ETV Bharat / city

ଲୋକଙ୍କ ପାଇଁ କର୍ପୋରେଟରଙ୍କ ହାଲ୍ଲା ବୋଲ, ଅଡୁଆରେ ପୋଲିସ-ବିଡିଏ - ଗଣେଶ ମଣ୍ଡପ ହାଟ ଭଙ୍ଗା ନେଇ ତାତିଲେ କର୍ପୋରେଟର

ରାଜଧାନୀରେ ଥିବା ଗଣେଶ ମଣ୍ଡପ ହାଟ ଭଙ୍ଗା ନେଇ ତାତିଲେ କର୍ପୋରେଟର । ୩୩ ନମ୍ବର ଓ୍ବାର୍ଡରେ ବିଡିଏର କାର୍ଯ୍ୟାନୁଷ୍ଠାନ ଓ ଉଚ୍ଛେଦ ବିରୋଧରେ ରାସ୍ତା ବନ୍ଦ । ଅଧିକ ପଢନ୍ତୁ

ଅଡୁଆରେ ପୋଲିସ ଓ ବିଡିଏ ପ୍ରଶାସନ: ଲୋକଙ୍କ ପାଇଁ କର୍ପୋରେଟରଙ୍କ ହାଲ୍ଲା ବୋଲ

author img

By

Published : Apr 8, 2022, 10:47 AM IST

Updated : Apr 8, 2022, 11:02 AM IST

ଭୁବନେଶ୍ବର: ରାଜଧାନୀରେ ଥିବା ଗଣେଶ ମଣ୍ଡପ ହାଟ ଭଙ୍ଗା ନେଇ ତାତିଲେ କର୍ପୋରେଟର । ୩୩ନମ୍ବର ଓ୍ବାର୍ଡରେ ବିଡିଏର କାର୍ଯାନୁଷ୍ଠାନ ଓ ଉଚ୍ଛେଦ ବିରୋଧରେ ରାସ୍ତା ବନ୍ଦ । ଝାରପଡା ବ୍ରିଜ ଠାରେ ରସୁଲଗଡ଼ ଓ କଳ୍ପନା ଛକ ରାସ୍ତା ବନ୍ଦ କରିଛନ୍ତି ବିଜେପି କର୍ପୋରେଟରଙ୍କ ସହ ନେତା ।ଦୀର୍ଘ ସମୟ ଧରି ରାସ୍ତା ବନ୍ଦ ଥିବା ଯୋଗୁଁ ଲୋକଙ୍କ ଯିବା ଆସିବାରେ ସମସ୍ୟା ଦେଖାଦେଇଛି । ଯାହାକୁ ନେଇ ଅଡୁଆରେ ପଡ଼ିଛି ବିଡ଼ିଏ ଓ ପୋଲିସ ।

ଲୋକଙ୍କ ପାଇଁ କର୍ପୋରେଟରଙ୍କ ହାଲ୍ଲା ବୋଲ, ଅଡୁଆରେ ପୋଲିସ-ବିଡିଏ

ସୂଚନା ଅନୁସାରେ, ଝାରପଡା ଡେଲି ମାର୍କେଟ ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱର ଉନ୍ନୟନ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି(ଶୁକ୍ରବାର) ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହା ପୂର୍ବରୁ ଦୁଇ ଦୁଇ ଥର ଏହି ସ୍ଥାନକୁ ଖାଲି କରାଯିବା ପାଇଁ ବିଡିଏ ଚେଷ୍ଟା କରିଥିବା ସତ୍ତ୍ବେ ବିଫଳ ହୋଇଥିଲା ।

ଏହାବି ପଢନ୍ତୁ : ଚାଲିଛି ଝାରପଡା ଡେଲି ମାର୍କେଟ ଜବରଦଖଲ ଉଚ୍ଛେଦ, ତରବରିଆ ନିଷ୍ପତ୍ତିକୁ ବିରୋଧ

ତେବେ ଆଜି ବଡି ଭୋରରୁ ଏହି ସ୍ଥାନରେ ଉପରେ ପୋଲିସ ଛାଉଣୀ କରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ତରବରିଆଭାବେ ଉଚ୍ଛେଦ କରାଯାଇଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ବିଜେପି ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନଙ୍କ ସହ ଅନ୍ୟାନ ବିଜେପି ନେତାମାନେ ମଧ୍ୟ ଏହାକୁ ବିରୋଧ କରୁଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Last Updated : Apr 8, 2022, 11:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.