ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସ । ଏହି ଦିବସକୁ ବିଜେପି ଧୁମଧାମରେ ପାଳନ କରିଥିବାବେଳେ ସେପଟେ କଂଗ୍ରେସ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ଭାବେ ପାଳନ କରିଛନ୍ତି । ଏହାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ କଂଗ୍ରେସର ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଜୁଏଲ ଓରାମ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପୂ୍ର୍ବରୁ କେନ୍ଦ୍ର ୧ ଟଙ୍କା ପଠାଇଲେ ୮୫ ପଇସା ଯାଉଥିଲା କଂଗ୍ରେସ କର୍ମୀଙ୍କ ପାଖକୁ ଆଉ ପନ୍ଦର ପଇସା ପାଉଥିଲେ ହିତାଧିକାରୀ । ବର୍ତ୍ତମାନ ନରେନ୍ଦ୍ର ମୋଦି ସରକାର ଆସିବା ପରେ ପୁରା ପଇସା ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଉଛି । ତେଣୁ କଂଗ୍ରେସ ବାଲାଙ୍କୁ ଅର୍ଥ ମିଳୁ ନ ଥିବାରୁ ସେମାନେ ବେରୋଜଗାର ହୋଇଯାଇଛନ୍ତି । କୋଇଲା ଓ ସ୍ପେକ୍ଟରମରୁ ଯେଉଁ ଅର୍ଥ ଖାଇଥିଲେ ସେ ପଇସା ଆଉ ମିଳୁ ନାହିଁ ତେଣୁ ସେମାନେ ବେରୋଜଗାର ହୋଇଯାଇଛନ୍ତି, ତେଣୁ ପକୁଡି ଛାଣି ଖାଆନ୍ତୁ, ଆମେ ଦେଖିବୁ ବୋଲି ଜୁଏଲ ଓରାମ କହିଛନ୍ତି।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ