ଭୁବନେଶ୍ବର: ରାଇରଙ୍ଗପୁରରୁ ରାଇସିନା ହିଲ ରେସରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଦ୍ରୌପଦୀ । ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ମାହୋଲ ଥିବାରୁ ସେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ରାସ୍ତା ପ୍ରଶସ୍ତ ହୋଇସାରିଛି । ଦ୍ରୌପଦୀଙ୍କ ଓଡ଼ିଶା ଗସ୍ତ ପରେ ଏ ନେଇ ଦମ୍ଭୋକ୍ତି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
ମୋହନ କହିଛନ୍ତି ଯେ, ନିଜ ରାଜ୍ୟକୁ ପ୍ରଚାର ଲାଗି ଆସିଥିଲେ ଦ୍ରୌପଦୀ ମୁର୍ମୁ । ମାହୋଲ ଭଲ ରହିଛି । ଦଳ ପକ୍ଷରୁ ଏୟାର ପୋର୍ଟରୁ ଅତିଥି ଭବନ ପର୍ଯ୍ୟନ୍ତ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ବିଭିନ୍ନ ବର୍ଗର ନେତା, କର୍ମୀ ଓ ଜନତା ସାମିଲ ହୋଇଥିଲେ । ବିଜୁ ଜନତା ଦଳ ମଧ୍ୟ ସମର୍ଥନ ଦେଇଛି । ସାରା ରାଜ୍ୟ ଉତ୍ସାହିତ ଅଛି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହେବେ । ବିଜୟ ହେବା ପରେ ରାଷ୍ଟ୍ରପତି ହୋଇ ସେ ଓଡ଼ିଶା ଆସିବେ ବୋଲି କାଲିର ମହୋଲରୁ ଜଣାପଡୁଛି ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର