ETV Bharat / city

ପୌର ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ: ଗୋଲକ ମହାପାତ୍ର

ବିଜେପି ପୌର ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଏ ଦିଗରେ ବହୁ ଆଗରୁ ଦଳ ପ୍ରସ୍ତୁତି ଆରମ୍ଭ କରିଛି । ଯେହେତୁ ଶାସକ ଦଳ ପ୍ରସ୍ତୁତ ନଥିଲା ତେଣୁ ପୌର ନିର୍ବାଚନ ନେଇ ବିଳମ୍ବ କରୁଥିଲା ଏଭଳି କିଛି କହି ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି । ଅଧିକ ପଢନ୍ତୁ

ରାଜ୍ୟରେ ମହିଳା ମାନେ ଯୌନ ଶୋଷଣର ଏକ ନମ୍ବର, ବିଜେପି

author img

By

Published : Jan 30, 2022, 7:07 AM IST

ଭୁବନେଶ୍ବର: ବିଜେପି ପୌର ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଏ ଦିଗରେ ବହୁ ଆଗରୁ ଦଳ ପ୍ରସ୍ତୁତି ଆରମ୍ଭ କରିଛି । ଯେହେତୁ ଶାସକ ଦଳ ପ୍ରସ୍ତୁତ ନଥିଲା ତେଣୁ ପୌର ନିର୍ବାଚନ ପାଇଁ ବିଳମ୍ବ କରୁଥିଲା । କାରଣ ପୌରାଞ୍ଚଳରେ ମୌଳିକ ସୁବିଧା ଯୋଗାଇବାରେ ଶାସକ ଦଳ ବିଫଳ ହୋଇଛି ବୋଲି ଅଭିଯୋଗ କରି ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି ।

ରାଜ୍ୟରେ ମହିଳା ମାନେ ଯୌନ ଶୋଷଣର ଏକ ନମ୍ବର, ବିଜେପି

ବିଜେଡି ପ୍ରସ୍ତୁତ ନଥିବାରୁ ପୌର ନିର୍ବାଚନ କରିନଥିଲେ ରାଜ୍ୟ ସରକାର । ନୀତି ଆୟୋଗ ଏବଂ ଅର୍ଥ କମିଶନଙ୍କ ଚାପରେ ପୌର ନିର୍ବାଚନ କରିବା ପାଇଁ ସେମାନେ ବାଧ୍ୟ ହେଉଛନ୍ତି । ପୌର ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗୋଲକ ମହାପାତ୍ର କହିଛନ୍ତି।

ମହାନଗର ନିଗମ ନିର୍ବାଚନ ପାଇଁ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି । ବିଜେପି ମୁଖପାତ୍ର ସୋନାଲି ସାହୁ ପ୍ରତିକ୍ରିୟାରେ କହିଛନ୍ତି, ସରକାର ତ ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି । ବିରୋଧୀଙ୍କ କଥା ଶୁଣୁନାହାନ୍ତି । ଅଣଦେଖା କରିଛନ୍ତି । ପୌରନିର୍ବାଚନରେ ମଧ୍ୟ ସମାନ ଅଭିଯୋଗ ରହିବ। ସଂରକ୍ଷଣ ବ୍ୟବସ୍ଥାରେ ଯେଉଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସରକାର ଓବିସି ମାନଙ୍କ ପାଇଁ ସୁପ୍ରିମକୋର୍ଟ ଯାଇନାହାଁନ୍ତି । ଆଜି ପର୍ଯ୍ୟନ୍ତ ଓବିସି ମାନଙ୍କୁ ସାମ୍ବିଧାନିକ ଅଧିକାର ମିଳିନାହିଁ।

ତିନିବର୍ଷ ହେଲା ପୌର ନିର୍ବାଚନ ବନ୍ଦ ରହିଥିଲା । ହେଲେ ଏତେ ତରତର ହୋଇ ନିଷ୍ପତ୍ତି କାହିଁକି ନେଉଛନ୍ତି। ମହିଳା ମେୟର ହେବା ଏକ ସ୍ଵାଗତ ଯୋଗ୍ୟ। ହେଲେ ରାଜ୍ୟରେ ମହିଳା ମାନେ ଯୌନ ଶୋଷଣର ଏକ ନମ୍ବର, ହତ୍ୟାରେ ଏକ ନମ୍ବର । ପ୍ରଥମେ ରାଜ୍ୟ ସରକାର ଜଣେ ମହିଳାକୁ ସ୍ୱାଭିମାନ ରକ୍ଷା କରନ୍ତୁ।

ମହାନଗର ନିଗମ ନିର୍ବାଚନ ପାଇଁ ବିଜେପି ପୁରା ପ୍ରସ୍ତୁତ ଅଛି । କିଛିଦିନ ଭିତରେ ନଗରପାଳିକା ଗୁଡିକରେ କାମ ଆରମ୍ଭ ହେବ। ସରକାର ଯେବେ ନିର୍ବାଚନ କରିବେ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛି ଦଳ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.