ETV Bharat / city

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ, ପ୍ରାର୍ଥୀ ଚୟନ ପାଇଁ ରହିଛି ଦୁଇଟି ମାପଦଣ୍ଡ

author img

By

Published : Jan 9, 2022, 8:58 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଚୟନ ନେଇ ଦୁଇଟି ମାପଦଣ୍ଡ ରଖିଛି ବିଜେପି । ଜିତିବାର ସମ୍ଭାବନା ଅଧିକ ଏବଂ ଲୋକ ସହ ଯୋଡ଼ି ହୋଇ ରହିଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଅଧିକ ପଢ଼ନ୍ତୁ

bjp set two criteria to select candidate for panchayat election
ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ, ପ୍ରାର୍ଥୀ ଚୟନ ପାଇଁ ରହିଛି ଦୁଇଟି ମାପଦଣ୍ଡ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରତ୍ୟେକ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହାରି ମଧ୍ୟରେ ରାଜ୍ୟ ସରକାର ମଧ୍ୟ ନିର୍ବାଚନ ଚୂଡାନ୍ତ ପ୍ରସ୍ତୁତି ସାରିଛନ୍ତି । ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି କହିଛନ୍ତି ରାଜ୍ୟ ବିଜେପି ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଏହି କ୍ରମରେ ବିଜେପି କ୍ୟାମ୍ପରେ ନିର୍ବାଚନ ପ୍ରସ୍ତୁତି ନେଇ ସେ ସୂଚନା ଦେଇଛନ୍ତି ।

ଜିତିବା ସମ୍ଭାବନା ଅଧିକ ସହ ଯେଉଁ ନେତା ଲୋକଙ୍କ ସହ ଯୋଡି ହୋଇଥିବେ ସେମାନଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ ଟିକେଟ ମିଳିବ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଚୟନ ଉପରେ ରାଜନୈତିକ ଦଳ ଗୁଡିକ ପାଇଁ ପ୍ରାଥମିକତା ଦେଉଛନ୍ତି । ସେହିପରି ଉପଯୁକ୍ତ ପ୍ରାର୍ଥୀ ଚୟନ ରାଜନୈତିକ ଦଳ ପାଇଁ ଏକ ପ୍ରକାର କାଠିକର ପାଠ ହୋଇଛି । ଶାସକ ଦଳର ପ୍ରାର୍ଥୀ ହେବା ପାଇଁ ଲବି ଜୋରଦାର ଥିବାବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ପାଇଁ ମଧ୍ୟ ପ୍ରାର୍ଥୀ ଚୟନ ଗୁରୁତ୍ୱ ବହନ କରିଛି ।

ଏଭଳି ସ୍ଥଳରେ ଶାସକ ବିଜେଡି ସମର୍ଥିତ ଓ ଦଳୀୟ ପ୍ରାର୍ଥୀ ଚୟନରେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ବିଜେପି ରାଜ୍ୟ ଶୀର୍ଷ ନେତୃତ୍ୱଙ୍କ ମୋହରକୁ ଅପେକ୍ଷା କରିଛି । ନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ପ୍ରାର୍ଥୀ ଚୟନ ନେଇ ଦୁଇଟି ମାପଦଣ୍ଡ ରଖିଛି ବିଜେପି । ଜିତିବାର ସମ୍ଭାବନା ଅଧିକ ଏବଂ ଲୋକ ସହ ଯୋଡ଼ି ହୋଇ ରହିଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ । ଏହାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.