ETV Bharat / city

ଚିଲିକା ବିଧାୟକଙ୍କର ଚାଲିଛି ମିଛ ଚିକିତ୍ସା: ବିଜେପି - କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କୁ ଭେଟିଲା ବିଜେପି

ଜାମିନ ନାମଞ୍ଜୁର ହେବା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଅସୁସ୍ଥତା କାରଣ ଦର୍ଶାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ...

ଅସୁସ୍ଥତା କାରଣ ଦର୍ଶାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଚିଲିକା ବିଧାୟକ: ବିଜେପି

author img

By

Published : Oct 18, 2021, 2:55 PM IST

Updated : Oct 18, 2021, 3:06 PM IST

ଭୁବନେଶ୍ବର: ଜାମିନ ନାମଞ୍ଜୁର ପରେ ମିଛ ଅସୁସ୍ଥତା କାରଣ ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ହସ୍ପିଟାଲରେ ମିଛରେ ଚିକିତ୍ସିତ ହେଉଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ବିଜେପିର ଏକ ଟିମ ଭେଟିବା ସହ ଏକ ଦାବିପତ୍ର ପ୍ରଦାନ କରିଛି ।

ଅସୁସ୍ଥତା ଦର୍ଶାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଚିଲିକା ବିଧାୟକ: ବିଜେପି

ବିଜେପିର ଅଭିଯୋଗ ମୁତାବକ, ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନିଜ ଦଳରୁ ନିଲମ୍ବିତ କଲେ ମଧ୍ୟ ସରକାର ପରୋକ୍ଷରେ ସାହାଯ୍ୟ କରୁଛନ୍ତି । ପୂର୍ବରୁ ପୋଲିସ ତାଙ୍କୁ ଗିରଫ କଲା ନାହିଁ ଏବେ କୌଣସି ରୋଗ ନଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ରଖି ମିଛରେ ଚିକିତ୍ସା କରାଉଛି । ଏମିତିକି କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ରଖାଯାଇଥିବା ବେଳେ ବେଆଇନ ଭାବେ ଅନେକ ଲୋକ ଭେଟୁଛନ୍ତି ବୋଲି ବିିଜେପି ଅଭିଯୋଗ କରିଛି । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ଦେଇ ବିଜେପି ଚେତାବନୀ ମଧ୍ୟ ଦେଇଛି ।

ଅସୁସ୍ଥତା କାରଣ ଦର୍ଶାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଚିଲିକା ବିଧାୟକ: ବିଜେପି
ଅସୁସ୍ଥତା କାରଣ ଦର୍ଶାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଚିଲିକା ବିଧାୟକ: ବିଜେପି

ଯଦି ଏଭଳି ଭାବେ ପ୍ରଶାନ୍ତଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ସହ ବେଆଇନ ଭାବେ ଚିକିତ୍ସା କରାଯାଏ ତେବେ କ୍ୟାପିଟାଲ ହସ୍ପିଟାଲରେ ବିଜେପି ଧାରଣା ଦେବ । ବିଜେପିର ଏଭଳି ଅଭିଯୋଗ ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି । ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ହୃଦରୋଗ ଅସୁବିଧା ରହିଛି । ତାଙ୍କର ଦିନେ ଦୁଇଦିନ ମଧ୍ୟରେ ଆଂଜିଓଗ୍ରାଫି ହେବ । ପରେ ଯଦି ହାର୍ଟରେ ବ୍ଲକେଜ ଥିବା ତେବେ ଅସ୍ତ୍ରୋପଚାର କରାଯିବ ବୋଲି କହିଛନ୍ତି କ୍ୟାପିଟାଲ ନିର୍ଦ୍ଦେଶକ ।

ଏବେ ଏକ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି । ମେଡ଼ିସିନ ଓ ହୃଦରୋଗ ବିଭାଗକୁ ନେଇ ଏକ ଟିମ ଗଠନ କରାଯାଇଛି । ବିନା ସ୍ବାସ୍ଥ୍ୟଗତ କାରଣରେ ବିଧାୟକଙ୍କ ଚିକିତ୍ସା କରାଯିବା ଅଭିଯୋଗ ମିଛ । ବିଧାୟକଙ୍କୁ କେଉଁମାନେ ଦେଖା କରିପାରିବେ ତାହା ପୋଲିସ ରେକର୍ଡ କରିବା ସହ ତାଙ୍କ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ତେଣୁ ହସ୍ପିଟାଲର କୌଣସି କର୍ମଚାରୀ ଏପରି କାର୍ଯ୍ୟ କରୁନାହାନ୍ତି । ଯଦି ଏଭଳି କେହି କରୁଥିବେ ତାହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Oct 18, 2021, 3:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.