ETV Bharat / city

ବୋମାମାଡ ଭଳି ଘଟଣାକୁ ନେଇ ବିଜେପି ରାଜନୀତି ନ କରୁ: ବିଜେଡି - ବୋମା ମାଡ ଘଟଣାରେ ବିଜେଡି ପ୍ରେସ ମିଟ

ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେଉରାଙ୍କୁ ହୋଇଥିବା ବୋମା ମାଡ ଘଟଣାରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପିକୁ ରାଜନୀତି ନକରୁ କହିଲା ଦଳ । ଅଧିକ ପଢନ୍ତୁ...

ବୋମାମାଡ ଭଳି ଘଟଣାକୁ ନେଇ ବିଜେପି ରାଜନୀତି ନକରୁ : ବିଜେଡି

author img

By

Published : Mar 28, 2021, 10:25 PM IST

ଭୁବନେଶ୍ବର: ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେଉରାଙ୍କୁ ହୋଇଥିବା ବୋମା ମାଡ ଘଟଣାରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳ କହିଛି ଏହା ଏକ ଅତ୍ୟନ୍ତ ଜଘନ୍ୟ ଓ ବର୍ବୋରୋଚିତ ଘଟଣା । ପୋଲିସ୍ ଏ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ତେବେ ଏହି ଘଟଣାକୁ ନେଇ ବିଜେପି ଯେଭଳି ରାଜନୀତି ଆରମ୍ଭ କରିଛି, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ବୋମାମାଡ ଭଳି ଘଟଣାକୁ ନେଇ ବିଜେପି ରାଜନୀତି ନକରୁ : ବିଜେଡି
ବୋମାମାଡ ଭଳି ଘଟଣାକୁ ନେଇ ବିଜେପି ରାଜନୀତି ନକରୁ : ବିଜେଡି

ଉକ୍ତ ଘଟଣାକୁ ନେଇ ବିଜେପି ପକ୍ଷରୁ କାରଯାଇଥିବା ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଲେନିନ କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କ ଉପରେ ବୋମାମାଡ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । କୌଣସି ସ୍ତରରେ ଏହା ଗ୍ରହଣୀୟ ନୁହେଁ । ତେବେ ଏଭଳି ସ୍ପର୍ଶକାତାର ଘଟଣାକୁ ନେଇ ରାଜନୀତି କରିବା ଆଦୌ ଉଚିତ୍ ନୁହେଁ । ପ୍ରତ୍ୟେକ ଅପରାଧିକ ଘଟଣାକୁ ନେଇ ରାଜନୀତି କରିବା ରାଜ୍ୟ ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି । ଏହା ଫଳରେ ମାମଲାର ଗୁରୁତ୍ବ ହ୍ରାସ ସହିତ ଅପରାଧିମାନଙ୍କୁ ରାଜନୀତିକରଣ ବେଶ୍ ସୁହାଉଛି ବୋଲି କହିଛନ୍ତି ଲେନିନ ।

ଆକ୍ରମଣ ଭଳି ସମ୍ବେଦନଶୀଳ ଘଟଣାରେ ରାଜନୈତିକ ଆରୋପ ଲଗାଇବା ପୂର୍ବରୁ ବିଜେପି ପ୍ରଥମେ ନିଜ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଦେଖିବା ଆବଶ୍ୟକ ଲେନିନି କହିଛନ୍ତି । ନିକଟରେ ରାଜଧାନୀରେ ରାଜ୍ୟ ବିଜେପିର 2ଜଣ ଆଗଧାଡିର ଯୁବନେତା ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଏଭଳି ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କୁ ସୁରକ୍ଷା ଦେବାପାଇଁ ଆଗେଇ ଆସିଥିବା ବିଜେପିର ଆଉ ଜଣେ ଯୁବନେତା ବି ଆଠ ମାସ ଜେଲରେ ରହି ଫେରିଛନ୍ତି। ତେଣୁ ଏଭଳି ସ୍ଥିତିରେ ଆକ୍ରମଣ ଭଳି ଜଘନ୍ୟ ଘଟଣାକୁ ବିଜେପି ନିନ୍ଦା କରିବା ସହିତ ମାମଲାର ଗୁରୁତ୍ବ ଦୃଷ୍ଟିରୁ ଏହାକୁ ନେଇ ରାଜନୀତି ନକରିବାକୁ ପରାମର୍ଶ ଦେଇଛନ୍ତି ଲେନିନ ।

ଭୁବନେଶ୍ବରରୁ ଭାବନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.