ETV Bharat / city

ବିଜେପି ବିଧାୟକଙ୍କ ସଙ୍ଗୀନ ଅଭିଯୋଗ, ଦଳୀୟ ଭିତ୍ତିରେ ଦିଆଯାଉଛି ‘ଫନି’ ସହାୟତା - bjp mla complaint

‘ଫନି’ ସହାୟତା ପ୍ରଦାନରେ ଜିଲ୍ଲା ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଛି । ଶାସକ ଦଳର କର୍ମୀଙ୍କୁ ହିତାଧିକାରୀ ଭାବେ ଚୟନ କରାଯାଉଛି । ତାଲିକାରେ ନାଁ ଥାଇ ମଧ୍ୟ କିଛି ହିତାଧିକାରୀ ସାହାଯ୍ୟ ପାଉନାହାନ୍ତି । ଆଜି ଏପରି କିଛି ଅଭିଯୋଗ ଆଣିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 17, 2019, 3:24 PM IST

ଭୁବନେଶ୍ବର: ‘ଫନି’ ବାତ୍ୟାରେ ପୁରୀ ଓ ବ୍ରହ୍ମଗିରି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ । କ୍ଷତିପୂରଣ ବଣ୍ଟନ ବେଳେ ନିୟମ ଅନୁସାରେ ସ୍ଥାନୀୟ ବିଧାୟକଙ୍କୁ ସାମିଲ କରିବା କଥା । କିନ୍ତୁ ପ୍ରଶାସନ ବିଧାୟକଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଛି । ଦଳୀୟ ଭିତ୍ତିରେ ଜିଲ୍ଲା ପ୍ରଶାସନ ହିତାଧିକାରୀ ଚୟନ କରୁଛନ୍ତି । ହୀନମାନସିକତା ଯୋଗୁଁ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ତାଲିକାରେ ନାଁ ଥାଇ ମଧ୍ୟ କିଛି ହିତାଧିକାରୀ ସାହାଯ୍ୟ ପାଉନାହାନ୍ତି । ଆଜି ଏପରି କିଛି ଅଭିଯୋଗ ଆଣିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାସହ ହିତାଧିକାରୀ ମାନେ ମଧ୍ୟ ଭୟରେ ଅଭିଯୋଗ କରିପାରୁନାହାଁନ୍ତି କାରଣ ତାଙ୍କୁ ଧମକ ଦିଆଯାଉଛି । ପ୍ରକୃତ ହିତାଧିକାରୀଙ୍କୁ ଛାଡି ଶାସକ ଦଳର କର୍ମୀଙ୍କୁ ସାହାଯ୍ୟ ରାଶି ଦିଆଯାଉଛି । ପ୍ରଶାସନର କର୍ମଚାରୀ ମଧ୍ୟ ଶାସକ ଦଳର କର୍ମୀଙ୍କ ପରି କାମ କରୁଛନ୍ତି ବୋଲି ଦୁଇ ବିଧାୟକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ସେପଟେ ଏହାକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ କିଶୋର ମହାନ୍ତି କହିଛନ୍ତି, ‘ସେଭଳି ହେବ କଥା ନୁହେଁ । ଦଳୀୟ ଭିତ୍ତିରେ କାହାକୁ ଚିହ୍ନଟ କରାଯାଉ ନାହିଁ । ଯଦି କାହାର ସେମିତି ଅଭିଯୋଗ ଥିବ ସେମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିପାରିବେ ।’

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଫନି ବାତ୍ଯାରେ ପୁରୀ ଓ ବ୍ରହ୍ମଗିରି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ । କ୍ଷତିପୂରଣ ବଣ୍ଟନ ବେଳେ ନିୟମ ଅନୁସାରେ ସ୍ଥାନୀୟ ବିଧାୟକଙ୍କୁ ସାମିଲ କରିବା କଥା । କିନ୍ତୁ ପ୍ରଶାସନ ବିଧାୟକଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ଦଳୀୟ ଭିତ୍ତିରେ ଜିଲ୍ଲା ପ୍ରଶାସନ ହିତାଧିକାରୀ ଚୟନ କରୁଛନ୍ତି । ହୀନମାନସିକତା ଯୋଗୁ ଗଣତନ୍ତ୍ରକୁ ହତ୍ଯା କରାଯାଉଛି । ତାଲିକାରେ ନାଁ ଥାଇ ମଧ୍ୟ କିଛି ହିତାଧିକାରୀ ସାହାଯ୍ୟ ପାଉନାହାନ୍ତି । ହିତାଧିକାରୀଙ୍କ ତାଲିକା ବିଧାୟକଙ୍କୁ ମାଗିବା ସତ୍ତ୍ବେ ଦିଆଯାଉନି । ହିତାଧିକାରୀ ଭୟରେ ଅଭିଯୋଗ କରିପାରୁନାହାଁନ୍ତି କାରଣ ତାଙ୍କୁ ଧମକ ଦିଆଯାଉଛି । ପ୍ରକୃତ ହିତାଧିକାରୀଙ୍କୁ ଛାଡି ଦଳୀୟ କର୍ମୀଙ୍କୁ ସାହାଯ୍ୟ ରାଶି ଦିଆଯାଉଛି । ପ୍ରଶାସନର କର୍ମଚାରୀ ମଧ୍ୟ ଦଳୀୟ କର୍ମୀଙ୍କ ପରି କାମ କରୁଛନ୍ତି । ତୁଙ୍ଗ ନେତାଙ୍କୁ ପରାଜିତ କରିଥିବା କାରଣରୁ ଆମକୁ ଅଣଦେଖା କରାଯାଉଛି ବୋଲି ବିଜେପିର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।

। ସେପଟେ ବିଜେଡି ବିଧାୟକ କିଶୋର ମହାନ୍ତି କହିଛନ୍ତି, ସେଭଳି ହେବ କଥା ନୁହେଁ। ଦଳୀୟ ଭିତ୍ତିରେ କାହାକୁ ଚିହ୍ନଟ କରାଯାଉ ନାହିଁ। ଯଦି କାହାର ସେମିତି ଅଭିଯୋଗ ଥିବ ସେମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିପାରିବେ ବୋଲି ସେ କହିଛନ୍ତି।Body:ବାଇଟ - ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବ୍ରହ୍ମଗିରି ବିଧାୟକ
ବାଇଟ- ଜୟନ୍ତ ଷଡଙ୍ଗୀ, ପୁରୀ ବିଧାୟକ
ବାଇଟ- କିଶୋର ମହାନ୍ତି, ବିଜେଡି ବିଧାୟକ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.