ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ବିଜେପିର ଜବାବ - ଅଞ୍ଜନା କେସରେ FIRକୁ ନେଇ ବିଜେପିର ପ୍ରଶ୍ନ

ବିଜେପିର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ରାଜନୀତି କିଏ କରୁଛି ? ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ଜବାବ ? 1999 ମସିହା ଗଣଦୁଷ୍କର୍ମ କେସରେ ନବୀନ FIR ସହ ବନ୍ଦ ଡାକରା ଦେଇଥିଲେ, ତେବେ ତାହା କ’ଣ ଥିଲା ? ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ବିଜେପିର ଜବାବ: ଅଞ୍ଜନା କେସରେ ନବୀନ FIR କାହିଁ କରିଥିଲେ

author img

By

Published : Dec 3, 2021, 10:09 PM IST

ଭୁବନେଶ୍ବର: ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିଜେପି ବିଧାୟକ ଦଳର କାଉଣ୍ଟର‌ ଜବାବ। ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକରଣ ପ୍ରତିକ୍ରିୟା ଉପରେ ବିଜେପିର‌ ପ୍ରଶ୍ନ । ୧୯୯୯ ମସିହା ଗଣଦୁଷ୍କର୍ମ ମାମଲାରେ ଜାନୁଆରୀ ୩ରେ ତମେ କ’ଣ କରିଥିଲ ? କଟକ ଯାଇ ଏଫାଆଇଆର ଦେବା ସହ ଓଡିଶା ବନ୍ଦ ଡାକରା ଦେଇଥିଲ କି ନାହିଁ । କ’ଣ ସେଇଟା ରାଜନୀତି ନଥିଲା ବୋଲି ପ୍ରଶ୍ନ କରିଥିଲେ ଜୟନାରାୟଣ ମିଶ୍ର ।

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ବିଜେପିର ଜବାବ

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କଲା ବିଜେପି ବିଧାୟକ ଦଳ । ଏ ଘଟଣାରେ ମୁଖ୍ୟମନ୍ତ୍ରୀ ତା’ଙ୍କ ସହଯୋଗୀ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଛନ୍ତି । ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କୁ ବହିଷ୍କାର ନକରିବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ବିଜେପି ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି କ୍ୟାସେଟ ବୋଲି କହିଲା ବିଜେପି । ଯାହା କାହାରିକୁ ଶୁଭୁନାହିଁ କି ଆମକୁ ଗୃହରେ ଶୁଭିଲାନାହିଁ । ଯଦି କଳାହାଣ୍ଡି ଗସ୍ତ କରିପାରୁଛ ଗୃହକୁ ଆସିବାରେ ଅସୁବିଧା କୋଉଁଠି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛି ବିଜେପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.