ନୂଆଦିଲ୍ଲୀ: ଓଡିଶା ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହାପୂର୍ବରୁ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ସାଂସଦ । ରାଜ୍ୟରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡିକୁ କିଭଳି ତ୍ବରାନ୍ବିତ କରିହେବ, ସେନେଇ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଓଡ଼ିଶାର ସମସ୍ତ ରେଳ ପ୍ରକଳ୍ପର ଅଗ୍ରଗତି, ଯାତ୍ରୀ ସୁବିଧା ଏବଂ ଏହା ସହ ଜଡ଼ିତ ବିଭିନ୍ନ ବିଷୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଚର୍ଚ୍ଚା ଆଲୋଚନା ହୋଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା ।
-
ଆଜି ନୂଆଦିଲ୍ଲୀ ସ୍ଥିତ ରେଳ ଭବନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ @AshwiniVaishnawଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ @dpradhanbjp ଓ ଆମ ଦଳର ସାଂସଦ ବନ୍ଧୁ ମାନଙ୍କ ସହ ଉପସ୍ଥିତ ରହି ଓଡ଼ିଶାର ସମସ୍ତ ରେଳ ପ୍ରକଳ୍ପର ଅଗ୍ରଗତି, ଯାତ୍ରୀ ସୁବିଧା ଏବଂ ଏହା ସହ ଜଡ଼ିତ ବିଭିନ୍ନ ବିଷୟରେ ଚର୍ଚ୍ଚା ଆଲୋଚନା କଲୁ । pic.twitter.com/mNHQ3sUFFC
— Basanta Kumar Panda (@basantpandabjp) August 12, 2021 " class="align-text-top noRightClick twitterSection" data="
">ଆଜି ନୂଆଦିଲ୍ଲୀ ସ୍ଥିତ ରେଳ ଭବନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ @AshwiniVaishnawଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ @dpradhanbjp ଓ ଆମ ଦଳର ସାଂସଦ ବନ୍ଧୁ ମାନଙ୍କ ସହ ଉପସ୍ଥିତ ରହି ଓଡ଼ିଶାର ସମସ୍ତ ରେଳ ପ୍ରକଳ୍ପର ଅଗ୍ରଗତି, ଯାତ୍ରୀ ସୁବିଧା ଏବଂ ଏହା ସହ ଜଡ଼ିତ ବିଭିନ୍ନ ବିଷୟରେ ଚର୍ଚ୍ଚା ଆଲୋଚନା କଲୁ । pic.twitter.com/mNHQ3sUFFC
— Basanta Kumar Panda (@basantpandabjp) August 12, 2021ଆଜି ନୂଆଦିଲ୍ଲୀ ସ୍ଥିତ ରେଳ ଭବନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ @AshwiniVaishnawଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ @dpradhanbjp ଓ ଆମ ଦଳର ସାଂସଦ ବନ୍ଧୁ ମାନଙ୍କ ସହ ଉପସ୍ଥିତ ରହି ଓଡ଼ିଶାର ସମସ୍ତ ରେଳ ପ୍ରକଳ୍ପର ଅଗ୍ରଗତି, ଯାତ୍ରୀ ସୁବିଧା ଏବଂ ଏହା ସହ ଜଡ଼ିତ ବିଭିନ୍ନ ବିଷୟରେ ଚର୍ଚ୍ଚା ଆଲୋଚନା କଲୁ । pic.twitter.com/mNHQ3sUFFC
— Basanta Kumar Panda (@basantpandabjp) August 12, 2021
ପ୍ରକାଶ ଥାଉକି, ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆସନ୍ତା ୧୬ ତାରିଖରୁ ରେଳମନ୍ତ୍ରୀଙ୍କ ଓଡିଶା ଗସ୍ତ ଆରମ୍ଭ ହେଉଛି । ଓଡିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ବିନୀ ବୈଷ୍ଣବ, ପ୍ରଧାନମନ୍ତ୍ରୀଙ୍କ ଟିମରେ ସାମିଲ ହେବାପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ଅଶ୍ବିନୀଙ୍କ ଓଡିଶା ଗସ୍ତ ଅବସରରେ ସ୍ବାଗତ ପାଇଁ ରାଜ୍ୟ ବିଜେପି ପକ୍ଷରୁ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ମନ୍ତ୍ରୀ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ