ETV Bharat / city

ଥାର୍ଡ ଫ୍ଲୋରରେ ମ୍ୟାନେଜ ହୋଇଛନ୍ତି ସୌମ୍ୟ ବାବୁ କହିଲେ ମୋହନ - ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଉପରେ ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରତିକ୍ରିୟା । ଥାର୍ଡ ଫ୍ଲୋରରେ ମ୍ୟାନେଜ ହୋଇଛନ୍ତି ସୌମ୍ୟ ବାବୁ ତେଣୁ ଏ ଭଳି ବୟାନ ଦେଉଛନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ

BJP Mla Mahan Majhi on Soumya Ranjan Patnaik
ଥାର୍ଡ ଫ୍ଲୋରରେ ମ୍ୟାନେଜ ହୋଇଛନ୍ତି ସୌମ୍ୟ ବାବୁ
author img

By

Published : Nov 29, 2021, 8:47 PM IST

ଭୁବନେଶ୍ବର: ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେପିକୁ ଟାର୍ଗେକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ତଥା ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଥାର୍ଡ ଫ୍ଲୋରରେ ମ୍ୟାନେଜ ହୋଇଛନ୍ତି ସୌମ୍ୟ ବାବୁ ତେଣୁ ଏ ଭଳି ବୟାନ ଦେଉଛନ୍ତି ବୋଲି କହିଛନ୍ତି ମୋହନ ମାଝୀ ।

ଥାର୍ଡ ଫ୍ଲୋରରେ ମ୍ୟାନେଜ ହୋଇଛନ୍ତି ସୌମ୍ୟ ବାବୁ

ପୂର୍ବରୁ ସୌମ୍ୟରଞ୍ଜନ ପଟ୍ଟନାୟକ ମମିତା ମେହେର ହତ୍ୟାକାଣ୍ଡ (Mamita Meher Murder Case) ଓ ଅନ୍ୟାନ୍ୟ ପ୍ରସଙ୍ଗ ଆମ ଘର ହାଲଚାଲରେ ଲେଖିବା ସହ ଅନେକ ସତ କଥା ଉତଥାପନ କରୁଥିଲେ । ଏବେ ବୋଧ ହୁଏ ଥାର୍ଡ ଫ୍ଲୋର ଦ୍ବାରା ମ୍ୟାନେଜ ହୋଇ ଯାଇଛନ୍ତି କିମ୍ବା ଆଗକୁ ମନ୍ତ୍ରୀ ହେବେ ବୋଧେ ସେଥିପାଇଁ ଏମିତି କହୁଛନ୍ତି। ସୌମ୍ୟ କେତେବେଳେ କଣ କହୁଛନ୍ତି ତାହା ଠିକ ନାହିଁ ।

ତେବେ ସୌମ୍ୟଙ୍କ ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାହିଁକ କାର୍ଯ୍ୟନୁଷ୍ଠାନ ନେଉନାହିଁ ଜବାବରେ, ବିଜେଡି କଣ ରାଷ୍ଟ୍ରୀୟ ଦଳ କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ମୋହନ ମାଝୀ । ବିଜେଡି ରାଜ୍ୟ କଥା ଚିନ୍ତା କରନ୍ତୁ ରାଜ୍ୟର ସମସ୍ୟା ସମ୍ପର୍କରେ ଆଲୋଚନା କରନ୍ତୁ ବୋଲି ମୋହନ ମାଝୀ କହିଛନ୍ତି।

ସୂଚନାଥାଉକି ଆଜି ସକାଳେ ମମିତା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଥିଲେ ସୌମ୍ୟ । କହିଥିଲେ, ବିଧାନସଭା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ଯେ ମନ୍ତ୍ରୀଙ୍କୁ ବିଧାନସଭାରେ ପୂରାଇ ଦେବେ ନାହିଁ । ଏମିତି କରିବା ମାନେ ତାହା ଦାଦାଗିରି । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଅପେକ୍ଷା କରନ୍ତୁ । ନିର୍ବାଚନ ଏକମାତ୍ର ବାଟ ସରକାର କି ବିରୋଧୀ ଦଳଙ୍କ ସପକ୍ଷରେ ମତ ରହିଛି ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.