ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି । ଏପରିକି ଲୋକଙ୍କ ସୁରକ୍ଷା ପାଇଁ ଥିବା ପୋଲିସ ଭକ୍ଷକ ସାଜିଛି । ପୋଲିସ କ୍ବାର୍ଟର ଏବେ ଭୋଗଶାଳାରେ ପରିଣତ ହୋଇଛି । ଆଜି(ଶୁକ୍ରବାର) ସରକାର ଓ ପୋଲିସ ଉପରେ ଏଭଳି କିଛି କଡା କଟାକ୍ଷ କରିଛି ବିଜେପି ।
ପୁରୀ ବଳଙ୍ଗା ଓ କେନ୍ଦ୍ରାପଡାର ନିକିରାଇ ଅଞ୍ଚଳ ଘଟଣାର ଉଦାହରଣ ଦେଇ ଏପରି କହିଛି ବିଜେପି। ପୁରୀ ବଳଙ୍ଗା ଥାନା ଏଏସଆଇ ମହିଳାଙ୍କୁ ଅସଦାଚରଣ କରିବା ସହ କ୍ବାର୍ଟରରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେହିପରି କେନ୍ଦ୍ରାପଡା ନିକିରାଇ ଅଞ୍ଚଳରେ ଜଣେ ମହିଳାଙ୍କୁ ପୋଲିସ ନ୍ୟାୟ ଦେବା ବଦଳରେ ତାକୁ ଚୁଡି ଶଙ୍ଖା ଭାଙ୍ଗିବାକୁ କହୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।
ଏହି ଦୁଇ ଘଟଣାକୁ ଉଦାହରଣ ଦେଇ ବିଜେପି ଶାସକ ଦଳକୁ ଘେରିଛି । ‘5ଟି’ ଆଉ ‘ମୋ ସରକାର’ କଥା କହୁଥିବା ସରକାରର ଏହି କଣ ନୀତି ବୋଲି ପ୍ରଶ୍ନ କରିଛି ଦଳ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ