ETV Bharat / city

ବିଜେପିର ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ପଛରେ କଣ ଗୁପ୍ତ ଏଜେଣ୍ଡା ରହିଛି ?

author img

By

Published : Jun 30, 2022, 7:58 AM IST

ବିଜେପିର ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ପଛରେ କ'ଣ ଏଜେଣ୍ଡା ରହିଛି ପ୍ରକାଶ କର । ଅଧିକ ପଢନ୍ତୁ

ବିଜେପିର ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ପଛରେ କ'ଣ ଏଜେଣ୍ଡା ରହିଛି ?

ଭୁବନେଶ୍ବର: ବୁଧବାର ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏଥିରେ ଆଗାମୀ 3 ମାସ ପାଇଁ ଦଳର କାର୍ଯ୍ୟକ୍ରମ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି । ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ସେ କହିଛନ୍ତି, ''ମୋଦି ସରକାର ଓଡ଼ିଶା ଭଳି ରାଜ୍ୟର ବିକାଶ ପାଇଁ ଟ୍ରେଜେରି ଖୋଲି ଦେଇଛନ୍ତି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଟଙ୍କା ଯୋଗାଇ ଦେଉଛନ୍ତି । ମାତ୍ର ଯେଉଁ ଟଙ୍କା ଆସୁଛି ତାକୁ ଲୋକଙ୍କ ପାଖରେ ପହଞ୍ଚାଇ ରାଜ୍ୟର ବିକାଶ କରିବା ଦିଗରେ ଓଡିଶା ସରକାର ବାଧକ ସାଜିଛନ୍ତି । 23 ବର୍ଷର ଏହି ସରକାରଙ୍କର କୌଣସି ଭିଜନ ନାହିଁ । ଓଡ଼ିଶାର ବିକାଶ ନୁହେଁ ବରଂ କଳେବଳେ କ୍ଷମତାରେ ରହିବା ହେଉଛି ବିଜେଡିର ଭିଜନ । ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଁଚିଛି । ଚାଷୀଙ୍କ ଆୟ କ୍ଷେତ୍ରରେ ତଳ ଆଡୁ ଦୁଇ ନମ୍ବରରେ ରହିଛି ଓଡିଶା । ''

ବିଜେପିର ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ପଛରେ କ'ଣ ଗୁପ୍ତ ଏଜେଣ୍ଡା ରହିଛି

ବିଜେପି ଅଭିଯୋଗ କରିଛି, ପିଏମ କିଷାନ ଯୋଜନାରେ ଓଡ଼ିଶାର ଚାଷୀ ଲାଭ ପାଇପାରୁ ନାହାନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 100 ଟଙ୍କା ବଢାଇଲେ କିନ୍ତୁ ଓଡ଼ିଶାର ଚାଷୀ ଉପକୃତ ହେଉନାହାନ୍ତି । ଏଠି ମିଲର ଓ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହେଉଛି । ପକ୍କା ଘର ଦଳୀୟ ଭିତ୍ତିରେ ବଣ୍ଟା ଯାଉଛି । 2017 ପୂର୍ବରୁ ମହାନଦୀ ମହାନାଟକ ରଚିଥିଲା ବିଜେଡି । ନିର୍ବାଚନରେ ବିଜେପିକୁ ବଦନାମ କରିବା ପାଇଁ ଯୋଜନା କରିଥିଲା । ଏବେ ନିର୍ବାଚନ ସରିବା ପରେ ଚୁପ୍ ହୋଇଛି ବିଜେଡି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । 5 ବର୍ଷରେ 27 ହଜାର ଶିଶୁ ନିଖୋଜ ହୋଇଛନ୍ତି । ମମିତା ମେହେର, ନୟାଗଡ ନାବାଳିକା ହତ୍ୟା ଓ ମାହାଙ୍ଗା ଭଳି ଘଟଣାରେ ସରକାରଙ୍କ ମନ୍ତ୍ରୀମାନଙ୍କ ନାଁ ଆସିଲା କିନ୍ତୁ ସରକାର ବହୁ ବିଳମ୍ବରେ କେବଳ ତାଙ୍କୁ ମନ୍ତ୍ରୀମଣ୍ଡଳୀରୁ ବାହାର କଲେ । ମାତ୍ର ସେହି ଘଟଣା ସେମିତି ରହିଗଲା । ବିଦ୍ୟୁତ ବ୍ୟବସ୍ଥାରେ ଲୋକଙ୍କୁ ଶୋଷଣ, ଶିକ୍ଷା ବ୍ୟବସ୍ଥା ଧ୍ଵଂସ ହୋଇଛି । ଓଡିଶା କୁପୋଷଣର ଶିକାର ହେବା ସହ ଓବିସି ବର୍ଗଙ୍କ ପ୍ରତି ଚରମ ଅବହେଳା କରାଯାଇଛି ।

ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ପଛରେ କ'ଣ ଗୁପ୍ତ ଏଜେଣ୍ଡା ରହିଛି ତାହା ବିଜେଡି ନେତାମାନେ ପ୍ରକାଶ କରନ୍ତୁ ବୋଲି ବିଜେପି ଦାବି କରିଛି । ଆହୁରିମଧ୍ୟ କହିଛି ଯେ, ''ଗାଁ ଗାଁରେ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହେଉଛି । ଲଘୁ ଖଣିଜ ଦ୍ରବ୍ୟ ହରିଲୁଟ ହେଉଛି । ପାନୀୟ ଜଳ ମିଶନରେ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଟଙ୍କା ଦେବା ସତ୍ତ୍ବେ ରାଜ୍ୟ ସରକାର 42 ପ୍ରତିଶତ ଘରକୁ ପିଇବା ପାଣି ଯୋଗାଇ ପାରିଲେ ନାହିଁ । ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ, ମହିଳା ସଶକ୍ତିକରଣ କେବଳ ପ୍ରଚାରରେ ଅଟକିଛି । ନିଯୁକ୍ତି ସୁଯୋଗ ସୃଷ୍ଟି ହେଉନାହିଁ । ଓଡ଼ିଆ ଶ୍ରମିକ ଗୁଜୁରାଟ ଭଳି ସହର ଗଢୁଥିବା ବେଳେ ଏଠି ତାଙ୍କ ଜ୍ଞାନକୁ ଉପଯୋଗ କରାଯାଉ ନାହିଁ । ରାଜ୍ୟର ମନ୍ତ୍ରୀମାନେ ଶିଳ୍ପ ସଂସ୍ଥାମାନଙ୍କର କେବଳ ଦଲାଲି କରିବାରେ ବ୍ୟସ୍ତ । ଆସନ୍ତା ଦିନରେ ରାଜ୍ୟରେ ଯେଉଁ ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାର, ଚାଲିଛି ତାହା ବିରୁଦ୍ଧରେ ଜନ ଆନ୍ଦୋଳନ ସୃଷ୍ଟି କରିବ ରାଜ୍ୟ ବିଜେପି । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଲଢେଇକୁ ଜୋରଦାର କରିବ ଦଳ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.