଞ୍ଚାୟତ ରେ ୨୦୧୮-୧୯ରେ ଅଯୋଗ୍ୟ ୧୫ ପରିବାର ୧୯-୨୦ରେ ଯୋଗ୍ୟ ହେଲେ କେମିତି?
ଫନି ପରେ ୧୯ ଜୁଲାଇ ରେ ୩ ଲକ୍ଷ 89ହଜାର ଲୋକଙ୍କୁ ପକ୍କା ଘର ଦେବାକୁ ରାଜ୍ୟ ସରକାର କେନ୍ଦ୍ର କୁ ଚିଠି ଲେଖିଥିଲେ। 14ଅକ୍ଟୋଵର ଲେଖିଲେ 12 ଲକ୍ଷ 75ହଜାର ଲୋକଙ୍କୁ ଘର ଦିଅ। ବିଜେଡ଼ି କର୍ମୀ ଓ ଦଲାଲଙ୍କୁ ଘର ଦେବାକୁ ସଂଖ୍ୟା ବଢାଇଲେ। 10ଲକ୍ଷ ଅଯୋଗ୍ୟ ଙ୍କୁ ଆଵାସ ଯୋଜନାରେ ସାମିଲ କରିଛନ୍ତି ସରକାର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.