ETV Bharat / city

ରାଜ୍ୟରେ ଦୁଷ୍କର୍ମ ବୃଦ୍ଧି ପ୍ରସଙ୍ଗ: ସରକାରଙ୍କୁ ଟାର୍ଗେଟ କଲା ବିଜେପି, ଜବାବ ରଖିଲା ବିଜେଡି - Bjp target to govt

ରାଜ୍ୟରେ ଦିନକୁ ଦିନ ନାବାଳିକା ଓ ମହିଳାଙ୍କ ପ୍ରତି ଦୁଷ୍କର୍ମ ବଢୁଛି । ଏନେଇ ମଙ୍ଗଳବାର ସରକାରଙ୍କୁ ଘେରିଛି ବିଜେପି । ଏପଟେ ଜବାବ ରଖିଲା ବିଜେଡି ।

PHOTO
ଲେଖାଶ୍ରୀ ସମାନ୍ତ ସିଂହାର
author img

By

Published : Nov 26, 2019, 8:19 PM IST

ଭୁବନେଶ୍ବର: ରାଜ୍ୟରେ ନାବାଳିକା ଓ ମହିଳାଙ୍କ ପ୍ରତି ଦୁଷ୍କର୍ମ ବଢୁଛି । ପ୍ରତିଦିନ ପ୍ରାୟ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ଏମିତି ଚାଞ୍ଚଲ୍ୟକର ତଥ୍ୟ ସୋମବାର ବିଧାନସଭାରେ ସରକାର ଦେଇଥିଲେ । ଏହାକୁ ନେଇ ମଙ୍ଗଳବାର ସରକାରଙ୍କୁ ଘେରିଛି ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମଙ୍ଗଳବାର ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମାନ୍ତ ସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଜଗତସିଂହପୁର ଜିଲ୍ଲା ନାଉଗାଁରେ ହୋଇଥିବା ଦୁଷ୍କର୍ମକୁ ନେଇ ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ଲେଖାଶ୍ରୀ । ଜଣେ ଦଳିତ ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ଓ ସେ ଭୟରେ ଆତ୍ମହତ୍ୟା କରିବା ପରେ ବିଜେପି ଏହାକୁ ଗମ୍ଭୀରତାର ସହ ନେଇ ସରକାରଙ୍କ ଉପରେ ବର୍ଷିଛି ।

ମୁଖ୍ୟମନ୍ତ୍ରୀଙ୍କ ଉପରେ ହମଲା କରି ଦଳ କହିଛି ବିଧାନସଭାରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଚାହିଁଲେ ମୁଖ୍ୟମନ୍ତ୍ରୀ କହୁଛନ୍ତି ରାଜନୀତି କରୁଛ । ହେଲେ ଏଠି ଜଣେ ଦଳିତ ଝିଅ ଦୁଷ୍କର୍ମର ଶୀକାର ହୋଇ ଆତ୍ମହତ୍ୟା କରୁଛି ଏହା କିପ୍ରକାର ମୁଖ୍ୟମନ୍ତ୍ରୀଙ୍କର ମହିଳାଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛି ଦଳ ।

ବିଧାନସଭାରେ ସରକାର ଉତ୍ତର ଦେଇ କହିଛନ୍ତି ଗତ ଛ’ ମାସରେ 604 ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି ଓ ପ୍ରତିଦିନ 7ଜଣ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି | ହେଲେ ଏହି ପ୍ରସଙ୍ଗରେ ବିରୋଧୀ ଗୃହରେ ଆଲୋଚନା ଚାହିଁଲେ ମୁଖ୍ୟମନ୍ତ୍ରୀ କହୁଛନ୍ତି ରାଜନୀତି କରୁଛ । ଏଠି ଫାସୀବାଦର ସରକାର ଚାଲିଥିବା କହିଛନ୍ତି ଲେଖଶ୍ରୀ ।

ଏଠି ଯିଏ ସରକାରଙ୍କ ନିର୍ଦ୍ଦେଶରେ କାମ କରିବ ନାହିଁ ସେ ବଳି ପଡିବ, ଉଦାହରଣ ଦେଇ କହିଛନ୍ତି ନିକଟରେ ଏଥିପାଇଁ ଡିଜିପି ପଦରୁ ହଟିଲେ ବିଜୟ ଶର୍ମା ।

ସେପଟେ ବିଜେପି ଅଭିଯୋଗର ଜବାବ ଦେଇଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ବିଜେପି ଯେଉଁ ଅଭିଯୋଗ କରୁଛି ବିଜେପି ଶାସିତ ରାଜ୍ୟରେ ଦୁଷ୍କର୍ମର ସ୍ଥିତି କଣ ତାହା ମଧ୍ୟ କୁହନ୍ତୁ । ଏହାକହି ସେ ବିଜେପିକୁ ପାଲଟା ଆଟାକ କରିଛନ୍ତି ପ୍ରମିଳା ।

ଭୁବନେଶ୍ବରରୁ ତପନ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ ନାବାଳିକା ଦୁଷ୍କର୍ମ ବଢୁଛି । ପ୍ରତିଦିନ ପ୍ରାୟ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ହେଲେ ସରକାର ଦୋଷୀଙ୍କୁ ଦଣ୍ଡ ଦେଇ ପାରୁନାହାନ୍ତି । ଏନେଇ ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବାହାରେ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ।
ସେପଟେ ଜଗତସିଂହପୁର ଜିଲ୍ଲାରେ ଜଣେ ଦଳିତ ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ଓ ସେ ଭୟରେ ଆତ୍ମହତ୍ୟା କରିବା ଖବରକୁ ନେଇ ବିଭୁବନେଶ୍ୱର  ୨୫।୧୧ –   ରାଜ୍ୟରେ ନାବାଳିକା ଦୁଷ୍କର୍ମ ବଢୁଛି । ପ୍ରତିଦିନ ପ୍ରାୟ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ହେଲେ ସରକାର ଦୋଷୀଙ୍କୁ ଦଣ୍ଡ ଦେଇ ପାରୁନାହାନ୍ତି । ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେପଟେ ଜଗତସିଂହପୁର ଜିଲ୍ଲାରେ ଜଣେ ଦଳିତ ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ଓ ସେ ଭୟରେ ଆତ୍ମହତ୍ୟା କରିବା ଖବରକୁ ମଧ୍ୟ ସରକାରଙ୍କୁ କାଠଗଡାରେ ଛିଡା କରିଛି ବିଜେପି ।Body:ଏହାକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ କହିଛନ୍ତି ଯେ,
, ରାଜନୀତିକରଣ କିଏ କରୁଛି ଯିଏ ନାବାଳିକା ଓ ମହିଳା ଅତ୍ୟାଚାର ଉପରେ କଥା ଉଠାଉଛି ନା ଯେ ଏହାକୁ ଚପାଇବାକୁ ଚେଷ୍ଟା କରୁଛି | ବିଧାନସଭାରେ ଉତ୍ତରରେ ସରକାର ତଥ୍ୟ ଅନୁଯାୟୀ ଗତ ଛ ମାସରେ 604 ଜଣଙ୍କୁ ଦୁଷ୍କର୍ମ ହୋଇଛି ଓ ପ୍ରତିଦିନ 7ଜଣ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି | ଓଡିଶାରେ ଫାସୀବାଦର ସରକାର ଚାଲିଥିବା କହିଲେ ଲେଖଶ୍ରୀ ।
Conclusion:ସ୍ମିତାରଣୀ ଘଟଣାର ତଦନ୍ତକୁ ବାଟବଣା କରିବା ପାଇଁ ଡ଼ିଜିଙ୍କ ପଦ ଗଲା | ପୁଙ୍ଖନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଯାଜପୁର ଏସପିଙ୍କୁ ନିର୍ଦେଶ ଦେଇଥିବାରୁ ବିଜୟ ଶର୍ମାଙ୍କ ଡ଼ିଜି ପଦରୁ ବିଦା କରାଗଲା। ବିକେ ଶର୍ମା ବିରୁଡ଼ି ବସାରେ ହାତ ମାରିଦେଲେ ତେଣୁ ତାଙ୍କୁ ହଟାଗଲା। କହିଛନ୍ତି ଲେଖଶ୍ରୀ
ବାଇଟ୍-ଲେଖାଶ୍ରୀ ସମନ୍ତସିଂହାର, ରାଜ୍ୟ ସମ୍ପାଦିକା, ବିଜେପି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.