ETV Bharat / city

ଡୁମୁଡୁମା ବିଦ୍ୟୁତ ଅଫିସ ଆଗରେ ଗର୍ଜିଲା ବିଜେପି - ବିଦ୍ୟୁତ ଦର ବୃଦ୍ଧି

ରାଜ୍ୟରେ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ ନେଇ ବିଦ୍ୟୁତ ଅଫିସ ଆଗରେ ଆନ୍ଦୋଳନ କଲା ବିଜେପି । ଅଧିକ ପଢନ୍ତୁ..

ଡୁମୁଡୁମା ବିଦ୍ୟୁତ ଅଫିସରେ ଗର୍ଜିଲା ବିଜେପି
ଡୁମୁଡୁମା ବିଦ୍ୟୁତ ଅଫିସରେ ଗର୍ଜିଲା ବିଜେପି
author img

By

Published : Jul 17, 2021, 7:58 AM IST

ଭୁବନେଶ୍ବର: ରାଜ୍ୟରେ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ ନେଇ ପ୍ରତିବାଦ କଲା ବିଜେପି । ଶୁକ୍ରବାର ବିଜେପି ପକ୍ଷରୁ ଡୁମୁଡୁମା ବିଦ୍ୟୁତ ଅଫିସ ଠାରେ ଆନ୍ଦୋଳନ କରାଯାଇଛି ।

ଗତ 6 ମାସରେ ପାଖାପାଖି ୟୁନିଟ୍ ପିଛା 50 ପଇସା ବୃଦ୍ଧି ପାଇଛି । ତାହା ମଧ୍ୟରେ ପୁଣି ସବୁବେଳେ ଲୋ ଭୋଲ୍ଟେଜ ଏବଂ ବିଦ୍ୟୁତ କାଟ । ଯାହା ସାଧାରଣ ଲୋକଙ୍କୁ ଖୁବ୍ ବ୍ୟତିବ୍ୟସ୍ତ କରିଛି । ଏହି ସମସ୍ୟା ବିଧାନସଭାରେ ଉଠିଲା ହେଲେ ପୁନଃବିଚାର ପାଇଁ କିଛି କରାଗଲା ନାହିଁ । 4 ମାସ ମଧ୍ୟରେ OERCକୁ ଚିଠି ମଧ୍ୟ ଚିଠି ଦିଆଯାଇଛି । ହେଲେ କିଛି ସୁଫଳ ମିଳୁନି ।

ଡୁମୁଡୁମା ବିଦ୍ୟୁତ ଅଫିସ ଆଗରେ ଗର୍ଜିଲା ବିଜେପି

ତେବେ ଗତ କିଛି ବର୍ଷ ଭିତରେ ରାଜ୍ୟ 6 ଟି ବଡ ବଡ ବିପର୍ଯ୍ୟୟର ସାମ୍ନା କରିଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ 2 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ତେବେ କେଉଁ କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ ହୋଇଛି ରାଜ୍ୟ ସରକାର ତାହାର ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ବିଜେପି କହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.