ETV Bharat / city

ଜୟନ୍ତଙ୍କୁ ନାଉରିଙ୍କ କ୍ଲିନଚିଟ, ପୁରୀ ବିଧାୟକ ବିକାଶ ଜାରି ରଖିବାକୁ କହିଛନ୍ତି, ବିନାଶ କାର୍ଯ୍ୟ ନୁହେଁ

author img

By

Published : May 13, 2022, 10:33 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପିରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ଶ୍ରୀମନ୍ଦିର ସୁରକ୍ଷା ନେଇ ଭୁବନେଶ୍ବର ସାଂସଦଙ୍କ ପୁରୀ ଗସ୍ତବେଳେ ଉପସ୍ଥିତ ରାହୁନାହାନ୍ତି ସ୍ଥାନୀୟ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ । ପ୍ରକଳ୍ପ କାର୍ଯ୍ୟ ନେଇ ସରକାରଙ୍କୁ ଘେରୁଛନ୍ତି ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ଅଧିକ ପଢନ୍ତୁ

ନାଉରି ନାୟକ
ନାଉରି ନାୟକ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପିରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ଶ୍ରୀମନ୍ଦିର ସୁରକ୍ଷା ନେଇ ଭୁବନେଶ୍ବର ସାଂସଦଙ୍କ ପୁରୀ ଗସ୍ତବେଳେ ଉପସ୍ଥିତ ରାହୁନାହାନ୍ତି ସ୍ଥାନୀୟ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ । ପ୍ରକଳ୍ପ କାର୍ଯ୍ୟ ନେଇ ସରକାରଙ୍କୁ ଘେରୁଛନ୍ତି ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ।

ସେପଟେ ପ୍ରକଳ୍ପ କାର୍ଯ୍ୟ ଜାରି ରଖିବା ଲାଗି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହୁଛନ୍ତି । ଯାହାକୁ ନେଇ ପ୍ରସଙ୍ଗର ବିଜେପିର ଷ୍ଟାଣ୍ଡ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ପୁରୀ ବିଧାୟକଙ୍କ ସମର୍ଥନରେ ଛିଡା ହୋଇଛନ୍ତି ଦଳୀୟ ବିଧାୟକ ନାଉରି ନାୟକ । ଜୟନ୍ତଙ୍କୁ କ୍ଲିନଚିଟ ଦେବା ସହ ପୁରୀ ବିଧାୟକ ବିକାଶ କାର୍ଯ୍ୟ ଜାରି ରଖିବାକୁ କହିଛନ୍ତି, ବିନାଶ କାର୍ଯ୍ୟ ନୁହେଁ ବୋଲି ନାଉରି କହିଛନ୍ତି ।

ଜୟନ୍ତଙ୍କୁ ନାଉରିଙ୍କ କ୍ଲିନଚିଟ, ପୁରୀ ବିଧାୟକ ବିକାଶ କାର୍ଯ୍ୟ ଜାରି ରଖିବାକୁ କହିଛନ୍ତି, ବିନାଶ କାର୍ଯ୍ୟ ନୁହେଁ

ନାଉରି କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରକଳ୍ପକୁ କେହି ବିରୋଧ କରୁନାହାଁନ୍ତି । ଉନ୍ନତିକୁ ବି ବିରୋଧ କରାଯାଉନି । ଶ୍ରୀମନ୍ଦିରର ବିକାଶ କାହିଁକି କିଏ ଚାହିଁବେନି ? କିନ୍ତୁ କଥା ହେଉଛି କି ପ୍ରକଳ୍ପ କାର୍ଯ୍ୟ ଆଇନରେ ହେଉ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମନଇଚ୍ଛା କରି ଶ୍ରୀମନ୍ଦିରକୁ ବିପଦକୁ ଠେଲି ଦେଇଛନ୍ତି । ASI ଯେଉଁ ତଥ୍ୟ ଦେଇଛି ତାହା ଆଶ୍ଚର୍ଯ୍ୟ କରିଛି । ରାଜ୍ୟ ସରକାର ବିନା ଅନୁମତିରେ କାର୍ଯ୍ୟ କରୁଛନ୍ତି ।

ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଯାହା କହୁଛନ୍ତି ତାହାକୁ ଅନ୍ୟ ଅର୍ଥରେ ନେବା ଉଚିତ ନୁହେଁ । ପୁରୀ ବିଧାୟକ ବିକାଶ କାର୍ଯ୍ୟ ଜାରି ରଖିବାକୁ କହିଛନ୍ତି, ବିନାଶ କାର୍ଯ୍ୟ ନୁହେଁ । ରାଜ୍ୟ ସରକାର ବିକାଶ ନାଁରେ ପୁରୀରେ ବିନାଶ କରୁଛନ୍ତି । ବିଜେପିର ନେତୃମଣ୍ଡଳୀ ଶ୍ରୀମନ୍ଦିର ସୁରକ୍ଷା ପାଇଁ ନିଜ ନିଜ ମତ ଦେଇଛନ୍ତି । ଦଳରେ କୌଣସି ଅସୁବିଧା ନାହିଁ । ବଡ ଦେଉଳକୁ ନେଇ ସମସ୍ତେ ଏକ ଅଛନ୍ତି । ପୁଣିଥରେ କହୁଛୁ ଶ୍ରୀମନ୍ଦିରର ବିକାଶ କର । କିନ୍ତୁ ବିନାଶ ନକର । ନଚେତ କେହି କ୍ଷମା ଦେବନି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.