ETV Bharat / city

ମହିଳା ଅସଦାଚରଣରେ ଓଡିଶା ପ୍ରଥମ, ଭୁବନେଶ୍ବରରେ ବିଜେପିର ବିକ୍ଷୋଭ

author img

By

Published : Sep 6, 2022, 7:10 PM IST

ବିଜେଡି ସରକାରର ୨୨ ବର୍ଷ ଶାସନରେ ମହିଳା ବିରୋଧୀ ହିଂସାରେ ଓଡିଶା ପ୍ରଥମରେ ରହିଥିବା ଅଭିଯୋଗ କରି ଭୁବନେଶ୍ବରରେ ବିଜେପିର ବିକ୍ଷୋଭ । ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ରହି ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

ମହିଳା ଅସଦାଚରଣରେ ଓଡିଶା ପ୍ରଥମ, ଭୁବନେଶ୍ବରରେ ବିଜେପିର ବିକ୍ଷୋଭ
ମହିଳା ଅସଦାଚରଣରେ ଓଡିଶା ପ୍ରଥମ, ଭୁବନେଶ୍ବରରେ ବିଜେପିର ବିକ୍ଷୋଭ

ଭୁବନେଶ୍ବର: ରାଜଭବନ ସମ୍ମୁଖରେ ବିଜେପିର ବିକ୍ଷୋଭ । ବିଜେଡି ସରକାରର ୨୨ ବର୍ଷ ଶାସନ ପରେ ମହିଳା ଅସଦାଚରଣରେ ଓଡିଶା ପ୍ରଥମରେ ରହିଥିବା ଅଭିଯୋଗରେ ଏହି ଆନ୍ଦୋଳନ କରିଛି ବିଜେପି । ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ବିଜେଡି ସରକାର ମହିଳାଙ୍କୁ ସମ୍ମାନର ମିଛ ପ୍ରଚାର କରୁଥିବା ଅଭିଯୋଗ କରିଛି ବିଜେପି । ମହିଳା ବିରୋଧୀ ହିଂସାରେ ଓଡ଼ିଶା ରେକର୍ଡ ଭାଙ୍ଗୁଥିବା ଅଭିଯୋଗ କରିଛି ବିଜେପି । ଏହାର ପ୍ରତିବାଦରେ ବିଜେପିର ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ଵର ଜିଲ୍ଲା ସଭାପତି ବାବୁ ସିଂ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ରହିଥିଲେ । ରାଜଭବନ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବିଜେପି ନେତୃଗଣ ବିଜେଡି ସରକାରକୁ କଟୁ ସମାଲୋଚନା କରିଥିଲେ । ବିଜେପିର ଏହି ବିକ୍ଷୋଭ ପ୍ରଦର୍ଶନ ପରେ ରାଜ୍ୟପାଳଙ୍କୁ ଏନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ନବୀନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା, କଟାକ୍ଷ କଲେ ସୁର

ଏନେଇ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, "୨୨ ବର୍ଷ ଶାସନ କାଳରେ ଆଜି ନାରୀମାନେ ଓଡିଶାର ଅସୁରକ୍ଷିତ । ଓଡିଶାରେ ଶିଶୁ ନିଖୋଜ ପ୍ରଥମ ସ୍ଥାନରେ ପହଞ୍ଚିଛି । ଏକଥା ଆମେ କହୁ ନାହୁଁ । ଏନ୍‌ସିଆର୍‌ବିର ରିପୋର୍ଟ କହୁଛି । ଅନ୍ୟପଟେ ନିଜ ଦ୍ବାରା ପ୍ରାୟୋଜିତ ଏକ ସଂସ୍ଥା ଦ୍ବାରା ନିଜକୁ ପ୍ରାଇଜ ଦେବାପାଇଁ ଦିଲ୍ଲୀରୁ କପ୍ ଆଣିବାକୁ ନବୀନ ପଟ୍ଟନାୟକ ନିଜ ନେତା, ବିଧାୟକ ଓ ସାଂସଦ ମାନଙ୍କୁ ନେଇ ଦିଲ୍ଲୀ ଯାଇଥିଲେ । ଫେରିବା ବେଳେ ସେମାନେ ବିମାନ ବନ୍ଦରରେ ମଦ୍ୟପାନ କରି ବିମାନ କର୍ମଚାରୀ ଏବଂ ଯାତ୍ରୀଙ୍କ ସହ ଝଗଡ଼ା କରିଥିଲେ । ଦିଲ୍ଲୀରେ ଓଡିଶାକୁ ନିନ୍ଦିତ କରାଗଲା । ତେବେ ସରକାର ମହିଳା ସମ୍ମାନର ମିଛ ପ୍ରଚାର କରୁଛନ୍ତି । ଟଙ୍କା ଖର୍ଚ୍ଚ କରି ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକ ସଂଗ୍ରହ କରି ଶୋଭାଯାତ୍ରା କରୁଛନ୍ତି । ତେଣୁ ଏହାକୁ ବିରୋଧ କରି ଆମେ ଆଜି ଆନ୍ଦୋଳନକୁ ଓହ୍ଲାଇଛୁ । ଆଜିର ଲଢେଇ ଏକ ନିର୍ଣ୍ଣାୟକ ମୋଡକୁ ନେବ । ଓଡିଶାବାସୀ ଏ ସରକାରକୁ ହଟେଇବେ । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.