ETV Bharat / city

୨୩ରୁ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ

author img

By

Published : Nov 20, 2021, 3:57 PM IST

ଆସନ୍ତା ୨୩ରୁ ରାଜ୍ୟ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ (BJP State executive meeting) ବୈଠକ । ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ସାଂଗଠନିକ ବୈଠକ ଗୁରୁତ୍ବପୂର୍ଣ୍ଣ ରହିଛି । ଅଧିକ ପଢନ୍ତୁ

state BJP State executive meeting
୨୩ ରୁ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: ଆସନ୍ତା ୨୩ରୁ ରାଜ୍ୟ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ(BJP State executive meeting) ବୈଠକ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର । ଆସନ୍ତା ୨୩ ଓ ୨୪ ତାରିଖରେ ରାଜ୍ୟ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ରାଜ୍ୟ କାର୍ଯ୍ୟକାରିଣୀରେ ଯୋଗଦେବେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ଓ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।

୨୩ ରୁ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ

ଏହାସହ ବୈଠକରେ ରାଜ୍ୟର ୩ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଏବଂ ବିଶ୍ବେଶ୍ଵର ଟୁଡୁ ମଧ୍ୟ ଯୋଗଦେବେ । ସାଂପ୍ରତିକ ରାଜ୍ୟରେ ରାଜନୈତିକ ପରିସ୍ଥିତିକୁ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବ ଏହା ସହ କେନ୍ଦ୍ରର ଜନମଙ୍ଗଳକାରୀ ଯୋଜନା ସଂପର୍କରେ ମଧ୍ୟ ଆଲୋଚନା ହେବ।

ଏହା ସହ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ସାଂଗଠନିକ ବୈଠକ ଅନେକ ଗୁରୁତ୍ବ ରଖୁଛି । ନିର୍ବାଚନ ଖସଡା ଓ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.