ETV Bharat / city

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ବିଜେପି ଟିମ, ଜଙ୍ଗଲ ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟେକ୍ନିକାଲ ଟିମ

author img

By

Published : Mar 10, 2021, 4:06 PM IST

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଜଙ୍ଗଲ ନିଆଁ ଲିଭାଇବା ପ୍ରସଙ୍ଗରେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ । ଏଥିଲେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ଏକ ଟେକ୍ନିକାଲ ଟିମ ଶିମିଳିପାଳ ପଠାଇବ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

BJP MP meet enviournment minister Prakash Javedkar on Similipal fire issue
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲା ବିଜେପି ଟିମ, ସ୍ଥିତି ଅନୁଧ୍ୟାନ ପାଇଁ ଆସିବ କେନ୍ଦ୍ରୀୟ ଟେକ୍ନିକାଲ ଟିମ

ଭୁବନେଶ୍ବର: ଜଙ୍ଗଲ ନିଆଁ ଲିଭାଇବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ । ବୁଧବାର ଓଡିଶାର ଶିମିଳିପାଳ ଅଭାୟରଣ୍ୟ ସମେତ ବିଭିନ୍ନ ଜଙ୍ଗଲରେ ନିଆଁ ପ୍ରସଙ୍ଗରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟିଛନ୍ତି ରାଜ୍ୟର ବିଜେପି ସାଂସଦ । ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ଏକ ଟେକ୍ନିକାଲ ଟିମ ଶିମିଳିପାଳ ପଠାଇବେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ।

ବିଶ୍ବ ବିଖ୍ୟାତ ତଥା ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳୀ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଲିଭିବାର ନା ଧରୁନି । ନିଆଁକୁ ଆୟତ୍ତ କରିବାରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିଫଳ ହୋଇଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଓଡିଶାର ଉଭୟ ଲୋକସଭା ଓ ରାଜ୍ୟସଭାର ବିଜେପି ସାଂସଦମାନେ ଶିମିଳିପାଳ ଅଭାୟରଣ୍ୟ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ପ୍ରସଙ୍ଗକୁ ନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଭେଟିଛନ୍ତି । ଏ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ଏ ଜଙ୍ଗଲରୁ ସେ ଜଙ୍ଗଲ ବ୍ୟାପିବାରେ ଲାଗିଛି ନିଆଁ । ରାଜ୍ୟ ସରକାର ନିଆଁ ଲିଭାଇବା ଲାଗି ବ୍ୟାପକ ବ୍ୟବସ୍ଥା କରିଥିଲେ ବି ନିଆଁ ଲିଭାଯାଇ ପାରିନି । ତେଣୁ ଏ ନେଇ ସାଧାରଣ ଲୋକ, ଲୋକ ପ୍ରତିନିଧି, ବୁଦ୍ଧିଜୀବୀ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଗୁହାରୀ କରିଛନ୍ତି ।

ରାଜ୍ୟ ସରକାର ଏ ନେଇ ଅନେକ ପଦକ୍ଷେପ ନେଇଥିଲେ ବି ନିୟନ୍ତ୍ରଣ ହୋଇପାରିନି ନିଆଁ । ତେଣୁ ରାଜ୍ୟ ସରକାରଙ୍କୁ ସହଯୋଗ ଲାଗି କେନ୍ଦ୍ର ସରକାରଙ୍କ ଦ୍ବାରସ୍ଥ ହୋଇଥିଲେ ବିଜେପି ସାଂସଦ । ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର । ତୁରନ୍ତ ଏକ ପ୍ରତିନିଧି ଦଳ ପଠାଇବା ଲାଗି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ବହୁତ ଜଲଦି ଏକ ଏକ୍ସୋପର୍ଟ ଟେକ୍ନିକାଲ ପଠାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ନିଆଁ ଲିଭାଇବା ଲାଗି ରାଜ୍ୟ ସରକାରଙ୍କୁ ସହଯୋଗ କରିବ ଟିମ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ସାଂସଦ ଅଶ୍ବିନୀ ବୈଷ୍ଣବ, ଅପରାଜିତ ଷଡଙ୍ଗୀ, ବିଶେଶ୍ବର ଟୁଡୁ, ସଂଗୀତା ସିଂଦେଓ, ନିତୀଶ ଗଙ୍ଗଦେବ, ରଘୁନାଥ ମହାପାତ୍ର, ସୁରେଶ ପୂଜାରୀ, ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟରେ ଗତ କିଛି ଦିନ ହେଲା ଶିମିଳିପାଳ ଅଭାୟରଣ୍ୟ ସମେତ ବିଭିନ୍ନ ଅଞ୍ଚଳର ଜଙ୍ଗଲରେ ନିଆଁ ଲାଗିବା ସହ ଏହା ବିଭିନ୍ନ ଅଞ୍ଚଳରେ ବ୍ୟାପକ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି । ଏହା ଦ୍ବାରା ରାଜ୍ୟର ଜୈବ ବିବିଧତା ନଷ୍ଟ ହେବା ସହ ଜଙ୍ଗଲ ଜୀବଜନ୍ତୁଙ୍କ ପରିବେଶ ପ୍ରତି ଅନ୍ତରାୟ ସୃଷ୍ଟି କରିଛି । ରାଜ୍ୟ ସରକାର ନିଆଁ ଲିଭାଇବା ପାଇଁ ଟାସ୍କଫୋର୍ସ କମିଟି ଗଠନ କରି ଓଡ୍ରାଫ ଟିମ ନିୟୋଜନ କରିଛନ୍ତି କିନ୍ତୁ ହେଲେ ମଧ୍ୟ ନିଆଁ ଲିଭାରେ ଅଙ୍କୁଶ ଆସିପାରୁ ନାହିଁ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.