ETV Bharat / city

ବର୍ଦ୍ଧିତ ବିଦ୍ୟୁତ ଦରକୁ ନେଇ ବିଜେପିର ବିକ୍ଷୋଭ

ବର୍ଦ୍ଧିତ ବିଦ୍ୟୁତ ଦରକୁ ନେଇ ବିଜେପିର ବିକ୍ଷୋଭ । ୟୁନିଟ ପିଛା 30 ପଇସା ବିଜୁଳି ଦର ଵୃଦ୍ଧି ପ୍ରତିବାଦରେ ଓଇଆରସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭୁବନେଶ୍ବର ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

author img

By

Published : Mar 30, 2021, 12:43 PM IST

ବର୍ଦ୍ଧିତ ବିଦ୍ୟୁତ ଦରକୁ ନେଇ ବିଜେପିର ବିକ୍ଷୋଭ
ବର୍ଦ୍ଧିତ ବିଦ୍ୟୁତ ଦରକୁ ନେଇ ବିଜେପିର ବିକ୍ଷୋଭ

ଭୁବନେଶ୍ବର: ବର୍ଦ୍ଧିତ ବିଦ୍ୟୁତ ଦରକୁ ନେଇ ବିଜେପିର ବିକ୍ଷୋଭ । ୟୁନିଟ ପିଛା 30 ପଇସା ବିଜୁଳି ଦର ଵୃଦ୍ଧି ପ୍ରତିବାଦରେ ଓଇଆରସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭୁବନେଶ୍ବର ଜିଲ୍ଲା ବିଜେପି । 6 ମାସ ଭିତରେ ଦ୍ବିତୀୟ ଥର ବିଦ୍ୟୁତ ଦର ଵୃଦ୍ଧି କରାଯାଇଥିବାରୁ ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ପ୍ରତିବାଦ କରିଛନ୍ତି । ମହାମାରୀ କୋରୋନା କାଳରେ ଲୋକଙ୍କ ଉପରେ ବୋଝ ଲଦିଛନ୍ତି ରାଜ୍ୟ ସରକାର । କେତେବେଳେ ହୋଲ୍ଡିଂ ଟ୍ୟାକ୍ସ, କେତେବେଳେ ସର୍ଭିସ ଟ୍ୟାକ୍ସ, ଆଉ ପୁଣି ଏବେ ବିଜୁଳି ଦର ବୃଦ୍ଧି ହେବା ଦ୍ବାରା ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ ।

କୋରୋନା କାଳରେ ଲୋକମାନେ ଜୀବନଜୀବିକା ସହ ସଂଗ୍ରାମ କରୁଥିବା ବେଳେ ସରକାର ଟ୍ୟାକ୍ସ କିମ୍ବା ବିଦ୍ୟୁତ ଦର ବଢ଼ାନ୍ତୁ ନାହିଁ ବୋଲି ଦାବି କରିଛି ବିଜେପି । ନଚେତ ଦଳ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ସରକାରଙ୍କୁ ଚେତାଇ ଦେଇଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.