ETV Bharat / city

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ରଣନୀତି ସମୀକ୍ଷା କଲେ ତରୁଣ ଚୁଗ

author img

By

Published : Jul 22, 2021, 10:06 PM IST

୩ ଦିନିଆ ଭୁବନେଶ୍ବର ଗସ୍ତରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ କାର୍ଯ୍ୟକ୍ରମର ସମୀକ୍ଷା । କହିଲେ କେନ୍ଦ୍ରର ସମସ୍ତ ଜନମଙ୍ଗଳକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବ ଦଳ । ଅଧିକ ପଢନ୍ତୁ...

ଭୁବନେଶ୍ବରରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ରଣନୀତିର କଲେ ସମୀକ୍ଷା

ଭୁବନେଶ୍ବର: ୩ ଦିନିଆ ଭୁବନେଶ୍ବର ଗସ୍ତରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ । ପଞ୍ଚାୟତ ନିର୍ବାଚନ ପୁର୍ବରୁ ଦଳର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବାକୁ ସେ ଓଡିଶା ଆସିଛନ୍ତି । ଆଜି ତରୁଣ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମୀଳନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ତଥ୍ୟ ରଖିଛନ୍ତି । ତରୁଣ କହିଛନ୍ତି, ବିଜେପି ସରକାର ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦେଇ ଆସିଛି। ସବୁଜ ଜାଳେଣିର ପ୍ରାବଧାନ କରି ମୋଦି ସରକାର ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଶୌଚାଳୟ ନିର୍ମାଣ ଓ ଲୋକଙ୍କ ଜୀବନ ଧାରାରେ ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି। ସେହିଭଳି ଅଟଳ ପେନସନ ଯୋଜନା ମଧ୍ୟ 3 କୋଟି 10 ଲକ୍ଷ ଲୋକଙ୍କ ଜୀବନରେ ନୂଆ ସମ୍ଭାବନା ଆଣି ପାରିଛି ବୋଲି କହିଛନ୍ତି ତରୁଣ ।

ସେହିଭଳି ପାନୀୟ ଜଳ ବ୍ୟବସ୍ଥା ଲୋକଙ୍କ ଜୀବନଧାରାରେ ପରିବର୍ତ୍ତନ ଆଣି ପାରିଛନ୍ତି । 80 କୋଟି ଲୋକଙ୍କୁ ରାସାନ ସୁବିଧା ଯୋଗାଇବା, ମାଗଣା ଟିକା ପ୍ରଦାନ ବ୍ୟବସ୍ଥା ମଧ୍ୟ ବିଶ୍ବର ଏକ ବଡ଼ ଉପଲବ୍ଧି । ମୋଦି ସରକାର କୃଷି ଜାତ ସାମଗ୍ରୀର ଏମଏସପି ଵୃଦ୍ଧି ପାଇଁ ମଧ୍ୟ ସଂକଳ୍ପବଧ । କିନ୍ତୁ ଏପରି ସଙ୍କଟ ସମୟରେ ମଧ୍ୟ କିଛି ଲୋକ ରାଜନୀତି କରିବାକୁ ପଛାଉନାହାନ୍ତି ।

ସେହିପରି ରାଜ୍ୟ ସରକାରକୁ ସମାଲୋଚନା କରି ତରୁଣ କହିଛନ୍ତି, ଦୀର୍ଘଦିନ ଧରି ଓଡ଼ିଶାରେ କ୍ଷମତାରେ ଥିବା ନବୀନ ସରକାର ମନ୍ଥର ହୋଇଛି । ରାଜ୍ୟବାସୀ ହତାସ ହେଲେଣି । ଏହି ସବୁ ପ୍ରସଙ୍ଗ ନେଇ ରାଜ୍ୟବାସୀଙ୍କ ନିକଟରେ ବିଜେପି ପହଞ୍ଚିବ । ମୋଦି ସରକାରଙ୍କ ବିକାଶ ମୂଳକ କାମକୁ ଲୋକଙ୍କ ପାଖରେ ପହଞ୍ଚାଇବା,ଉଜ୍ଜଳା, ସ୍ଵଛ ଭାରତ ଯୋଜନା ,40 କୋଟି ଲୋକଙ୍କୁ ବ୍ୟାଙ୍କରେ ଖାତା ଖୋଲିବା, 3 କୋଟି ଲୋକଙ୍କୁ ଅଟଳ ବିହାରୀ ପେନସନ ଯୋଜନାରେ ଯୋଡିବା, 4 ଲକ୍ଷ ଜନ ଔଷଧ କେନ୍ଦ୍ର ଖୋଲିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 1 କୋଟି 12 ଲକ୍ଷ ପକ୍କା ଘର ଯୋଗାଣ , 80 କୋଟି ଲୋକଙ୍କୁ କୋରାନା ସମୟରେ ମାଗଣା ରାସନ ପରି ଜନକଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେବ ଦଳ। ଏହା ସହ ରାଜ୍ୟ ସରକାରଙ୍କ ବିରୋଧରେ ଥିବା ପ୍ରମୁଖ ପ୍ରସଙ୍ଗ, ଚାଷୀଙ୍କ ସମସ୍ୟାକୁ ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ତରୁଣ ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସାମିଲ ହୋଇଥିେଲେ । ତରୁଣ ଚୁଗ ଏହି ଗସ୍ତ ସମୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ୨୦ଟି ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ଦଳର ବରିଷ୍ଠ ପଦାଧିକାରୀ ଏବଂ ବିଧାୟକ ଓ ଅନ୍ୟ ନେତାମାନଙ୍କ ସହ ଆଲୋଚନା କରିବେ ତରୁଣ । ଆଗାମୀପଞ୍ଚାୟତ ପାଇଁ ଦଳର ରୋଡ଼ ମ୍ୟାପ,ବୁଥସ୍ତର ଠାରୁ ନେଇ ରାଜ୍ୟ ସ୍ତରର ସାଂଙ୍ଗଠନିକ କର୍ମୀ ଓ ପଦାଧୀକାରୀଙ୍କ ସହ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.