ETV Bharat / city

ପଞ୍ଚାୟତ ନିର୍ବାଚନ ପାଇଁ ବିରୋଧୀର ନାରା, ବିଜେପିକୁ ଭୋଟ ଦେବା ଆମ ଅଧିକାର ଆମେ ପାଇବା - ଓଡ଼ିଶା ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଅଙ୍କାକଷା ଆରମ୍ଭ ହୋଇ ସାରିଛି । ଏହାର ପ୍ରଭାବ ବିଜେପି କ୍ୟାମ୍ପରେ ମଧ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ପଞ୍ଚାୟତ ନିର୍ବାଚନ ପାଇଁ ବିରୋଧୀର ନାରା, ବିଜେପିକୁ ଭୋଟ ଦେବା ଆମ ଅଧିକାର ଆମେ ପାଇବା

author img

By

Published : Jan 24, 2022, 10:07 PM IST

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଅଙ୍କାକଷା ଆରମ୍ଭ ହୋଇ ସାରିଛି । ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ୍‌ । ଏହାର ପ୍ରଭାବ ବିଜେପି କ୍ୟାମ୍ପରେ ମଧ୍ୟ ଦେଖିବାକୁ ମିଳିଛି । ବିଜେଡି ଶାସନ କାଳରେ ରାଜ୍ୟବାସୀ ପ୍ରତାରିତ ହୋଇଛନ୍ତି । ଗରିବ ଲୋକଟିଏ ଘର ପାଇପାରୁନାହିଁ । ମୋଟା ଅଙ୍କର ପିସି ଦେବାକୁ ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ପଞ୍ଚାୟତ ନିର୍ବାଚନ ପାଇଁ ବିରୋଧୀର ନାରା, ବିଜେପିକୁ ଭୋଟ ଦେବା ଆମ ଅଧିକାର ଆମେ ପାଇବା

ଏଥିପାଇଁ ଗାଁ ଲୋକମାନେ ଏବେ ବିକଳ୍ପ ଖୋଜୁଥିବା କଥା କହିଛି ବିଜେପି । ଗାଁରେ ଏବେ ବିଜେପିକୁ ଭୋଟ ଦେବା, ଆମ ଅଧିକାର ଆମେ ପାଇବା ନାରା ଶୁଣିବାକୁ ମିଳୁଥିବା ନେଇ ଗୋଲକ କହିଛନ୍ତି । ଜନଅସନ୍ତୋଷ ରହିଛି, ଏଥିପାଇଁ ସବୁ ଭୋଟ ବିଜେପି ଖାତାକୁ ଆସିବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ଗୋଲକ ।

କୋଭିଡ କଟକଣା ଯୋଗୁଁ ଡିଜିଟାଲ ମାଧ୍ୟମରେ ପ୍ରଚାର ହେବ । କିଭଳି ପ୍ରଚାର ହେବ ତାହାକୁ ନେଇ ନିର୍ବାଚନ କମିଶନ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ମାର୍ଗଦର୍ଶକ ଜାରି କରିଛନ୍ତି । ପ୍ରାର୍ଥୀ ସାମାଜିକ ଗଣମାଧ୍ୟମ କିମ୍ବା ଆଭାସୀ ଜରିଆରେ ଭୋଟରଙ୍କ ପାଖରେ ପହଞ୍ଚିପାରିବେ । ମାତ୍ର ୫ ଜଣଙ୍କୁ ନେଇ ନେତା ଘରକୁ ଘର ବୁଲି ପାରିବେ । କିନ୍ତୁ ଦୁର୍ଗମ ଅଞ୍ଚଳରେ ଏହା ସମ୍ଭବ ନୁହେଁ । ତେଣୁ ଉଭୟ ନେତା ଓ ଜନତାଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି ହୋଇଛି ।

ସେପଟେ ବିଜେପି କହିଛି ଏବେ ୩ ହଜାର ଗ୍ରାମକୁ ଯୋଗାଡ କରାଯାଇଛି । ପ୍ରାୟ ଗ୍ରାମକୁ ନେଟୱର୍କ ଆସିଯାଇଛି । କେନ୍ଦ୍ର ସରକାରଙ୍କ ଯୋଜନାକୁ ଛୋଟ ଭିଡିଓ ଆକାରର ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରହିିଛି । ସବୁ ସୋସିଆଲ ମିଡିଆ ଦ୍ୱାରା ବିଜେପି ପ୍ରଚାର କରିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.