ଭୁବନେଶ୍ବର: ପ୍ରଥମେ ଓବିସି ମାନଙ୍କ ପାଇଁ ସରଂକ୍ଷଣ ବ୍ୟବସ୍ଥା ପରେ ପଞ୍ଚାୟତ ନିର୍ବାଚନ କରିବାକୁ ଦାବି କରିଛି ବିଜେପି ଓବିସି ମୋର୍ଚ୍ଚା । ଏନେଇ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ଓବିସି ମୋର୍ଚ୍ଚା । ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଓବିସିଙ୍କ ପାଇଁ ସଂରକ୍ଷଣ ଦାବି କରି ଅଭିଯୋଗ ପତ୍ର ବା ଦାବି ପତ୍ର ପ୍ରଦାନ କରାଯାଇଛି ।
। ନିର୍ବାଚନ ପରେ ହୋଇପାରିବ କିନ୍ତୁ ସାମ୍ବିଧାନିକ ଅଧିକାରରୁ ଥରେ ବଞ୍ଚିତ ହେଲେ ପଛୁଆ ବର୍ଗ ଆଉ ତାହା ପାଇବା କଷ୍ଟକର ହେବା ନେଇ ଆଶଙ୍କା କରିଛି ବିଜେପି । ଏହାକୁ ନେଇ ଆଜିଠାରୁ(ଜାନୁଆରୀ ୩) ତାରିଖରୁ ରାଜ୍ୟ ପ୍ରତ୍ୟେକ ଜିଲ୍ଲାରେ ପ୍ରତିବାଦ ଆରମ୍ଭ କରିଛି ବିଜେପି ଓବିସି ମୋର୍ଚ୍ଚା । ରାଜ୍ୟସ୍ତରରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ବିଜେପି ।
ଏହା ବି ପଢ଼ନ୍ତୁ OBC Reservation Politics: ଜାନୁଆରୀ ୩ରେ ସାରା ରାଜ୍ୟରେ ପ୍ରତିବାଦ କରିବ ବିଜେପି ଓବିସି ମୋର୍ଚ୍ଚା
ସଂରକ୍ଷଣ ପାଇଁ ବିଭିନ୍ନ ଜାତି ବର୍ଗ, ସାମାଜିକ ସଙ୍ଗଠନ ଯେତେ ଦାବି କଲେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ । ରାଜ୍ୟ ସରକାର ଯାହା ମନସ୍ଥ କରିଛନ୍ତି ତାହା କରିବାକୁ ଚିନ୍ତା କରିଛନ୍ତି । ତେଣୁ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ବିଭିନ୍ନ ସାମାଜିକ ସଙ୍ଗଠନ ପ୍ରତିବାଦ ଜଣାଇଛନ୍ତି । ତାପରେ ବି ରାଜ୍ୟ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନଥିବା ବିଜେପି ଅଭିଯୋଗ କରିଛି ।
ପଛୁଆ ବର୍ଗଙ୍କୁ ସଂରକ୍ଷଣ ପାଇଁ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହେଲେ ଓଡ଼ିଶା ସରକାର କିଛି କରୁନଥିବା ଅଭିଯୋଗ ହୋଇଛି । ତେଣୁ ୫୪ ପ୍ରତିଶତ ଅର୍ଥାତ ଅଢ଼େଇ କୋଟି ଲୋକଙ୍କ ସ୍ୱାର୍ଥ ପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରରେ ଓବିସି ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯିବ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ