ETV Bharat / city

Odisha Assembly: ଗୃହରେ ଅଜୟ କୁମାରଙ୍କ ବୟାନ ତାତି, ମୁହାଁମୁହିଁ ବିଜେପି-କଂଗ୍ରେସ - ଗୃହରେ ଅଜୟ କୁମାରଙ୍କ ବୟାନ ତାତି

ଗୃହକାର୍ଯ୍ୟ ପ୍ରଶ୍ନକାଳରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଅଜୟ କୁମାରଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ ଉଠିଥିଲା । ଯାହାକୁ ନେଇ ଗୃହରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ଅଧିକ ପଢନ୍ତୁ

ଗୃହରେ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଅଜୟ କୁମାରଙ୍କ ବୟାନ ତାତି

author img

By

Published : Jul 14, 2022, 12:31 PM IST

ଭୁବନେଶ୍ବର: ଆଜି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ । ଗୃହକାର୍ଯ୍ୟ ପ୍ରଶ୍ନକାଳ ଆରମ୍ଭରୁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଅଜୟ କୁମାରଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ ଉଠିଥିଲା। । ଯାହାକୁ ନେଇ ଗୃହରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଅଜୟ କୁମାରଙ୍କ ବୟାନ ତାତି

ଗୃହ ପ୍ରଶ୍ନକାଳ ଆରମ୍ଭରୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦୌପ୍ରଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଅଜୟ କୁମାର ଦେଇଥିବା ବିବାଦୀୟ ମନ୍ତବ୍ୟ କଥା ଉଠିଥିଲା । ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ସଦସ୍ୟମାନଙ୍କ ଗୃହ ମଧ୍ୟ ଭାଗରେ ପ୍ରବଳ ହଟ୍ଟଗୋଳ କରିଥିଲେ । ହାତରେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିରୋଧୀ । ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ ପଚାରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିବାବେଳେ ସେ ବିକ୍ଷୋଭରେ ସାମିଲ ହୋଇଥିଲେ । ଅନ୍ୟପଟେ ରାଜସ୍ବ ମନ୍ତ୍ରୀ ଜବାବ ରଖୁଥିବାବେଳେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ପ୍ରଶ୍ନ ପଚାରୁଥିଲେ । ବିଜେପି ପ୍ରବଳ ହଟ୍ଟଗୋଳ ଜାରି ରଖିଥିବାବେଳେ କଂଗ୍ରେସର ସଦସ୍ୟ ବି ହୋହାଲ୍ଲା କରିଥିଲେ। ଉଭୟ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ ।

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତା ଅଜୟ କୁମାରଙ୍କ ଟିପ୍ପଣୀକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରିବା ସହ ନିନ୍ଦନୀୟ ବୋଲି କହିଛି ବିଜେପି । ଅଜୟ କୁମାର କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁ ଭାରତର ଅତ୍ୟନ୍ତ ଭୁଲ୍ ବିଚାରଧାରାକୁ ପ୍ରତିନିଧିତ୍ଵ କରୁଛନ୍ତି । ସେ ଆଦିବାସୀଙ୍କ ପ୍ରତୀକ ହେବା ଉଚିତ୍‌ ନୁହେଁ । ଅଜୟ କୁମାର ଆହୁରି କହିଛନ୍ତି ଯେ, ମୋଦି ସରକାର କେବଳ ପ୍ରତୀକ ଦ୍ଵାରା ଭାରତର ଲୋକଙ୍କୁ ବୋକା ବନାଉଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବର୍ତ୍ତମାନ ରାଷ୍ଟ୍ରପତି ଅଛନ୍ତି କିନ୍ତୁ ସେ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଦେଶବ୍ୟାପୀ ଅନୁସୂଚିତ ଜାତି ଉପରେ ଅତ୍ୟାଚାର ହେଉଛି । ଅନୁସୂଚିତ ଜାତି ସମ୍ପ୍ରଦାୟର ସ୍ଥିତି ଅତ୍ୟନ୍ତ ଖରାପ, ହାଥରସ ଘଟଣା ସମୟରେ ରାଷ୍ଟ୍ରପତି ପାଟି ଖୋଲିନଥିଲେ ବୋଲି ସେ କହିଛନ୍ତି । କଂଗ୍ରେସ ଏଭଳି ବୟାନ ପାଇଁ ତୁରନ୍ତ କ୍ଷମା ମାଗୁ ବୋଲି ବିଜେପି ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.