ETV Bharat / city

ନିର୍ବାଚନୀ ହିଂସା ନେଇ ରାଜ୍ୟ ନିର୍ବାଚନ କମିଶନ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ବିଜେପି

ବିଜେପିର ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ ନିର୍ବାଚନୀ ହିଂସା ନେଇ ସରକାରଙ୍କୁ ଟାର୍ଗେଟ କଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

author img

By

Published : Feb 21, 2022, 5:07 PM IST

ନିର୍ବାଚନୀ ହିଂସା ନେଇ ସରକାରଙ୍କୁ ବିଜେପିର ଟାର୍ଗେଟ :ତିନୋଟି ଜିଲ୍ଲାରେ ହୋଇଛି ଅଧିକ ହିଂସା

ଭୁବନେଶ୍ବର : ନିର୍ବାଚନୀ ହିଂସାକୁ ନେଇ ବିଜେପି ଅନେକ ଥର ନିର୍ବାଚନ କମିଶନ ଓ ଡିଜିଙ୍କ ନିକଟରେ ଅଭିଯୋଗ କରିଛି । ହେଲେ ରାଜ୍ୟ ସରକାର ଓ ଗୃହ ବିଭାଗ ଏ ଘଟଣା ଗୁଡିକୁ ହାଲୁକା ଭାବେ ଗ୍ରହଣ କରୁଛି। ଓଡିଶାରେ 3ଟି ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ ଘଟିଛି ।

ତଥ୍ୟ ପ୍ରମାଣ ଆଧାରରେ ବିଜେପି ନିର୍ବାଚନ କମିଶନ ଓ ଡିଜିଙ୍କ ନିକଟରେ ଅଭିଯୋଗ ପତ୍ର ଦେଇଛି । କିନ୍ତୁ ତଥାପି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । 3ଟି ଜିଲ୍ଲାରେ ଅଧିକ ହିଂସା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ, ବିଜେଡ଼ି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜିଲ୍ଲା ଯାଜପୁର, ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟଙ୍କ ଭଦ୍ରକ ଜିଲ୍ଲାରେ ସବୁଠୁ ଅଧିକ ବାତାବରଣ ଅଶାନ୍ତ ହୋଇଛି ।

ବିଞ୍ଝାରପୁରରେ ସାମ୍ବାଦିକଙ୍କୁ 5ରୁ 7 ଜଣ ଆକ୍ରମଣ କରୁଥିଲେ । କିନ୍ତୁ 40ରୁ ଅଧିକ ଲୋକଙ୍କୁ ଓ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି । ତେଣୁ ଅଭିଯୁକ୍ତ ମାନଙ୍କୁ ଖସେଇ ଦେବା ପାଇଁ ଗଳାବାଟ ତିଆରି କରାଯାଉଛି ।

ଏହାବି ପଢନ୍ତୁ : Re-Polling: ନିର୍ବାଚନ ବାତିଲ ହୋଇଥିବା ସ୍ଥାନରେ 23ରେ ପୁନଃମତ ଗ୍ରହଣ

ଏବେ ଗିରଫ କରାଯାଇଛି ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଖସାଇ ଦିଆଯିବ । ଆକ୍ସନ ଭିତରେ ନିଜର ଏଜେଣ୍ଡା ରଖିଛନ୍ତି ସରକାର । ପୋଲିସ ସହାୟତାରେ ହିଂସା ହେଉଛି । ରାଜ୍ୟ ନିର୍ବାଚନ କମିଶନ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେପି ଦାବି କରିଛି । ଯେମିତି ଆଗାମୀ 2ଟି ପର୍ଯ୍ୟାୟ ଶାନ୍ତି ଶୃଙ୍ଖଳାର ସହ ଭୋଟ ହୋଇପାରିବ । ଆଉ ଏହି 3ଟି ଜିଲ୍ଲାରେ ବିଶେଷ ଦୃଷ୍ଟି ଦିଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ଯ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.