ETV Bharat / city

ମମିତା ମୃତ୍ୟୁ ମାମଲା, CBI ତଦନ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି - ମମିତା ମେହେର ହତ୍ୟା

ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ଘଟଣାରେ ବିଜେପିର ପ୍ରେସମିଟ୍ । ମାମଲାରେ ସିବିଆଇ ତଦନ୍ତ ଦାବି ସଙ୍ଗେ ସଙ୍ଗେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବରଖାସ୍ତ ଦାବି କଲା ବିଜେପି । ଅଧିକ ପଢନ୍ତୁ...

ମମିତା ମେହେର ମୃତ୍ୟୁ ମାମଲା, CBI ତଦନ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

author img

By

Published : Oct 20, 2021, 2:46 PM IST

ଭୁବନେଶ୍ବର: ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ଉଠୁଛି ପଡୁଛି ରାଜ୍ୟ । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ହେଉଥିବା ଚର୍ଚ୍ଚା ମାମଲାକୁ ଅଧିକ ଗମ୍ଭୀର କରିଛି । ସେପଟେ ସିବିଆଇ ତଦନ୍ତ ଦାବି ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କ ବରଖାସ୍ତ ସହ ଗିରଫଦାରୀ ଦାବି କରିଛି ବିଜେପି । ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ଏହି ମୃତ୍ୟୁ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ସିଧାସଳଖ ଅଭିଯୋଗ କରିବା ସହ ସମାଲୋଚନା କରିଛି ।

ମମିତା ମୃତ୍ୟୁ ମାମଲା, CBI ତଦନ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ବିଜେପି କହିଛି, ପୀଡିତାର ପରିବାର ଲୋକ ଗଣମାଧ୍ୟମ ଆଗରେ ଯାହା ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ମମିତାଙ୍କ ବାପାଙ୍କ କହିବାନୁଯାୟୀ, ମହାଲିଙ୍ଗ ଶିକ୍ଷାନୁଷ୍ଠାନରେ ଅନୈତିକ କାର୍ଯ୍ୟ ହେଉଥିଲା । ଏହି ଘଟଣା ଓଡିଶାବାସୀଙ୍କୁ ଲଜ୍ଜିତ କରିଛି । ଶିକ୍ଷାନୁଷ୍ଠାନରେ ଯୌନ ବ୍ୟଭିଚାର ଚାଲିଥିବାବେଳେ ଏଥିରେ ଶିକ୍ଷାନୁଷ୍ଠାନର ସଞ୍ଚାଳକ ସାମିଲ ଥିଲେ । ମନ୍ତ୍ରୀମାନେ ମଧ୍ୟ ବାରମ୍ବାର ସେଠାକୁ ଯାଉଥିଲେ । ଏପରିକି ଏହି ମାମଲାରେ ଶିକ୍ଷୟିତ୍ରୀଙ୍କ ବାପାଙ୍କ ଏଫଆଇଆର ପୋଲିସ ରଖିନଥିବା ତାଙ୍କ ବାପା ବୟାନ ଦେଇଛନ୍ତି ବୋଲି ବିଜେପି କହିଛି ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ମମିତା ମେହେରଙ୍କ ମୋବାଇଲ, ପେନଡ୍ରାଇଭ, ଲାପଟପ ପୋଲିସ ସିଜ୍ କରିଛି । ପୀଡିତା ମୋବାଇଲରେ ଅନେକ ସିକ୍ରେଟ ରଖିଥିଲେ । ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ କହୁଛନ୍ତି ସମ୍ପୃକ୍ତ କଲେଜ ମୋ ଜୀବନ । ହେଲିକପ୍ଟର ଧରି 2 ଜଣ ମନ୍ତ୍ରୀ କାହିଁକି କଲେଜରେ ପହଞ୍ଚିଥିଲେ ? ମନ୍ତ୍ରୀ ପ୍ରତାପ ଜେନା ରେଭେନ୍ସା କଲେଜ ସହ ମହାଲିଙ୍ଗ କଲେଜକୁ ତୁଳନା କରୁଥିଲେ ଏବଂ ଗୋବିନ୍ଦ ସାହୁଙ୍କୁ ଭୂୟଶୀ ପ୍ରଶଂସା କରୁଥିଲେ ମନ୍ତ୍ରୀ କାହିଁକି, ଏସବୁ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବା ଦରକାର ବୋଲି ସମୀର କହିଛନ୍ତି ।

ଏଥିସହ ବିଜେପି ରାଜ୍ୟର ଅନ୍ୟ କିଛି ଚର୍ଚ୍ଚିତ ମାମଲାକୁ ମଧ୍ୟ ଦୋହରାଇଛି । ଯେପରିକି ମାହାଙ୍ଗା ଡବଲ ମର୍ଡର କେସରେ ମୁଖ୍ୟମନ୍ତ୍ରୀ ନୀରବତା ଅବଲମ୍ବନ କରୁଛନ୍ତି । ମନ୍ତ୍ରୀ ପ୍ରତାପ ଜେନା 13 ନମ୍ବର ମୁଦାଲା ଥିଲେ । ନୟାଗଡ ନାବାଳିକା ହତ୍ୟା ଘଟଣାରେ ତା' ବାପାମାଆ ମନ୍ତ୍ରୀ ଅରୁଣ ସାହୁ ଓ ବାବୁଲି ନାୟକଙ୍କ ନାଁ କହିଥିଲେ । କିନ୍ତୁ ତାଙ୍କୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଗଲା ନାହିଁ ।

ସେହିପରି ଯାଜପୁରରେ ସ୍ମିତାରାଣୀ ମୃତ୍ୟୁ ଘଟଣା ମଧ୍ୟ ରହସ୍ୟ ହୋଇ ରହିଛି । ନିକଟରେ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣାରେ ମନ୍ତ୍ରୀ ବିକ୍ରମ ଆରୁଖ ଓ ପିଏଙ୍କ ନାଁ ଆସିଲା, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । କୁନ୍ଦୁଲିରେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ଘଟଣାରେ କିଛି ହେଲା ନାହିଁ । ଏହିପରି ଭାବେ ଶିକ୍ଷୟତ୍ରୀ ମମିତାଙ୍କ ହତ୍ୟା ଘଟଣାରେ ମଧ୍ୟ ବଡ଼ ବଡ଼ିଆଙ୍କୁ ସୁରକ୍ଷା ଦିଆଯାଉଛି ଏବଂ ତଥ୍ୟ ସବୁକୁ ନଷ୍ଟ କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.