ETV Bharat / city

ଶିକ୍ଷୟତ୍ରୀ ନିଖୋଜ ଘଟଣା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିଜେପିର ଟାର୍ଗେଟ

author img

By

Published : Oct 18, 2021, 6:20 PM IST

Updated : Oct 19, 2021, 2:50 PM IST

କଳାହାଣ୍ଡି ଘରୋଇ ଇଂଲିସ ମିଡିୟମ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି । କଳାହାଣ୍ଡି ଜିଲ୍ଲାର କେ' ଗାଁ ଥାନା ଅଞ୍ଚଳରଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ଅଧିକ ପଢ଼ନ୍ତୁ...

ଶିକ୍ଷୟତ୍ରୀ ନିଖୋଜ ଘଟଣା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିଜେପିର ଟାର୍ଗେଟ୍‌

ଭୁବନେଶ୍ବର: କଳାହାଣ୍ଡି ଘରୋଇ ଇଂଲିସ ମିଡିୟମ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି । କଳାହାଣ୍ଡି ଜିଲ୍ଲାର କେ' ଗାଁ ଥାନା ଅଞ୍ଚଳର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । କଳାହାଣ୍ଡି ମହାଲିଙ୍ଗ ସନ୍‌ସାଇନ ପବ୍ଳିକ ସ୍କୁଲ୍‌ରେ ପାଠ ପଢ଼ାଉଥିଲେ । ତେବେ ଅଚାନକ ଶିକ୍ଷୟତ୍ରୀ ଗାଏବ ହେବା ଘଟଣା ଏବେ ସଭିଁଙ୍କୁ ଚିନ୍ତାରେ ପକାଇ ଦେଇଛି ।

ଏହି ମାମଲାରେ ପୋଲିସ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିଲା । ତେବେ ଗତକାଲି ରାତିରୁ ଟିଟଲାଗଡ଼ ପୋଲିସ ବାରାକ୍ରୁ ଚମ୍ପଟ ମାରିଛି ଗୋବିନ୍ଦ ସାହୁ । ତେବେ ଗୃହମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ଗୋବିନ୍ଦଙ୍କୁ ଖସାଇ ଦେଇଥିବା ଅଭିଯୋଗ କରିଛି ବିଜେପି । ଏହି ପ୍ରସଙ୍ଗକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ।

ଗଣମାଧ୍ୟମକୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, "ପୋଲିସ ହେପାଜତରୁ ସେ ଫେରାର ହୋଇଛନ୍ତି । ସେ ଯାହା ଲୋକ ବୋଲି ଚର୍ଚ୍ଚା ହେଉଛି, ସେ ହେଲେ ସ୍ଥାନୀୟ ଅଞ୍ଚଳର ବିଧାୟକ ଓ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ । ଯୋଜନା ବଦ୍ଧଭାବେ ସେଠାକାର ଲୋକାଲ ପୋଲିସ ତାଙ୍କୁ ଛାଡ଼ି ଦେଇନି ତ ? ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଖସାଇ ଦିଆଯାଇନାହିଁ ତ ? ଏସବୁର ତଦନ୍ତ କରିବାକୁ ଆମେ ପୋଲିସ ଡିଜିଙ୍କୁ ନିବେଦନ କରୁଛୁ ।"

ଗତ ଅକ୍ଟୋବର ୮ ତାରିଖ ଦିନ ଶିକ୍ଷୟତ୍ରୀ ମମିତା ମେହେର, ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ଠାରୁ ଅଫିସ କାମ ଥିବା ନେଇ ଫୋନ ଯୋଗେ ସୂଚନା ପାଇବା ପରେ ନିଜ ଗାଁ ତୁରେକେଲାରୁ ବଲାଙ୍ଗୀରସ୍ଥିତ ସ୍କୁଲ୍‌କୁ ଆସୁଥିଲେ ଶିକ୍ଷୟତ୍ରୀ । କିନ୍ତୁ ବାଟରେ ଚାନ୍ଦୋତରା ଛକରୁ ଶିକ୍ଷୟତ୍ରୀ ଜଣକ ନିଖୋଜ ହୋଇଯାଇଥିବା ନେଇ ପରିବାର ବର୍ଗ ୧୨ ତାରିଖରେ ସେନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ଶିକ୍ଷୟତ୍ରୀଙ୍କ କୌଣସି ପତ୍ତା ମିଳି ପାରିନାହିଁ । ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ହାତ ଥିବା ଅଭିଯୋଗ ହୋଇଥିଲା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Oct 19, 2021, 2:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.