ETV Bharat / city

ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି: ବିଜେପି ବିଧାୟକଙ୍କ ପ୍ରତିକ୍ରିୟା - ପୁଣି ମହଙ୍ଗା ହେଲା ଘରୋଇ ଗ୍ୟାସ ସିଲିଣ୍ଡର

ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧିକୁ ନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବିଜେପି ଶାସିତ ରାଜ୍ୟମାନେ ପେଟ୍ରୋଲିୟମ ପ୍ରଡକ୍ଟକୁ GSTର ପରିସରଭୁକ୍ତ କରିବା ପାଇଁ ଇଚ୍ଛୁକ ଅଛନ୍ତି କିନ୍ତୁ, ଅଣବିଜେପି ଶାସିତ ରାଜ୍ୟ ଯେମିତିକି ଓଡ଼ିଶା ଭାଟ କମାଇବା ଦରକାର । ଅଧିକ ପଢନ୍ତୁ

ପୁଣି ମହଙ୍ଗା ହେଲା ଘରୋଇ ଗ୍ୟାସ ସିଲିଣ୍ଡର
ପୁଣି ମହଙ୍ଗା ହେଲା ଘରୋଇ ଗ୍ୟାସ ସିଲିଣ୍ଡର
author img

By

Published : May 7, 2022, 9:59 PM IST

ଭୁବନେଶ୍ବର: ପୁଣି ମହଙ୍ଗା ହେଲା ଘରୋଇ ଗ୍ୟାସ ସିଲିଣ୍ଡର । ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି ହୋଇଛି । ପୂର୍ବରୁ ଭୁବନେଶ୍ୱରରେ ଗ୍ୟାସ ଦର ୯୭୬ ଟଙ୍କା ରହିଥିବାବେଳେ ଏବେ ୧୦୨୬ ଟଙ୍କା ଦେଇ ଗ୍ୟାସ ସିଲିଣ୍ଡର କିଣିବେ ଗ୍ରାହକ । ଏହି ନୂଆ ଦର ଆଜିଠାରୁ ଲାଗୁ ହେବ । ଏହା ପୂର୍ବରୁ ୨୦୨୨ ମାର୍ଚ୍ଚରେ ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।

ପୁଣି ମହଙ୍ଗା ହେଲା ଘରୋଇ ଗ୍ୟାସ ସିଲିଣ୍ଡର

ସେହିପରି ଚଳିତ ମାସ ଆରମ୍ଭରୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦରରେ ୧୦୨ ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିଲା । ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବିଜେପି ଶାସିତ ରାଜ୍ୟମାନେ ଯେଉଁଠି ପେଟ୍ରୋଲିୟମ ପ୍ରଡକ୍ଟକୁ GSTର ପରିସରଭୁକ୍ତ କରିବା ପାଇଁ ଇଚ୍ଛୁକ ଅଛନ୍ତି କିନ୍ତୁ, ଅଣବିଜେପି ଶାସିତ ରାଜ୍ୟ ଯେମିତିକି ଓଡ଼ିଶା ଭାଟ କମାଇବା ଦରକାର । ଭାଟ କମିଲେ ନିଶ୍ଚିତ ଭାବେ ଗ୍ୟାସ ଓ ପେଟ୍ରୋଲ ଦର କମ୍ ହୁଅନ୍ତା । ପ୍ରଧାନମନ୍ତ୍ରୀ ମଧ୍ୟ ଅପିଲ କରିସାରିଲେଣି ଭାରତ ବର୍ଷରେ ଫେଡରାଲ ସିଷ୍ଟମରେ ସବୁ ରାଜ୍ଯରେ ମୁଖ୍ୟମନ୍ତ୍ରୀଙ୍କୁ ଭାଟ କମାଇବା ପାଇଁ ବୋଲି ମହାଲିଙ୍ଗ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.