ETV Bharat / city

ପଞ୍ଚାୟତ ନିର୍ବାଚନୀ ହିଂସା, ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ପଞ୍ଚାୟତ ନିର୍ବାଚନ ହିଂସାକୁ ନେଇ ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀରେ ବିରାଡି ବୈଷ୍ଣବ ଉପାଖ୍ୟାନ ଦେଲା ବିଜେପି । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନ ହିଂସା:ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

author img

By

Published : Feb 18, 2022, 8:44 PM IST

Updated : Feb 18, 2022, 9:10 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ହିଂସାକୁ ନେଇ ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀରେ ବିରାଡି ବୈଷ୍ଣବ ଉପାଖ୍ୟାନ ଦେଲା ବିଜେପି । ତେବେ ରାଜ୍ୟ ସଭାପତି ସମୀର ମହାନ୍ତି ହିଂସା ବିରୋଧରେ ନିର୍ବାଚନ କମିଶନଙ୍କୁ ଭେଟିଥିଲେ ।

ପଞ୍ଚାୟତ ନିର୍ବାଚନୀ ହିଂସା, ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ଅନ୍ୟପଟେ ଆଇନ ତା ବାଟରେ ଯିବ ବୋଲି କୁହନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏବେ କୁଆଡେ ଗଲେ ଏହି ଆଇନ ପଚାରିଛି ବିଜେପି । ବିଜେଡି ନେତା ଓ ମନ୍ତ୍ରୀ ହିଂସା ପନ୍ଥା ଆପଣାଉଛନ୍ତି । ତେବେ ନିର୍ବାଚନ କମିଶନଙ୍କୁ ଏନେଇ ବାରମ୍ବାର ଅଭିଯୋଗ ନେଇ ଫେରାଦ ହେଉଛି ବିଜେପି । ଯଦି ବିଜେପି ହିଂସା କରୁଛି ତେବେ ପୋଲିସ ପଦକ୍ଷେପ ନେଉନି କାହିଁକି ବିଜେପି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି । ଅଯଥା ଅଭିଯୋଗ ବିଜେପି ନାଁରେ କରୁଛି ବିଜେଡି ।

ସେହିପରି ଚିକିଟି ନିର୍ବାଚନ ମଣ୍ଡଳୀର ବୁଥ ରିଗିଙ୍ଗ କରିଛି ବିଜେଡି ଯାହାର ଭିଡିଓ ରହିଛି । ଏଥିସହ ଚାନ୍ଦବାଲିରେ ଗଣମାଧ୍ୟମ ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ବିଜେଡି ନେତା ଓ କର୍ମୀ । ବିଜେପି ଯେତେବେଳେ ଅଭିଯୋଗ ଆଣୁଛି, ବିଜେଡି ମିଥ୍ୟା ଅଭିଯୋଗ କରୁଛି । ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜନୈତିକ ଓ ନିର୍ବାଚନୀ ହିଂସା ଉପରେ ନିଜ ବକ୍ତବ୍ୟ ରଖନ୍ତୁ ବୋଲି ବିଜେପି କହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Feb 18, 2022, 9:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.