ETV Bharat / city

ଗାନ୍ଧୀ ମୂର୍ତ୍ତି ତଳେ ବିଜେପିର ଧାରଣା, ବିରୋଧୀ ଡ୍ରାମା କରୁଛନ୍ତି କହିଲେ ପ୍ରମିଳା

author img

By

Published : Sep 4, 2021, 5:07 PM IST

ଗାନ୍ଧି ମୂର୍ତ୍ତି ତଳେ ବିଜେପିର ଧାରଣା । ଧାରଣାରତ ବିରୋଧୀ ଦଳଙ୍କୁ ମନାଇବାକୁ ପ୍ରୟାସ କରି ବିଫଳ ହୋଇ ଫେରିଲେ ସରକାରୀ ଦଳର ମୁଖ୍ୟସଚେତକ ଓ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ...

ଗାନ୍ଧୀ ମୂର୍ତ୍ତି ତଳେ ବିଜେପି ଧାରଣା, ବିରୋଧୀ ଡ୍ରାମା କରୁଛନ୍ତି କହିଲେ ପ୍ରମିଳା

ଭୁବନେଶ୍ବର: ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଉଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ଘରକୁ ରାଜ୍ୟ ସରକାର ନିଜ ନାମରେ କରି ବାଃ ବାଃ ନେବାକୁ ଚେଷ୍ଟା କରୁଛନ୍ତି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଲେ ବିଜେଡି ଏବଂ କଂଗ୍ରେସ ଦଳ ମିଳିମିଶି ହଟ୍ଟଗୋଳ କରୁଛନ୍ତି । ଏନେଇ ଅଭିଯୋଗ କରି ବିରୋଧୀ ଦଳ ବିଧାନସଭା ସମ୍ମୁଖ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଉଛନ୍ତି । ସେପଟେ ଧାରଣାରତ ବିଜେପି ସଦସ୍ୟଙ୍କୁ ମନାଇବାକୁ ଉଦ୍ୟମ କରିଛନ୍ତି ଶାସକ ଦଳ ।

ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ଦଳର ମୁଖ୍ୟ ସଚେତକ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେପି ସଦସ୍ୟଙ୍କୁ ଗୃହରେ ଭାଗ ନେବାକୁ ଅନୁରୋଧ କରିଛନ୍ତି । ହେଲେ ଅଂଶଗ୍ରହଣ କରିବାକୁ ବିଜେପି ସିଧାସଳଖ ମନା କରିଛି ଏବଂ କହିବାକୁ ସୁଯୋଗ ଦେଲେ ଅଂଶଗ୍ରହଣ କରିବେ ବୋଲି କହିଛି । ଶେଷରେ ବିରୋଧୀ ଦଳକୁ ମନାବାଇବାକୁ ଆସି ପ୍ରମିଳା ମଲ୍ଲିକ ଏବଂ ନିରଞ୍ଜନ ପୂଜାରୀ ବିଫଳ ହୋଇ ଫେରି ଯାଇଛନ୍ତି ।

ସେହିପରି ଶାସକ ଦଳ ବିରୁଦ୍ଧରେ ବିଜେପିର ଦୁର୍ନୀତି ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା ମଲ୍ଲିକ । 'କୌଣସି ସ୍ଥାନରେ ଦୁର୍ନୀତି ହୋଇନି । 5 ଜିଲ୍ଲାରେ ଘର ମିଳିନଥିବା କଥା ବିଜେପି କହୁଛି । କିନ୍ତୁ କେନ୍ଦ୍ର ସରକାର ପୋର୍ଟାଲ ବନ୍ଦ କରିଥିବା କଥା ନ କହି ଖାଲି ଡ୍ରାମା କରୁଛନ୍ତି । ଲୋକଙ୍କ ସମସ୍ୟା ବାବଦରେ ଆଲୋଚନା ନ କରି ପ୍ରତିଦିନ ବିରୋଧୀ ବାଗୁଡି ଖେଳ ଖେଳୁଛନ୍ତି । ଉଭୟ କଂଗ୍ରେସ ଓ ବିଜେପି ଡ୍ରାମା କରୁଛନ୍ତି ' ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.