ETV Bharat / city

ବିଜେପୁରରେ ବିଜୟ ଲାଭ କରିବ ବିଜେପି: ବସନ୍ତ ପଣ୍ଡା

ବିଜେପୁର ଉପନିର୍ବାଚନରେ ବିଜେପି ବିଜୟ ଲାଭ କରିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ଏହାସହ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

author img

By

Published : Sep 22, 2019, 2:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାଜିଲା ବିଜେପୁର ବିଗୁଲ । ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଅକ୍ଟୋବର 21ରେ ନିର୍ବାଚନ ହେବାକୁ ଥିବାବେଳେ 24ରେ ଗଣତି ହେବ । ସେପ୍ଟେମ୍ବର 23ରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ଏଥିଲାଗି ସବୁ ଦଳ ନିଜ ପ୍ରାର୍ଥୀ ଖୋଜିବାରେ ବ୍ୟସ୍ତ । ବିଜେଡି ଓ କଂଗ୍ରେସ ଏନେଇ ରଣନୀତି ପ୍ରସ୍ତୁତ କରୁଥିବାବେଳେ ବିଜେପି ମଧ୍ୟ ପଛରେ ପଡିନି ।

ବିଜେପି ଏଠାରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଦ୍ବନ୍ଦ୍ବରେ ଥିବାବେଳେ ଦିନେ ଦୁଇ ଦିନ ଭିତରେ ନାମ ଚୂଡାନ୍ତ କରି କେନ୍ଦ୍ରୀୟ କମିଟିକୁ ପଠାଯିବ ବୋଲି ଦଳ ସଭାପତି ବସନ୍ତ ପଣ୍ଡା କହିଛନ୍ତି । ଏହାସହ ଦଳ ଏଠାରେ ଜୋରଦାର ଲଢେଇ କରିବ ବୋଲି ସେ କହିଛନ୍ତି । ରାଜ୍ୟସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ଜଣାଇ ଭୋଟ ହାତେଇବୁ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ବିଜେପୁରରୁ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡତିଆ ଓ ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲି ରହିଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଜେପୁର ପ୍ରୀର୍ଥ ହେବା ପାଇଁ ବିଜେପି ମଧ୍ୟର ପ୍ରତିଯୋଗିତା​‌ ଦେଖିବାକୁ ମିଳିଛ। ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷ​‌ ସନତ ଗଡତିଆ ପ୍ରାର୍ଥୀ ହୋଇଥିବା​ବେଳେ ଏବେ ପଦ୍ବପୁର ପୂର୍ବତନ ବିଧାୟକ ମଧ୍ୟ ବିଜେପୁରରୁ ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି।

ବିଜେପୁର ପାଇଁ ନା ଚୂଡାନ୍ତ କରିକି କେନ୍ଦ୍ରିୟ କମିଟି କୁ ପଠାଯିବ ବୋଲି କହିଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ନିଷ୍ପତି ଠିକ ସମୟରେ ଆସିଯିବ।
ବିଜେପୁର ରେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେଇକି ତାକୁ ଉପେକ୍ଷା କଲେ। ରାଜ୍ୟ ସରକାରଙ୍କ ବିଫଳତା କୁ ବଖାଣିବୁ ବିଜେପୁର ରେ। ଲୋକେ ବିଲକୁଲ ସନ୍ଦେହ ରେ ନାହାଁନ୍ତି। Bjp କୌଣସି ରାଜନୈତିକ ଦଳ ସହ ବଂଧୁତ୍ବପୂର୍ଣ ରାଜନୀତି କରିବନି। ବ୍ୟକ୍ତି ବ୍ୟକ୍ତି ଭିତରେ ବନ୍ଧୁତ୍ୱ ଥାଇପାରେ। ଦଳ ଭିତରେ ନୁହଁ
ଜୋରଦାର ଲଢେଇ କରିବୁ।
Body:ବସନ୍ତ ପଣ୍ଡା
ବିଜେପି ସଭାପତି
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.