ETV Bharat / city

ଶ୍ରୀମନ୍ଦିର ପ୍ରସଙ୍ଗରେ ପୁଣି ଘେରିଲେ ଅପରାଜିତା, ଆର୍ଥିକ ଅନିୟମିତତାର ଆଣିଲେ ଅଭିଯୋଗ

author img

By

Published : May 16, 2022, 9:19 PM IST

ଶ୍ରୀମନ୍ଦିର ପ୍ରସଙ୍ଗରେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଘେରିଲେ ସାଂସଦ ଅପରାଜିତା ଷଡଙ୍ଗୀ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଅବମାନନା ସହ ଆର୍ଥିକ ଅନିୟମିତତା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ କଡା ପ୍ରହାର କରିଛନ୍ତି ଅପରାଜିତା । ଅଧିକ ପଢନ୍ତୁ

ଅପରାଜିତା
ଅପରାଜିତା

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରସଙ୍ଗରେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଘେରିଲେ ସାଂସଦ ଅପରାଜିତା ଷଡଙ୍ଗୀ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଅବମାନନା ସହ ଆର୍ଥିକ ଅନିୟମିତତା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ କଡା ପ୍ରହାର କରିଛନ୍ତି ଅପରାଜିତା । ଆଜି ଏକ ପ୍ରେସମିଟ କରି ଅପରାଜିତା କହିଛନ୍ତି ଜଣେ ବ୍ୟକ୍ତିଙ୍କୁ ତିନୋଟି ଦାୟିତ୍ଵ ମିଳୁଛି କେମିତି ? ଉଦ୍ଦେଶ୍ୟମୂଳକ ଭାବରେ ଜଣେ ବ୍ୟକ୍ତିଙ୍କୁ ତିନୋଟି ଦାୟିତ୍ଵ ଦେଇଛନ୍ତି ସରକାର । OBCC ମାଧ୍ୟମରେ SJTA କାମ କରୁଛି। SJTA ର ଯିଏ ମୁଖ୍ୟ ପ୍ରଶାସକ ଅଛନ୍ତି ସିଏ OBCC ର ଅଧ୍ୟକ୍ଷ ବି ଅଛନ୍ତି ଏବଂ ପୂର୍ତ୍ତ ବିଭାଗର ସଚିବ ବି ଅଛନ୍ତି। ଜଣେ ଲୋକ ତିନିଟା ଭୂମିକାରେ ରହିବେ ଏହା ସଂଯୋଗ ନୁହେଁତ ?

ଶ୍ରୀମନ୍ଦିର ପ୍ରସଙ୍ଗରେ ପୁଣି ଘେରିଲେ ଅପରାଜିତା, ଆର୍ଥିକ ଅନିୟମିତତାର ଆଣିଲେ ଅଭିଯୋଗ

ଅପରାଜିତା କହିଛନ୍ତି ସୁଚିନ୍ତିତ ଷଡଯନ୍ତ୍ର କରି ଯିଏ ଟେଣ୍ଡର ଡାକୁଛନ୍ତି, ଯିଏ ପଇସା ଦେଉଛନ୍ତି ଆଉ ଯିଏ କାମ ପାଉଛନ୍ତି ସବୁ ଜଣେ ଲୋକ । ସବୁ ପ୍ରକାର ନିୟମର ଉଲଂଘନ କେମିତି ହେଲା ? ଯଦି ସୁଚିନ୍ତିତ ଷଡଯନ୍ତ୍ର ହୋଇ ନଥାନ୍ତା ତାହେଲେ ଏମିତି ହେଲା କେମିତି? ୪ ନଭେମ୍ବର ୨୦୧୯ ସର୍ବୋଚ୍ଚ ନ୍ୟାୟାଳୟ ପାରା ୫୬ ରେ ଓଡିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଣେ କି ଜଣେ ଅଧିକାରୀଙ୍କୁ SJTA ର ମୁଖ୍ୟ ସ୍ଥାୟୀ ପ୍ରଶାସକ ରଖିବାକୁ । କେଉଁ ହିସାବରେ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟର କଥାକୁ ଅବମାନନା କରୁଛନ୍ତି ବୋଲି ଅପରାଜିତା ପ୍ରଶ୍ନ ଉଠାଇବା ସହ ଜବାବ ମାଗିଛନ୍ତି ।

ଶ୍ରୀମନ୍ଦିର ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ରାଜ୍ୟ ନିର୍ଦ୍ଦେଶ ଦେଇଥିଲେ। ଯାହାର ଉଲଂଘନ ରାଜ୍ୟସରକାର କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ର ଅବମାନନା ସହ ଆର୍ଥିକ ଅନିୟମିତତା ହୋଇଥିବାର ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ତାସହ ଜଣେ ବ୍ୟକ୍ତି କଣ ପାଇଁ ତିନୋଟି ପଦରେ ଦାୟିତ୍ବରେ ଅଛନ୍ତି ତାହାର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ବୋଲି ଦାବି କରିଛନ୍ତି । ଖନନ ସମୟରେ ମୂର୍ତ୍ତି ମିଳିବା ଘଟଣା ରେ ଗ୍ରାଉଣ୍ଡ ସର୍ଭେ ହୋଇଥିଲେ ପୂର୍ବରୁ ଆଜି ଏଭଳି ପରିସ୍ଥିତି ଉପୁଜିନଥାନ୍ତା ବୋଲି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.