ETV Bharat / city

କାଶୀପୁରରେ ଝାଡାବାନ୍ତି ମୃତ୍ୟୁ: ସରକାରଙ୍କୁ ଦାୟୀ କଲା BJP

author img

By

Published : Jul 26, 2022, 1:46 PM IST

କାଶୀପୁରରେ ଝାଡାବାନ୍ତି ବ୍ୟାପିବା ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଲା ବିଜେପି । ସରକାର ଝାଡାବାନ୍ତି ଜନିତ ଭୁଲ୍ ତଥ୍ୟ ଦେଉଛନ୍ତି କହିଲେ ମୋହନ ମାଝୀ । ଅଧିକ ପଢନ୍ତୁ

କାଶୀପୁରରେ ଝାଡାବାନ୍ତି ମୃତ୍ୟୁ: ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ବର: କାଶୀପୁରରେ ଝାଡାବାନ୍ତି ବ୍ୟାପିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । 24 ତାରିଖରେ ବିଜେପି ବିଧାୟକ ଟିମ୍ ରାୟଗଡ଼ା କାଶୀପୁର ଗସ୍ତ କରିଥିଲେ । ବିଜେପି ଅଭିଯୋଗ କରିଛି ଯେ, ଏଠାରେ ପାଖାପାଖି 14 ଜଣଙ୍କ ଝାଡାବାନ୍ତିରେ ମୃତ୍ୟୁ ହୋଇଛି । ହେଲେ ସରକାର 9 ଜଣଙ୍କର ମୃତ୍ୟୁ ଘଟିଥିବାର କହୁଛନ୍ତି । ଅନ୍ୟ 5 ଜଣଙ୍କ ମୃତ୍ୟୁ ଅଲଗା କାରଣ ଯୋଗୁଁ ହୋଇଛି ବୋଲି ସେ କହୁଛନ୍ତି । ଯଦି ଏହା ସତ ତେବେ ସେମାନଙ୍କର ମୃତଦେହ ବ୍ୟବଚ୍ଛେଦ ହୋଇଛି କି ? ଯଦି ହୋଇଛି ତେବେ ଏହାର ରିପୋର୍ଟ ସରକାର ସାର୍ବଜନୀନ କରନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ବିଜେପି ଅଭିଯୋଗ କରିଛି, ''ହଇଜା ସ୍ଥିତି ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ । ସରକାର ହିଁ ଏଥିପାଇଁ ଦାୟୀ । ବିଜେପି ବିଧାନସଭାରେ ଏ ପ୍ରସଙ୍ଗକୁ ଦୃଢ ଭାବେ ଉଠାଇଛି । ଦୂଷିତ ପାନୀୟ ଜଳ ପିଇବା ଓ ସୁଷମ ଖାଦ୍ୟ ଅଭାବରୁ କାଶୀପୁର ଅଞ୍ଚଳରେ ହଇଜା ବ୍ୟାପିଛି । ସେଠାରେ ଡ୍ରେନର କିମ୍ବା ଅନ୍ୟ ସ୍ବଚ୍ଛ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ନାହିଁ । ଗୋଟିଏ ମାତ୍ର ବନ୍ଧ ଅଛି । ସେଠାରୁ ପାଇପ ଯୋଗେ ପାଣି ଆସୁଛି । କିନ୍ତୁ ଷ୍ଟାଣ୍ଡ ପୋଷ୍ଟଗୁଡ଼ିକରେ ପାଇପ ସଂଯୋଗ ହୋଇନାହିଁ । ଭୂମିରେ ଲାଗିଥିବା ପାଇପଗୁଡ଼ିକରେ ପାଣି ଆସୁଛି । ସେହି ପାଇପଗୁଡ଼ିକ ଡ୍ରେନ୍ ଭିତରେ ମଧ୍ୟ ରହିଛି । ତେଣୁ ପାଣି ଆସିବା ବେଳେ ସେଥିରେ ଦୂଷିତ ଜଳ ମିଶିଯାଉଛି । ଯାହାଦ୍ବାରା ଆଜି କାଶୀପୁରରେ ଏଭଳି ଝାଡାବାନ୍ତି ବ୍ୟାପିଛି ।''

ସରକାର ବିକାଶର ଯେଉଁ ଚିତ୍ର ଦେଖାଉଛନ୍ତି ତାହା ଉପହାସ ସଦୃଶ ବୋଲି ବିରୋଧି ଦଳ କହିଛି । ବିଜେପି ନେତା ଆହୁରି ମଧ୍ୟ କହିଛନ୍ତି ଯେ, "ବିକାଶର ବାସ୍ତବତା କାଗଜ କଲମରେ ସୀମିତ । 2002, 2006, 2007ରେ ଝାଡାବାନ୍ତି ହୋଇଥିଲା । କ୍ରମଶଃ ଏହା ମହାମାରୀ ରୂପ ନେଇଥିଲା । କାଶୀପୁରରେ ଲୋକଙ୍କୁ ରାସନ କାର୍ଡ ମିଳିନାହିଁ । ଲୋକ ଆମ୍ବ ଟାକୁଆ ଭଳି ଅଖାଦ୍ୟ ଖାଉଛନ୍ତି । ସରକାର ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ କେବଳ ବାଃ ବାଃ ନେଉଛନ୍ତି । ବିଭ୍ରିଓ କଲେରା ଭୟଙ୍କର ଭାଇରସ ହୋଇଥିବା ବେଳେ ପାଞ୍ଚାଳି ଗାଁରେ ଦୁଇ ଜଣଙ୍କର ମୃତ୍ୟୁ 2 ଘଣ୍ଟା ଭିତରେ ହୋଇଥିଲା । 2018ରେ 298 କୋଟି ଟଙ୍କା ବ୍ୟୟରେ କାଶୀପୁର ଅଞ୍ଚଳରେ ମେଗା ପ୍ରକଳ୍ପ ଆରମ୍ଭ କରିଥିଲେ । କିନ୍ତୁ 5 ବର୍ଷ ଭିତରେ ପ୍ରକଳ୍ପ ଶେଷ ହୋଇପାରି ନାହିଁ । 6 ମାସ ହେବ କାମ ଆରମ୍ଭ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.