ଭୁବନେଶ୍ବର: ଆସନ୍ତାକାଲି (ଶନିବାର) ମୁଖ୍ୟମନ୍ତ୍ରୀ ବରଗଡ ଗସ୍ତ କରିବା ପୂର୍ବରୁ ବିଜେପିର ଟାର୍ଗେଟ । ମୁଖ୍ୟମନ୍ତ୍ରୀ ଆମ ପ୍ରଶ୍ନର ଉତ୍ତର ରଖନ୍ତୁ ବୋଲି ଦାବି କଲା ବିଜେପି । ବିଜେଡି ଶାସନରେ ମହିଳା ସୁରକ୍ଷିତ ତ, ତାହା ସବୁଠୁ ବଡ ପ୍ରଶ୍ନ ? କାରଣ ବରଗଡରରୁ ମଧ୍ୟ କୁମ୍ଭାର ନାମକ ଜଣେ ମହିଳା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସ୍ଥଳରେ ବସିଛି । ତାର ସ୍ୱାମୀ ଗୋବିନ୍ଦ କୁମ୍ଭାର ଯିଏକି ଏକ କେସର ସାଖି ଥିଲେ ତାଙ୍କୁ ଆଜିକୁ ୧ ମାସ ତଳେ ପୋଲିସ ଉଠାଇକି ନେଇଗଲା ଏବଂ ପୋଲିସ ମାଡରେ ସେ ଲୋକ ମରିଗଲା । ମାତ୍ର ତା’ ସ୍ତ୍ରୀର ଏଫାୟର ରଖିଲା ନାହିଁ ପୋଲିସ୍ ।
ଓଡିଶା ପୋଲିସ ହେଉଛି ଲାଞ୍ଚୁଆ ବୋଲି କହିଛି ବିଜେପି । ଯଦି କ୍ଷେତ ବାଡ ଖାଇବ ତେବେ କ୍ଷେତକୁ ଜଗିବ କିଏ ବୋଲି ପ୍ରଶ୍ନ କରିଛି ବିଜେପି ? ବିଜେପିର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଛି, ଆପଣ ଏସପିଙ୍କୁ ସୁରକ୍ଷା ଦେବେ ନା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ? ଆଜି ଓଡିଶା ପୋଲିସ ତାର ବିଶ୍ୱାସନୀୟତା ହରାଇ ସାରିଛି । ରୁବି କୁମ୍ଭାରକୁ ନ୍ୟାୟ ମିଳିବ ତ ? ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ନିଜର ବରଗଡ ଗସ୍ତ ପୂର୍ବରୁ ଏ ପ୍ରଶ୍ନର ଉତ୍ତର ରଖନ୍ତୁ ବୋଲି କହିଛି ବିଜେପି।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ