ETV Bharat / city

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ପୋଲିସ କମିଶନରଙ୍କୁ ଭେଟିଲା ବିଜେପି

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି । ଘଟଣାର ନିରପେକ୍ଷ ତଦନ୍ତ ସହ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ନେଇ ଖୁଲାସା କରିବା ଦାବିରେ ବିଜେପି ପକ୍ଷରୁ ଏକ ୭ ଜଣିଆ ଟିମ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟିଛନ୍ତି । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ପୋଲିସ କମିଶନରଙ୍କୁ ଭେଟିଲା ବିଜେପି
ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ପୋଲିସ କମିଶନରଙ୍କୁ ଭେଟିଲା ବିଜେପି
author img

By

Published : Sep 26, 2022, 10:59 PM IST

ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଗତକାଲି ଘଟଣାର ନିରପେକ୍ଷ ତଦନ୍ତ ସହ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ନେଇ ଖୁଲାସା କରିବା ପାଇଁ ଡିସିପିଙ୍କୁ ଭେଟି ଦାବି ରଖିଥିଲା କଂଗ୍ରେସ । ସେହିଭଳି ଆଜି ଏନେଇ ବିଜେପି ପକ୍ଷରୁ ଏକ ୭ ଜଣିଆ ଟିମ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟିଛନ୍ତି ।

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ପୋଲିସ କମିଶନରଙ୍କୁ ଭେଟିଲା ବିଜେପି

ଗତ ସେପ୍ଟେମ୍ବର ୨୪ ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁପାଳଗଡ ଲକ୍ଷ୍ମୀବିହାରସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି । କେଉଁ କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନରେ ଅନେକ ତଥ୍ୟ ରହିଥିବା ସେ ଫେସବୁକର ଶେଷ ପୋଷ୍ଟରେ ଲେଖିଥିଲେ । ଯାହାକୁ ନେଇ ସସପେନ୍ସ ବଢିଥିଲା । ସନ୍ଦେହ ଘେରକୁ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ । ଏହା ପଛରେ ପାରିବାରିକ କଳହ ନାଁ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ କରୁଛି ପୋଲିସ । ଫରେନ୍ସିକ ଲ୍ୟାବକୁ ଧର୍ମେନ୍ଦ୍ରଙ୍କ ଜବତ ହୋଇଥିବା ଦୁଇଟି ଫୋନକୁ ପଠାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନେଇ ତେଜିଲା ରାଜନୀତି, ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

ତେବେ ଏନେଇ ରାଜନୀତି ତେଜିବାରେ ଲାଗିଛି । ଗତକାଲି (ରବିବାର) ଭୁବନେଶ୍ବର ଡିସିପିଙ୍କୁ ଭେଟିଥିଲା କଂଗ୍ରେସ । ଏହାପରେ ଆଜି (ସୋମବାର) ବିଜେପି ପକ୍ଷରୁ ଏକ ୭ ଜଣିଆ ଟିମ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟିଛନ୍ତି । ନିରପେକ୍ଷ ତଦନ୍ତ ସହ ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ନେଇ ଖୁଲାସା କରିବା ପାଇଁ ପୋଲିସ କମିଶନରଙ୍କ ଆଗରେ ଦାବି ରଖିଛି ବଜେପି । ଧର୍ମେନ୍ଦ୍ର ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ତଥ୍ୟ ଅନୁସାରେ ସମସ୍ତ ପ୍ରମାଣ ତାଙ୍କ ମୋବାଇଲରେ ରହିଛି । ତେଣୁ ମୋବାଇଲକୁ ସମ୍ପୂର୍ଣ୍ଣ ଯାଞ୍ଚ କରିବା ସହ ସିସିଟିଭି କ୍ୟାମେରାକୁ ମଧ୍ୟ ସଠିକ ଭାବରେ ଯାଞ୍ଚ କରିବା ପାଇଁ ବିଜେପି ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.