ETV Bharat / city

ପରୀକୁ ନ୍ୟାୟ ଦାବିରେ ଆସନ୍ତା 5ରୁ ବିଜେପିର ଦୀପଦାନ କାର୍ଯ୍ୟକ୍ରମ

author img

By

Published : Jan 2, 2021, 6:38 PM IST

ପରୀକୁ ନ୍ୟାୟ ଦାବିରେ ବିଜେପି କରିବ ଦୀପଦାନ କାର୍ଯ୍ୟକ୍ରମ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ...

bjp press meet in bhubaneswar
ପରୀକୁ ନ୍ୟାୟ ଦାବିରେ ବିଜେପି କରିବ ଦୀପଦାନ କାର୍ଯ୍ୟକ୍ରମ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାରେ ସବୁ ଥାନାରେ ମହିଳା ଡେକ୍ସ ଖୋଲା ଯାଇଥିବାବେଳେ ଏବେ ମହିଳା ୱିଙ୍ଗ ଗଠନ କରିବା କଥା କହି ମୁଖ୍ୟମନ୍ତ୍ରୀ ନୂଆ ସୁଆଙ୍ଗ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟ ପୁରୁଣା ମଦ ନୂଆ ବୋତଲ ସଦୃଶ୍ୟ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ପରୀ ହତ୍ୟା ଘଟଣାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ସେହି ପ୍ରସଙ୍ଗକୁ ମଧ୍ୟ ସେ ଦୋହରାଇଛନ୍ତି ।

ସାଧାରଣ ନିର୍ବାଚନ ପୂର୍ବରୁ ସରକାର ପରୀ ରଥ ବୁଲାଉଥିଲେ ହେଲେ ନୟାଗଡ ଯଦୁପୁରରେ ପରୀକୁ ନ୍ୟାୟ ଦେଇପାରିଲେ ନାହିଁ । ଗତ ନଭେମ୍ବର 24ରେ ପରୀ ବାପାମାଆ ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିଲେ । ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ଓ ବାବୁଲି ନାୟକଙ୍କ ନାମ ନେଲେ । ସେମାନଙ୍କ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା। କିନ୍ତୁ ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଗଲା ନାହିଁ ବୋଲି କହିଛନ୍ତି ସମୀର । ରାଜ୍ୟରେ 5 ବର୍ଷରେ 27 ହଜାର ଶିଶୁ ନିଖୋଜ ଥିବାବେଳେ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି । ପରୀକୁ ନ୍ୟାୟ ଦାବିରେ ଜାନୁଆରୀ 5 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ସମସ୍ତ ଆରାଧ୍ୟ ଦେବଦେବୀଙ୍କ ନିକଟରେ ଦୀପଦାନ କରିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.