ETV Bharat / city

Municipal Poll: ଭୁବନେଶ୍ବର BJP ମେୟର ପ୍ରାର୍ଥୀ ହେଲେ ସୁନୀତି ମୁଣ୍ଡ

author img

By

Published : Mar 5, 2022, 4:56 PM IST

Updated : Mar 5, 2022, 6:05 PM IST

ଭୁବନେଶ୍ବର ମହାନଗର ନିଗମ ବିଜେପି ମେୟର ପ୍ରାର୍ଥୀ ହେଲେ ଡ. ସୁନୀତି ମୁଣ୍ଡ । ଅଧିକ ପଢନ୍ତୁ

ULB Polls: ବିଜେପି ଘୋଷଣା କଲା 3 ମହାନଗର ନିଗମ ପାଇଁ Mayor

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ବିଜେପି ମହାନଗର ନିଗମ ନିର୍ବାଚନ (Municipal Corporation Election) ପାଇଁ ଘୋଷଣା କଲା ମୟର ପ୍ରାର୍ଥୀ । ଭୁବନେଶ୍ବର ମହାନଗର ନିଗମ (Bhubaneswar Municipal Corporation Election) ବିଜେପି ମେୟର ପ୍ରାର୍ଥୀ ହେଲେ ଡ. ସୁନୀତି ମୁଣ୍ଡ ।

ଭୁବନେଶ୍ବର BJP ମେୟର ପ୍ରାର୍ଥୀ ହେଲେ ସୁନୀତି ମୁଣ୍ଡ

କିଏ ସୁନୀତି?

ଡକ୍ଟର ସୁନୀତି ମୁଣ୍ଡ ଏକାଧାରରେ ଜଣେ ଲେଖିକା, ସାମ୍ବାଦିକା ଓ ଦକ୍ଷ ସଂଗଠକ । ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଓଡିଆରେ ଏମ ଡିଗ୍ରୀ ହାସଲ କରିଛନ୍ତି । ଇଗ୍ନୋରୁ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା କରିଛନ୍ତି । ଆଇଆଇଏମ ମଧ୍ୟ ପ୍ରଦେଶରୁ ମାସ କମ୍ୟୁନିକେଶନରେ ଶିକ୍ଷା ଗ୍ରହଣ କରିଛନ୍ତି । ୱାର୍ଦ୍ଧାରୁ ହିନ୍ଦୀ ରତ୍ନ ସମ୍ମାନ ପାଇଛନ୍ତି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଡକ୍ଟର ସୁନୀତି 28ଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ଏହାବାଦ ସେ ଏକାଧିକ ଟିଭି ଧାରାବାହିକର ପ୍ରଯୋଜିକା, ନିର୍ଦ୍ଦେଶିକା ଭାବେ କାମ କରିଛନ୍ତି । ସେହିପରି ସମାଜସେବାରେ ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି । ସେହିପରି ନିଜସ୍ବ ସାମାଜିକ ସଂଗଠନ ଦକ୍ଷ’ ର ବର୍ତ୍ତମାନ ଅଧ୍ୟକ୍ଷା ଅଛନ୍ତି । ଦୀକ୍ଷା ଓ ତନୁଜା ମାଗାଜିନର ସମ୍ପାଦିକା ଭାବେ କାମ କରୁଛନ୍ତି ।

ଘୋଷଣା କଲେ ଅପରାଜିତା

ପ୍ରାର୍ଥୀ ଘୋଷଣା କରି ଅପରାଜିତା କହିଛନ୍ତି ଆମେ ଗୋଟିଏ ଟିମ ଭାବେ କାମ କରୁଛୁ । ଭୁବନେଶ୍ବର ମେୟର ପାଇଁ 30 ରୁ ଅଧିକ ଆବେଦନ ଆସିଥିଲା । ଆମେ ଜଣେ ଉଚ୍ଚ ଶିକ୍ଷିତା ଓ ନୂଆ ଚେହେରା ଚାହୁଁଥିଲୁ । ସେହି ଆଧାରରେ ଆମେ ସୁନିତଙ୍କୁ ଭୁବନେଶ୍ବର ମେୟର ପ୍ରାର୍ଥୀନି ଭାବେ ଉପସ୍ଥାପନା କରୁଛୁ । ସୁନିତ ପାଖାପାଖି 20 ବର୍ଷ ହେଲା ଝାରପଡା 32 ନମ୍ବର ୱାର୍ଡରେ ରହୁଛନ୍ତି । ସେହିପରି ଅପରାଜିତା କହିଛନ୍ତି ସୁନିତ କିଛି ସମୟ କଳାହାଣ୍ଡି ଭବାନୀପାଟଣାରେ ରହିଛନ୍ତି । ଦଳର ରାଜ୍ୟ ସଭାପତିଙ୍କ ଅନୁମୋଦନକ୍ରମେ ସୁନିତଙ୍କୁ ଦଳ ମେୟର ପ୍ରାର୍ଥୀ ଭାବେ ଉପସ୍ଥାପନା କରିଛି ବୋଲି କହିଛନ୍ତି ।

ଦଳ ସୁଯୋଗ ଦେଇଥିବାରୁ କୃତଜ୍ଞ: ସୁନୀତି

ବିଜେପିର ଭୁବନେଶ୍ବର ମହାନଗର ନିଗମ ମେୟର ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ଡକ୍ଟର ସୁନୀତି କହିଛନ୍ତି ଦଳ ସୁଯୋଗ ଦେଇଥିବାରୁ ମୁଁ କୃତଜ୍ଞ । ଏଥିପାଇଁ ଦଳର ସଭାପତି, ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଅନ୍ୟପଟେ ଭୁବନେଶ୍ବର ମହାନଗର ନିଗମ ମେୟର ପାଇଁ, ସୁଲୋଚନା ଦାସ, ବିଜେଡିରୁ ଲଢୁଥିବା ବେଳେ ମଧୁସ୍ମିତା ଆଚାର୍ଯ୍ୟ, କଂଗ୍ରେସରୁ ଲଢିବେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Mar 5, 2022, 6:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.