ETV Bharat / city

ସୂଚନାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଧର୍ମଶାଳା ବିଧାୟକଙ୍କୁ ଟାର୍ଗେଟ କଲା ବିଜେପି

ଶନିବାର ରାତିରେ ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ୱର ବେହେରାଙ୍କ ଉପରେ ମରଣାନ୍ତକ ଆକ୍ରମଣ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

ସୂଚନାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଧର୍ମଶାଳା ବିଧାୟକଙ୍କୁ ଟାର୍ଗେଟ କଲା ବିଜେପି
ସୂଚନାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଧର୍ମଶାଳା ବିଧାୟକଙ୍କୁ ଟାର୍ଗେଟ କଲା ବିଜେପି
author img

By

Published : Mar 28, 2021, 8:06 PM IST

ଭୁବନେଶ୍ବର: ଶନିବାର ରାତିରେ ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ୱର ବେହେରାଙ୍କ ଉପରେ ମରଣାନ୍ତକ ଆକ୍ରମଣ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ଏନେଇ ଧର୍ମଶାଳା ବିଧାୟକଙ୍କୁ ଟାର୍ଗେଟ କଲା ବିଜେପି। ତେବେ ବର୍ତ୍ତମାନ ସର୍ବେଶ୍ୱର ବେହେରା ଗୁରୁତର ଭାବରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଧର୍ମଶାଳା ବିଧାୟକଙ୍କୁ ଟାର୍ଗେଟ କଲା ବିଜେପି

ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଶାସକ ଦଳକୁ ଟାର୍ଗେଟ କରିଛି । ବିଜେପି କହିଛି, ‘ଏହି ଘଟଣାରେ ବିଜୁ ଜନତା ଦଳର ନେତା ଓ ଗୁଣ୍ଡା ମାନେ ସାମିଲ ଅଛନ୍ତି। 2017 ମସିହା ପଞ୍ଚାୟତ ନିର୍ବାଚନାରୁ ଏହି ଧାରା ଚାଲିଛି। ଏହି ଅଞ୍ଚଳରେ ଅନେକ ସୂଚନା କର୍ମୀ ମାନେ ଆକ୍ରମଣର ଶିକାର ହୋଇଥିବା ବେଳେ ସର୍ବେଶ୍ୱର ବେହେରା 18 ନମ୍ବର ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କ ପତ୍ନୀ ଏନେଇ ଧର୍ମଶାଳା ଥାନାରେ ଏତଲା କରିଛନ୍ତି । ଏହି ମାମଲାରେ ଧର୍ମଶାଳା ବିଧାୟକଙ୍କର ସମ୍ପୃକ୍ତ ଥିବା ଦର୍ଶାଇଛନ୍ତି ସର୍ବେଶ୍ୱରଙ୍କ ପତ୍ନୀ’।

ତେବେ ସର୍ବେଶ୍ୱରଙ୍କୁ 4 ବର୍ଷ ତଳେ ଏଭଳି ଭାବରେ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ସବୁ ଦୁର୍ନୀତିର ପର୍ଦ୍ଦାଫାସ କରିବାର ସର୍ବେଶ୍ୱରଙ୍କର ମୂଳ ଆଧାର ଥିଲା । ଅରୁଆର ବେଆଇନ ଖନନକୁ ନେଇ ମଧ୍ୟ ଲୋକୟୁକ୍ତରେ ମାମଲା ରୁଜୁ କରିଛନ୍ତି । ବେଆଇନ ଭାବରେ କ୍ରସର ଚାଲୁଥିବାରୁ ଅନେକ ସମୟରେ ମଧ୍ୟ ମାମଲା ଦାୟର କରିଛନ୍ତି । କିଛି ଦିନ ତଳେ ଯାଜପୁର ଅଞ୍ଚଳରେ କିଛି ପାହାଡ଼କୁ ଡାଇନାମାଇଟ ଦ୍ୱାରା ବିସ୍ଫୋରଣ କରିବାକୁ ଥିବା ବେଳେ ପୋଲିସକୁ ସହଯୋଗ କରି 50 ଲକ୍ଷ ଟଙ୍କାର ଡାଇନାମାଇଟ ବିସ୍ଫୋରଣକୁ ଅଟକାଇଥିଲା ପୋଲିସ ।

ଏସମସ୍ତ ମାମଲାକୁ ଦେଖିଲେ ସର୍ବେଶ୍ୱରଙ୍କ ଜୀବନ ପ୍ରତି ବିପଦ ରହିଛି । ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଏଭଳି ଘଟଣାକୁ ବିଜେପି ନିନ୍ଦା କରିଛି । ଆରଟିଆଇ କର୍ମୀ ଏବଂ ବିଜେପି କର୍ମୀଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି । ଏହି ସମସ୍ତ ମାମଲାରେ ଧର୍ମଶାଳା ବିଧାୟକଙ୍କୁ ତୁରନ୍ତ ପରିସର କରିବାକୁ ବିଜେପି ଦାବି କରିଛି। ଦଳ ଏହାକୁ ଅତି ଗୁରୁତର ଭାବରେ ନେଇଛି । ଯଦି ପୋଲିସ ବିଭାଗ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଦଳ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବ୍ୟାପକ ଆନ୍ଦୋଳନ କରିବା ସହ ରାଜାରାସ୍ତାକୁ ଓହ୍ଲାଇବ ବୋଲି କହିଛି ବିଜେପି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.