ETV Bharat / city

ଚଙ୍କିକିଆ ଚାଉଳରେ କିଲୋପ୍ରତି ୧୫ ଟଙ୍କା ଲାଭ କରୁଛନ୍ତି ରାଜ୍ୟ ସରକାର : ବିଜେପି

author img

By

Published : Apr 17, 2022, 7:17 PM IST

କେନ୍ଦ୍ର ଦେଉଥିବା ଯୋଜନାକୁ ରାଜ୍ୟ ସରକାର ବାଟବଣା କରୁଥିବା ଏକ ସାମ୍ବାଦିକ ସମିଳନୀରେ ଅଭିଯୋଗ କରିଛନ୍ତି BJP ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମାନ୍ତସିଂହାର । ସେ କହିଛନ୍ତି, ଟଙ୍କିକିଆ ଚାଉଳରେ କିଲୋ ପିଛା ରାଜ୍ୟ ସରକାର ଅନୁଦାନ ଦେବା ପରିବର୍ତ୍ତେ 15 ଟଙ୍କା ଲାଭ କରୁଛନ୍ତି । ଅଧିକ ପଢନ୍ତୁ

କଂଗ୍ରେସର ସମୟରେ ଅଧିକା ଟଙ୍କା ମିଡିଲ ମ୍ୟାନ ଖାଉଥିଲ: ବିଜେପି

ଭୁବନେଶ୍ବର: କେନ୍ଦ୍ର ଦେଉଥିବା ଯୋଜନାକୁ ରାଜ୍ୟ ସରକାର ବାଟବଣା କରୁଥିବା ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମାନ୍ତସିଂହାର । ରାଜ୍ୟ BJP କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ଲେଖାଶ୍ରୀ କହିଛନ୍ତି, ଟଙ୍କିକିଆ ଚାଉଳରେ କିଲୋ ପିଛା ରାଜ୍ୟ ସରକାର ଅନୁଦାନ ଦେବା ପରିବର୍ତ୍ତେ 15 ଟଙ୍କା ଲାଭ କରୁଛନ୍ତି । ଏମିତିକି ସ୍ଵଂୟ ସହାୟକ ଗୋଷ୍ଠୀ(SHG) ମାଧ୍ୟମରେ ରାଜ୍ୟ ସରକାର ମହିଳାଙ୍କୁ ଯେଉଁ ସଶକ୍ତିକରଣ କରିବା କଥା କହୁଛନ୍ତି ଏହା ମଧ୍ୟ କେନ୍ଦ୍ର ସରକାରଙ୍କ ଯୋଜନା । ପୂର୍ବରୁ ଉପା ସରକାର ସମୟରେ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଦୁର୍ବଳ ଥିଲା କିନ୍ତୁ, ମୋଦି ଆସିବା ପରେ ଦେଶ ଅର୍ଥନୀତିରେ ଆସିଛି ଅନେକ ସଂସ୍କାର ।

ଲେଖାଶ୍ରୀ କହିଛନ୍ତି, କଂଗ୍ରେସ ସମୟରେ 50 ଭାଗର ଅଧିକ ଲୋକ ଅର୍ଥନୀତି ସିଷ୍ଟମରୁ ବାହାରେ ଥିଲେ । ଧନୀ, ଧନୀ ହେଉଥିଲେ ଗରିବ ଆହୁରି ଗରିବ ହେଉଥିଲେ । ମୋଦି ଆସିବା ପରେ ଆର୍ଥିକ ସଂସ୍କାର ଆସିଛି । ସମସ୍ତଙ୍କୁ ଅର୍ଥନୀତି ସିଷ୍ଟମରେ ଯୋଡିବା ପାଇଁ ମୁଖ୍ୟତଃ DBT ଅର୍ଥାତ ଡାଇରେକ୍ଟ ବେନେଫିସେରୀ ଟ୍ରାନ୍ସଫର ଆଉ ଜନଧନ ଯୋଜନା, ମୁଦ୍ରା ଲୋନ୍ ଭଳି ଅନେକ ଯୋଜନା କଲେ କେନ୍ଦ୍ର ସରକାର । କଂଗ୍ରେସ ସମୟରେ ଅଧିକା ଟଙ୍କା ମିଡିଲ ମ୍ୟାନ ଖାଉଥିଲେ ହେଲେ, ଏମିତି ଯୋଜନା ଏବଂ ଜନଧନ ଆଧାର ଆଉ ମୋବାଇଲ ନମ୍ବର ଲିଙ୍କ ଦ୍ଵାରା ମିଡ଼ିଲ ପ୍ରଥା ଉଠିଛି ଆଉ ଶତ ପ୍ରତିଶତ ହିତାଧୀକାରୀ ପାଖରେ ପହଞ୍ଚିଛି । ଏବେ ସଂସ୍କାର ଆସିବା ପରେ GDP 10 ପ୍ରତିଶତରୁ ଅଧିକ ଅଛି, ଏକ୍ସପୋର୍ଟ 40 ମିଳିୟନ ଡଲାରରେ ପହଞ୍ଚିଛି । ସେହିଭଳି ବିଦେଶ ପୁଞ୍ଜିନିବେଶ ବଢିଛି । ପୁର୍ବରୁ ଦେଶର 60 ଭାଗ ଲୋକଙ୍କ ପାଖରେ ନଥିଲା ବ୍ୟାଙ୍କ୍ ଆକାଉଣ୍ଟ । ଏବେ ଜନଧନ ଯୋଜନାରେ ପ୍ରତି ଘରେ ଅତି କମରେ ଆକାଉଣ୍ଟ ରହିବ । 2022 ଏପ୍ରିଲ 16 ସୁଦ୍ଧା 45 କୋଟି 11 ଲକ୍ଷ ଆକାଉଣ୍ଟ ଖୋଲା ଯାଇଛି ଏବଂ ପ୍ରାୟ 1 ଲକ୍ଷ 76 ହଜାର 800 କୋଟି ଜନ ଧନ ଯୋଜନାରେ ଡ଼ିପୋଜିଟ୍‌ ହୋଇଛି ।

ଓଡ଼ିଶାରେ ମଧ୍ୟ 99 ପ୍ରତିଶତରୁ ଅଧିକ ଘରର ଆକାଉଣ୍ଟ ଅର୍ଥାତ 74 ଲକ୍ଷ 20 ହଜାର 665 ଆକାଉଣ୍ଟ ଖୋଲାଯାଇଛି । ଆକାଉଣ୍ଟଧାରୀ ମାନେ ଅତି କମରେ ସରକାରଙ୍କ 3ଟି ଇନ୍ସୁରାନ୍ସ ଆଉ ପେନସେନର ସୁବିଧା ପାଇ ପାରିବେ। 30ରୁ 29 ଦେଉଛନ୍ତି କେନ୍ଦ୍ର, 2 ଟଙ୍କା ରାଜ୍ୟର ଆଉ 1 ଟଙ୍କା ଦେଉଛନ୍ତି ହିତାଧୀକାରୀ। ଏବେ ଚାଉଳ କିଲୋ 15 ଟଙ୍କାରେ କିଣୁଛନ୍ତି ଅର୍ଥାତ ପ୍ରତି କିଲୋ 15 ଟଙ୍କା ଲାଭ କରୁଛନ୍ତି ରାଜ୍ୟ ସରକାର ତାହା ଲୋକ ଜାଣିବା ଦରକାର। 5 ଲକ୍ଷ 83 ହଜାର କ୍ଳେମ ହୋଇଛି । ମୁଦ୍ରା ଯୋଜନାରେ ସାଢେ 34 କୋଟି ଲୋନ ବାବଦକୁ 18 ଲକ୍ଷ 60 ହଜାର କୋଟି ଟଙ୍କା ଦିଆଯାଇଛି । ଅଟଳ ପେନସନ ଯୋଜନାରେ 3 କୋଟି 89 ଲକ୍ଷ ଲୋକଙ୍କୁ ଯୋଡାଯାଇଛି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ 94 ହଜାର 431 କ୍ଳେମ ବାବଦକୁ 27 କୋଟି 70ଲକ୍ଷ ଟଙ୍କା ଦିଆଯାଇଛି । ଜୀବନ ଜ୍ୟୋତି ଯୋଜନାରେ 5 ଲକ୍ଷ 54 ହଜାର କେସ୍ ବାବଦକୁ 12 କୋଟି 38 ଲକ୍ଷ ଟଙ୍କା ଦିଆଯାଇଛି।

ଲେଖାଶ୍ରୀ ଆହୁରି କହିଛନ୍ତି, ମୋଦି ଆସିବା ପରେ ଯେତେ ଯୋଜନା ତାହା କେବଳ ଗରିବ ଆଉ ସମାଜର ଶେଷ ବର୍ଗର ଲୋକଙ୍କ ପାଇଁ ହୋଇଛି । ସବୁଠି ବ୍ୟାଙ୍କିଂ ଆଉ ଡ଼ିଜିଟାଲ ସର୍ଭିସ ସୁବିଧା ଉପଲବ୍ଧ ହୋଇଛି । ତେବେ ଡ଼ିବିଟି ଦ୍ଵାରା ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । କାରଣ ଆଗରୁ କେନ୍ଦ୍ର ଯାହା ଦେଉଥିଲା ତାକୁ ବାଟମାରଣା କରୁଥିଲେ ରାଜ୍ୟ ସରକାର । ଏସବୁ ଯୋଜନା ଲୋକଙ୍କୁ ପାଖରେ କେମିତି ପହଞ୍ଚିବ ସେ ଦାୟିତ୍ବ ରାଜ୍ୟ ସରକାରଙ୍କର । ଆମେ ତାଙ୍କୁ ଅନୁରୋଧ କରୁଛୁ, ଏହି ଆର୍ଥିକ ସଂସ୍କାର ଗୁଡିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ତତ୍ପରତା ଦେଖାନ୍ତୁ। କେବଳ କ୍ଷମତାରେ ଆସିବା ଲକ୍ଷ୍ୟରେ ନୁହେଁ ବିକାଶ ଲକ୍ଷ୍ୟରେ ହିଁ କାମ କରନ୍ତୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.