ETV Bharat / city

ନୂଆ ପଞ୍ଚାୟତ ନିର୍ବାଚନ ନିୟମ ଉପରେ ବର୍ଷିଲା ବିଜେପି - ପଞ୍ଚାୟତ ନିର୍ବାଚନ ଚିଠା ନିୟମ

ରାଜ୍ୟ ସରକାରଙ୍କ ନୂଆ ଚିଠା ନିୟମ ଉପରେ ବର୍ଷିଲା ବିଜେପି । ନିର୍ବାଚନ ବିଳମ୍ବ କରିବାକୁ ସରକାରଙ୍କ ଏହା ଏକ ଗଳା ବାଟ ବୋଲି ଅଭିଯୋଗ କଲା ଦଳ । ଅଧିକ ପଢନ୍ତୁ...

ନୂଆ ପଞ୍ଚାୟତ ନିର୍ବାଚନ ନିୟମ ଉପରେ ବର୍ଷିଲା ବିଜେପି

author img

By

Published : Aug 21, 2021, 10:53 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନୂଆ ଚିଠା ନିୟମ ଉପରେ ବର୍ଷିଲା ବିଜେପି । ପଞ୍ଚାୟତ ନିର୍ବାଚନ ନେଇ ସରକାର ଏହି ଚିଠା ପ୍ରସ୍ତାବ ଆଗତ କରିଛନ୍ତି । ଏପରି ଭାବେ ରାଜ୍ୟ ସରକାର କପି କରି ପ୍ରଥମ ହେବାକୁ ଚେଷ୍ଟା କରୁଛନ୍ତି ବୋଲି ସମାଲୋଚନା କଲେ ବିଜେପି ପଞ୍ଚାୟତରାଜ ବିଭାଗ ସଂଯୋଜକ ଶଙ୍କରର୍ଷଣ ପରିଡା ।

ନୂଆ ପଞ୍ଚାୟତ ନିର୍ବାଚନ ନିୟମ ଉପରେ ବର୍ଷିଲା ବିଜେପି

ଶଙ୍କର କହିଛନ୍ତି ଯେ, ସରକାର ଗଣତି ପ୍ରକ୍ରିୟା ତ୍ଵରାନ୍ଵିତ କରିବା ବଦଳରେ ବିଳମ୍ବରେ ଗଣତି କରିବେ । ବିଡମ୍ବନାର ବିଷୟ ହେଲା 4 ଲକ୍ଷ ଭୋଟ୍ ବାକ୍ସ ରଖିବାକୁ ବ୍ଲକ ସ୍ତରରେ ବିଧିବଦ୍ଧ ବ୍ୟବସ୍ଥା ନାହିଁ । ବ୍ଳକରେ ଷ୍ଟ୍ରଙ୍ଗ ରୁମ୍ ନାହିଁ । ତେଣୁ ଶାସକ ଦଳ ଭୋଟକୁ ବିଭ୍ରାନ୍ତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏ ସରକାର ଯେନତେନ ପ୍ରକାରରେ ଭୋଟକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି । ନିର୍ବାଚନ ଜିତିବାକୁ ଏବଂ ନିର୍ବାଚନ ବିଳମ୍ବ କରିବାକୁ ସରକାରଙ୍କ ଏହା ହୀନ ଉଦ୍ୟମ ତଥା ଗଳା ବାଟ ବୋଲି ଅଭିଯୋଗ କରିଛି ବିଜେପି ।

ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡିଛି । ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରି ଏହି ନିଷ୍ପତ୍ତି ଲାଗୁ ନ କରନ୍ତୁ ବୋଲି ଦାବି କରିଛି ଦଳ । ଏନେଇ ଆସନ୍ତାକାଲି(ରବିବାର) ରାଜ୍ୟ ନିର୍ବାଚନ କମିଶନକୁ ବିଜେପି ଭେଟିବ ବୋଲି ସୂଚନା ଦେଇଛନ୍ତି ଦଳର ପଞ୍ଚାୟତ ରାଜ ବିଭାଗ ସଂଯୋଜକ ଶଙ୍କରର୍ଷଣ ପରିଡା ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ବୁଥ ସ୍ତରରେ ଭୋଟ ଗଣତି ହେଉଥିବାବେଳେ ଏବେ ବ୍ଲକରେ ଭୋଟ ଗଣତି ହେବ ବୋଲି ରାଜ୍ୟ ସରକାରଙ୍କ ନୂଆ ନିୟମରେ ଦର୍ଶାଯାଇଛି । ଯାହାକୁ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଉଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.