ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ଜମି ହଡ଼ପକୁ ନେଇ ବଢୁଛି ଅସନ୍ତୋଷ । ଜମି ହଡପକୁ ନେଇ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଦଳ ପକ୍ଷରୁ ଲିଙ୍ଗରାଜଙ୍କ ଜମି ବିକ୍ରିକୁ ଜୋରଦାର ବିରୋଧ କରାଯାଇଛି । ଜମିରେ ଲିଙ୍ଗରାଜଙ୍କ ଫଟୋ ଲଗାଇବା ସହ ମନ୍ଦିର ବାନା ପୋତିଲେ ବିଜେପି କର୍ମୀ ।
ଏହାସହ ନିର୍ମାଣ କାର୍ଯ୍ୟ ପାଇଁ ଖୋଳା ଯାଇଥିବା ଗାତ ଗୁଡିକୁ ବିଜେପି କର୍ମୀ ପୋତିବା ସହ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି । ରାଜ୍ୟ ସରକାରଙ୍କ ଗୋଚରରେ ଲିଙ୍ଗରାଜଙ୍କ ଜମିକୁ ବିକ୍ରି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଏହାସହ ଲିଙ୍ଗରାଜଙ୍କ ଜମିରୁ ଇଞ୍ଚେବି ଜମି କାହାକୁ ଦିଆଯିବ ନାହିଁ ବୋଲି କହିଛି ବିଜେପି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ